www.samajalive.in
Wednesday, December 10, 2025
18.1 C
Bhubaneswar

ରେଳ ଚଳାଚଳ ଉପରେ ଭାରତ ବନ୍ଦର କୌଣସି ପ୍ରଭାବ ପଡିନାହିଁ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ୩ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ୧୨ ଦିନ ହେବ କୃଷକ ଆନ୍ଦୋଳନ କରିବା ପରେ ମଧ୍ୟ ଦାବି ପୂରଣ ନ ହେବାରୁ ଭାରତୀୟ କିଷାନ ୟୁନିୟନ ତରଫରୁ ମଙ୍ଗଳବାର ସାରା ଭାରତରେ ବନ୍ଦର ଡାକରା ଦିଆଯାଇଥିଲା। ଏଣୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ସମ୍ବଲପୁର ଜିଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି। ଏହି କ୍ରମରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ତରଫରୁ ଏହି ବନ୍ଦକୁ ସମର୍ଥନ କରାଯାଇ ପଶ୍ଚିମ ଓଡିଶାର ପ୍ରମୁଖ ସହର ସମ୍ବଲପୁର ସମେତ ଜିଲାର ଅନେକ ସ୍ଥାନରେ ଭାରତ ବନ୍ଦକୁ ସମର୍ଥନ କରିଥିଲେ। ଏଣୁ ଚାଷୀ ମାନେ ମାଝିପାଲି ଛକ ଓ ଗୋଶାଳା ଛକ ଠାରେ ରାସ୍ତାରୋକ କରିଥିବା ବେଳେ ଏହାକୁ ସମର୍ଥନ କରୁଥିବା ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଙ୍ଗଠନ ଓ ସିଭିକ ସୋସାଇଟୀ ମାନେ ସହରର ବିଭିନ୍ନ ଛକ ମାନଙ୍କରେ ଏକତ୍ରିତ ହୋଇ କୃଷି ଆଇନକୁ ବିରୋଧ କରିଥିଲେ। ସମ୍ବଲପୁରରେ ବନ୍ଦର ପ୍ରଭାବରେ ସ୍ୱତଃପ୍ରବୃତ ଭାବରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ସପିଙ୍ଗମଲ ସମେତ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ଗୋଲବଜାର ଓ କ୍ଷେତରାଜପୁର ଶୂନଶାନ ଥିବାର ଦେଖାଯାଇଥିଲା।

କୌଣସି ଆନ୍ଦୋଳନ କିମ୍ବା ବିକ୍ଷୋଭ ପ୍ରଦର୍ଶନ ହେଲେ ଆନ୍ଦୋଳନକାରୀ ମାନେ ସର୍ବପ୍ରଥମେ ସକାଳୁ ଟ୍ରେନ ଷ୍ଟେସନ ଗୁଡିକରେ ପହଞ୍ଚି ଟ୍ରେନ ଚଳାଚଳକୁ ଠପ କରି ଦିଅନ୍ତି। କିନ୍ତୁ ବିଡମ୍ବନାର ବିଷୟ ଯେ, ମଙ୍ଗଳବାର ଭାରତ ବନ୍ଦ ସମୟରେ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ କୌଣସି ଅଞ୍ଚଳରେ ଆନ୍ଦୋଳନକାରୀ କିମ୍ବା ସେମାନଙ୍କୁ ସମର୍ଥନ ଦେଉଥିବା ସଙ୍ଗଠନ ମାନେ କେହି ହେଲେ ରେଳ ରୋକ କରି ନାହାନ୍ତି। ଫଳରେ ସମ୍ବଲପୁର ରେଳ ମଣ୍ଡଳ ଦେଇ ରେଳ ଚଳାଚଳ ସ୍ୱାଭାବିକ ରହିଥିଲା ଏବଂ ରେଳଯାତ୍ରୀ ଓ ରେଳ କର୍ତ୍ତୃପକ୍ଷ ହଇରାଣ ହେବାରୁ ବର୍ତ୍ତି ଯାଇଛନ୍ତି। ତେବେ ଭାରତ ବନ୍ଦକୁ ଧ୍ୟାନରେ ରଖାଯାଇ ଆରପିଏଫ ଓ ଜିଆରପିକୁ ସଜାଗ ରଖାଯାଇଥିବା ବେଳେ ଆବଶ୍ୟକସ୍ଥଳରେ ସ୍ଥାନୀୟ ପୁଲିସ ପ୍ରଶାସନର ସହାୟତା ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ମଣ୍ଡଳ ଅଧିନସ୍ଥ କୌଣସି ଅଞ୍ଚଳରେ କେହି ରେଳରୋକ କରିବାକୁ ଚେଷ୍ଟା ମଧ୍ୟ କରିନାହାନ୍ତି ବୋଲି ଜଣାପଡିଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories