www.samajalive.in
Wednesday, December 10, 2025
18.1 C
Bhubaneswar

ଆୟୁଷ ଡାକ୍ତରଙ୍କ ଅସ୍ତ୍ରୋପଚାରକୁ ଆଇଏମଏର ବିରୋଧ

ସମ୍ବଲପୁର : ସରକାର ଆୟୁଷ ଡାକ୍ତର ମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ଦେଇଥିବାରୁ ଏହାକୁ ତୀବ୍ର ବିରୋଧ କରିଛି ଆଇଏମଏ ସମ୍ବଲପୁର ଶାଖା। ମଙ୍ଗଳବାର ସମ୍ବଲପୁର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ସଦସ୍ୟ ମାନେ କହିଛନ୍ତି ଯେ ସରକାରଙ୍କର ନିର୍ଦ୍ଦେଶ ଦ୍ୱାରା ମିଥ୍ୟା ଚିକିତ୍ସାକୁ ପ୍ରୋତ୍ସାହନ ମିଳିବା ସହିତ ସର୍ଜରୀ କ୍ଷେତ୍ରରେ ଚିକିତ୍ସାର ଗୁଣବତ୍ତା ନିମ୍ନଗାମୀ ହେବ। ଜଣେ ସର୍ଜନ ପ୍ରଥମେ ଏମବିବିଏସ ତାଲିମ ସମାପ୍ତ କରିବା ପରେ କଠୋର ଚୟନ ପ୍ରକ୍ରିୟା ପରେ ସର୍ଜିକାଲ ଶାଖାରେ ପ୍ରବେଶ କରନ୍ତି। ବିଶେଷଜ୍ଞ ପ୍ରଫେସରଙ୍କ ତତ୍ୱାବଧାନ ଅଧିନରେ ବର୍ଷର କଷ୍ଟକର ତାଲିମ ଗ୍ରହଣ କରିବା ପରେ ସେ ସର୍ଜନ ହୋଇଥାନ୍ତି। ଏହା ପରେ ସ୍ୱତନ୍ତ୍ର ସର୍ଜନ ହେବା ପାଇଁ ଆହୁରୀ ବର୍ଷର ସିନିୟର ରେସିଡେନ୍ସି ପାଠ୍ୟକ୍ରମ ପଢ଼ି ସଫଳତାର ସହିତ ପାସ କରିଥାନ୍ତି। ଏହା ଦ୍ୱାରା ସର୍ଜନ ପରିପକ୍ୱ ହେବା ସହିତ ଆଧୁନିକ ବୈଜ୍ଞାନିକ ପଦ୍ଧତିର ଚିକିତ୍ସା ପାଇଁ ତାଲିମ ପ୍ରାପ୍ତ ହୋଇ ଜନସେବାରେ ଲାଗିଥାନ୍ତି। ଏଣୁ ସଟକଟ ପଦ୍ଧତି ବିନା ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଆୟୁଷ ଡାକ୍ତର ମାନଙ୍କୁ ଅସ୍ତ୍ରୋପଚାରର ଅନୁମତି ଦେବା ଦ୍ୱାରା ରୋଗୀ ମାନଙ୍କର ଜୀବନକୁ ବିପଦ ପକାଇବା ସହିତ ଚିକିତ୍ସାର ମାନ ଯଥେଷ୍ଟ ହ୍ରାସ ପାଇବ। ଏଣୁ ଜନତାଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ଅଣଯୋଗ୍ୟ ଡାକ୍ତରୀ ବ୍ୟକ୍ତିଙ୍କ ଅସ୍ତ୍ରୋପଚାରକୁ ଆଇନଗତ କରିବାକୁ ସରକାର ଦେଇଥିବା ଅନୁମତିକୁ ଆଇଏମଏସ ସମ୍ବଲପୁର ଶାଖା ବିରୋଧ କରୁଛି ବୋଲି ଆନ୍ଦୋଳନକାରୀ ସଦସ୍ୟ ମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶାଖା ସଭାପତି ଡା. କୋଦଣ୍ଡ ରାଓ, ସମ୍ପାଦକ ଡା. ସୁଶୀଲ ଶର୍ମା, ଡା. ସୁରେଶ ଚନ୍ଦ୍ର ଦାନୀ, ଡା. ପ୍ରଦୀପ୍ତ ପଣ୍ଡା, ଡା. ପୁରୁଷୋତ୍ତମ ଅଗ୍ରୱାଲ, ଡା. ଅଶ୍ୱିନୀ ମିଶ୍ର, ଡା. ଗୋପାଳ ପଣ୍ଡା, ଡା. ରାଜକୁମାର ବଡପଣ୍ଡା, ଡା. ରାଜେଶ ବର୍ମା, ଡା. ଚନ୍ଦ୍ରକାନ୍ତ ମୋଦୀ ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories