www.samajalive.in
Wednesday, December 10, 2025
26.1 C
Bhubaneswar

କୃଷକଙ୍କ ଭାରତ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ: କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ୩ଟି କୃଷି ଆଇନ ବିରୋଧରେ କୃଷକଙ୍କ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି। ଭାରତ ବର୍ଷର ୧ କୋଟିରୁ ଊର୍ଦ୍ଧ୍ବ କୃଷକ ଶିତ, କାକରରେ ସିଙ୍ଗର୍ ବର୍ଡ଼ରରେ ଆଜିକୁ ୧୫ ଦିନରୁ ଊର୍ଦ୍ଧ୍ବ ଧରି ଆନ୍ଦୋଳନ କରୁଛନ୍ତି। ଭାରତ ବର୍ଷରେ ୬୪ କୋଟି କୃଷକ ପରିବାରର ଭବିଷ୍ୟତକୁ ମୋଦୀ ସରକାର ଅନ୍ଧକାର ଭିତରକୁ ଠେଲି ଦେଇଛି। ଏ କୃଷକ ବିରୋଧି କଳା ଆଇନକୁ ଶୀଘ୍ର ଫେରାଇ ନିଆଯାଉ ଏବଂ କୃଷକମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ମୋଦୀ ସରକାର ଶୀଘ୍ର ଗ୍ରହଣ କରନ୍ତୁ, ଯାହା କଂଗ୍ରେସର ଦାବି ରହିଛି। କଂଗ୍ରେସ କୃଷକମାନଙ୍କ ସହିତ ରହିଛି ଏବଂ କୃଷକମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ସ୍ତରରେ କଂଗ୍ରେସ ଲଢ଼େଇ କରିବ।
ଅଖିଳ ଭାରତ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଏ ବର୍ଷ ମଧ୍ୟ ଜନ୍ମ ଦିନକୁ ପାଳନ ନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଭାରତ ବର୍ଷର କୃଷକ ସମ୍ମାନ ସହକାରେ ତା’ର ଘରକୁ ଫେରି ନାହିଁ। ସେ ପର୍ଯ୍ୟନ୍ତ ମୋର ଜନ୍ମଦିନ ପାଳନ ହେବ ନାହିଁ ବୋଲି ସୋନିଆ ଗାନ୍ଧୀ ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

ଆଜି କୃଷକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ ସଂପୂର୍ଣ୍ଣ ରୁପେ ସଫଳ ହୋଇଛି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଜିଲା କଂଗ୍ରେସ, ବ୍ଲକ କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସର ପ୍ରତ୍ୟେକ କର୍ମକର୍ତ୍ତା ତଥା କଂଗ୍ରେସ କର୍ମୀ ଓ ସମସ୍ତେ ଏ ବନ୍ଦକୁ ସଫଳ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ଆଜି ସକାଳେ ଭୁବନେଶ୍ୱରର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା। ମାଷ୍ଟର କ୍ୟାଂଟିନ୍ ଠାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉପସଭାପତି ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, କଟକ ଜିଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ସଂଗ୍ରାମ ଜେନା, ରାଜ୍ୟ ମହିଳା ଉପସଭାପତି ରଶ୍ମୀ ମହାନ୍ତି, ଚିନ୍ମୟ ପ୍ରସାଦ ଦାସ, ଜଜ୍ଞେଶ୍ୱର, ଜ୍ଞାନ ବେଉରା, ଆଲୋକ ମହାନ୍ତି, ଲିଙ୍ଗରାଜ ସାହୁ, ଅମୀୟ ପଟ୍ଟନାୟକ, ପଦ୍ମାକର ଗୁରୁ, ସୁଦର୍ଶନ ଦାସ, ରାଜୀବ ପଟ୍ଟନାୟକ, ରଜନୀ ମହାନ୍ତି, ସୁବାଷ ପ୍ରଧାନ, ମାନସ ଆଚାର୍ଯ୍ୟ, ସଙ୍କୁନା କଅଁର, ନିରଞ୍ଜନ ନାୟକ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଧି, କୈଳାସ ସାହୁ, ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ମନୋଜ ନାୟକ, ଦେଓ ପ୍ରସାଦ, ନାସିର୍ ଅହମ୍ମଦ ଖାନ୍, ଆଲୋକ ଲେଙ୍କା, ରଞ୍ଜୀବ ପାତ୍ର, ତାପସ ସେଠୀ, ରାଜକିଶୋର ବାରିକ ଏବଂ ବହୁ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି ବନ୍ଦକୁ ସଫଳ କରିବାରେ ସାମିଲ ଥିଲେ। ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ରାଲି ଭୁବନେଶ୍ୱରର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲା। ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ତାଙ୍କର ଏହି ବନ୍ଦକୁ ସଫଳ କରାଇବାରେ ଯେଉଁ ସହଯୋଗ କରିଛନ୍ତି ସେଥିପାଇଁ ସେ ତାଙ୍କର କୃତଜ୍ଞତା ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories