www.samajalive.in
Monday, December 8, 2025
17.1 C
Bhubaneswar

୨୭୩ ଟଙ୍କାରେ ଘରକୁ ନିଅନ୍ତୁ କାର, ଜାଣନ୍ତୁ କେମିତି

ଯଦି ଆପଣ କାର ଦାମ ଶୁଣି ନୂଆ କାର କିଣିବାକୁ ଅସମର୍ଥ, ତେବେ ଆମର ଏହି ଖବର ଆପଣଙ୍କୁ ସାହାଯ୍ୟ କରିପାରିବ। ସେମିତି ଏକ କୌଶଳ ବିଷୟରେ ଜାଣନ୍ତୁ ଯାହା ଫଳରେ ଆପଣ ରେନାଲ୍ଟ ଟ୍ରିବର୍ କାର୍ ଦୈନିକ କିସ୍ତିରେ ମାତ୍ର ୨୭୩ ଟଙ୍କାରେ ନିଜର କରିପାରିବେ। ରେନାଲ୍ଟ ଟ୍ରିବର୍ କାର୍ ହେଉଛି ୭ ସିଟ୍ ବିଶିଷ୍ଟ କାର ଏବଂ ଏହା ହେଉଛି ଦେଶର ସବୁଠାରୁ ଶସ୍ତା ବହୁମୁଖୀ ବ୍ୟବହାର ଯୋଗ୍ୟ ଯାନ।

- Advertisement -

ରେନାଲ୍ଟ ଟ୍ରିବର କାରର ମୂଳ ମୂଲ୍ୟ ହେଉଛି ୫ ଲକ୍ଷ ୧୨ ହଜାର ଟଙ୍କା। ଏଥି ସହିତ ଏହାର ଅନ ରୋଡ଼ ମୂଲ୍ୟ ୫ ଲକ୍ଷ ୮୦ ହଜାର ୬୨୪ ଟଙ୍କା ଅଟେ। ଅନ ରୋଡ଼ ମୂଲ୍ୟରେ ଆରଟିଓ ପାଇଁ ୩୦ ହଜାର ୪୩୦ ଟଙ୍କା, ବୀମା ପାଇଁ ୨୮ ହଜାର ୧୪୪ ଟଙ୍କା ଏବଂ ଅନ୍ୟ ସମସ୍ତ ଦେୟ ପାଇଁ ୧୦ ହଜାର ୪୦ ଟଙ୍କା ଅନ୍ତର୍ଭୁକ୍ତ।

 

 

ଡାଉନ ପେମେଣ୍ଟ ପରେ କେତେ ଦେବାକୁ ପଡିବ କିସ୍ତି?
ଯଦି ଆପଣ ୫୦ ହଜାର ଟଙ୍କା ଡାଉନ ପେମେଣ୍ଟ କରନ୍ତି ତେବେ ଆପଣଙ୍କୁ ମୋଟ ୫ ଲକ୍ଷ ୩୦ ହଜାର ୬୨୪ ଟଙ୍କା ପାଇଁ ଋଣ ନେବାକୁ ପଡିବ। ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ କାର୍ ଋଣ ନିଅନ୍ତି, ତେବେ ଆପଣଙ୍କୁ ୭.୭୫% ସୁଧ ଦେବାକୁ ପଡିବ। ଏଭଳି ପରିସ୍ଥିତିରେ, ଯଦି ଆପଣ ୭ ବର୍ଷିଆ ଋଣରେ କାର କିଣନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୮ ହଜାର ୨୦୪ ଟଙ୍କା ମାସିକ କିସ୍ତି ଦେବାକୁ ପଡିବ। ତେବେ ସୁଧ ହାର ଯୋଗ କରି କାରର ମୋଟ ମୂଲ୍ୟ ୭ଲକ୍ଷ ୩୯ହଜାର ୧୬୪ ଟଙ୍କା ହେବ। ଯଦି ଆପଣ ୮ ହଜାର ୨୦୪ ଟଙ୍କା ମାସିକ କିସ୍ତି ବିଚାରକୁ ନେବେ, ତେବେ ଆପଣଙ୍କୁ ପ୍ରତିଦିନ ମାତ୍ର ୨୭୩ ଟଙ୍କା ଦେବାକୁ ପଡିବ।

ରେନାଲ୍ଟ ଟ୍ରିବରରେ ୯୯୯ ସିସି, ୩-ସିଲିଣ୍ଡର ଓ ପେଟ୍ରୋଲ ଇଞ୍ଜିନ ଅଛି। ଏହାର କାର୍ଯ୍ୟଦକ୍ଷତା ବିଷୟରେ କହିବାକୁ ଗଲେ, ଏହାର ଇଞ୍ଜିନ୍ ୬୨୫୦ ଆରପିଏମରେ ୭୨ ପିଏସର ସର୍ବାଧିକ ଶକ୍ତି ଏବଂ ୩୫୦୦ ଆରପିଏମରେ ୯୬ ଏନଏମର ପିକ ଟର୍କ ସୃଷ୍ଟି କରିବା କ୍ଷମତା ରହିଛି। ଏଥିରେ ୫-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ରହିଛି।

ଏହି କାରର ଲମ୍ବ ୩୯୯୦ ମିଲିମିଟର, ମୋଟେଇ ୧୭୩୯ ମିଲିମିଟର ଏବଂ ଉଚ୍ଚତା ୧୬୪୩ ମିଲିମିଟର। ଏହାର ହ୍ୱିଲ୍ ବେସ୍ ୨୬୩୬ ମିଲିମିଟର ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ହେଉଛି ୧୮୨ ମିଲିମିଟର। ଏଥିରେ ୪୦ ଲିଟର କ୍ଷମତା ବିଶିଷ୍ଟ ଇନ୍ଧନ ଟାଙ୍କି ଅଛି। ରେନାଲ୍ଟ ଟ୍ରିବର ଆଗରେ ଡିସ୍କ ବ୍ରେକ୍ ଏବଂ ପଛରେ ଡ୍ରମ୍ ବ୍ରେକ୍ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories