www.samajalive.in
Monday, December 8, 2025
24.1 C
Bhubaneswar

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ: ବୌଦ୍ଧରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ପାଳନ

ବୈାଦ୍ଧ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ତିନୋଟି କୃଷି ଆଇନକୁ କଳା ଆଇନ କହିବା ସହ ଏହାକୁ ବିରୋଧ କରି ମଙ୍ଗଳବାର ଦିନ ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ବୌଦ୍ଧ ଜିଲାରେ କଂଗ୍ରେସ ଦଳ ସାମିଲ ହୋଇ ବୌଦ୍ଧରେ ବନ୍ଦ ପାଳନ କରିଛନ୍ତି। ସକାଳ ୬ ଟାରୁ କଂଗ୍ରେସ କର୍ମୀମାନେ ବୌଦ୍ଧ ସହରର ଏନଏସି ଛକ ଓ ମହାନଦୀ ବ୍ରିଜ ଛକ ଠାରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ଠିଆ ହୋଇ ଯାନବାହାନ ଅଟକାଇଥିଲେ। ଫଳରେ ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା।

ବନ୍ଦ ଯୋଗୁଁ ଜିଲାରେ ସମସ୍ତ ସରକାରୀ ଓ ବେସରକାରୀ ଯାତ୍ରୀସେବା, ଟ୍ୟାକ୍ସି ଓ ଅଟୋ ସେବା ବନ୍ଦ ହୋଇଯାଇଥିଲା। ଏହି ବନ୍ଦ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲାଗିରହିଥିଲା। ବନ୍ଦ ପାଳନ ସମୟରେ ଜିଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ସମରେଶ ମିଶ୍ର, ତାରିଣୀ ଜେନା, ପ୍ରଦୀପ ଦାସ, କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ରଘୁନାଥ ପଲିଆ, ରାୟ ସଞ୍ଜୀବ କୁମାର ଦେଓ, ଅର୍ଜୁନ ମହାନନ୍ଦ , ଶଙ୍କର୍ଷଣ ରାଓ, ପଙ୍କଜ କର୍ଣ୍ଣ, ଶିବ ବେହେରା, ପୋଲସ୍ତି ପ୍ରଧାନ, ଗଣେଶ ଅଗୱାଲା, ସୁବାଷ ବେହେରା, ଶିବା ସେଠୀ, ସୁଶାନ୍ତ ବେହେରା, କିଶୋର ହାତୀ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନଙ୍କ ସହ ବହୁ କର୍ମୀ ସାମିଲ ହୋଇଥିଲେ। ବନ୍ଦକୁ ଆଖି ଆଗରେ ରଖି ଓ ଗଣ୍ଡଗୋଳ ଆଶଙ୍କା କରି ପୁଲିସ ପକ୍ଷରୁ ଜିଲା ସଦର ମହକୁମାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories