www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧ ଜିଲାରେ ପ୍ରତିଷ୍ଠା ହେବ ‘ବୌଦ୍ଧ ସଂଗ୍ରହାଳୟ’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବୈାଦ୍ଧ : ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ବର୍ଷ ୨୦୨୧ରେ ନୂଆ ସଂଗ୍ରହାଳୟ ଭେଟି ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ବୌଦ୍ଧ ଜିଲାରେ ଏହି ନୂଆ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏହାର ନାମ ରଖାଯାଇଛି ‘ବୌଦ୍ଧ ସଂଗ୍ରହାଳୟ’। ଏଥିରେ ଗଡ଼ଜାତ ରାଜାଙ୍କ ପୁରାତନ ସାମଗ୍ରୀ ସ୍ଥାନ ପାଇବ। ଏହାସହିତ ଅନେକ ବିରଳ ତଥା ଐତିହାସିକ କୀର୍ତ୍ତିରାଜି ବହନ କରୁଥିବା କୀର୍ତ୍ତିରାଜି ପ୍ରଦର୍ଶିତ ହେବ। ଯାହା ରାଜ୍ୟ ତଥା ​ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ସହାୟକ ହୋଇପାରିବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।
୨୦୨୧ ଜାନୁଆରୀ ୨ ବୌଦ୍ଧ ଜିଲାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଉଦ୍‌ଘାଟିତ ହେବ ବୌଦ୍ଧ ସଂଗ୍ରହାଳୟ। ବୌଦ୍ଧ ରାଜାଙ୍କ ଶହେବର୍ଷର କଚେରୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ସଂଗ୍ରହାଳୟକୁ ଉଦଘାଟନ କରିବେ ବୋଲି ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି। ଜିଲାପାଳ ଶ୍ରୀ ମିଶ୍ର କହିଥିଲେ ଯେ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି। ବୌଦ୍ଧ ସଂଗ୍ରହାଳୟ ମଧ୍ୟରେ ରଖାଯିବାକୁ ଥିବା ସାମଗ୍ରୀ ଗୁଡିକ ପୁରାତନ ଓ ଦୁର୍ମୁଲ୍ୟ ହୋଇଥିବାରୁ ସେସବୁର ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ। କଚେରୀ କୋଠାକୁ ସଂଗ୍ରହାଳୟ ରୂପ ଦେବାକୁ ପ୍ରଶାସନ ପକ୍ଷରୁ ଏହାର ମରାମତି ଓ ନବୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ସଂଗ୍ରହାଳୟ ମଧ୍ୟରେ ଦର୍ଶକମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ସଂଗ୍ରହାଳୟ ପାଇଁ ବିଭିନ୍ନ ସାମଗ୍ରୀ କିପରି ସଂଗ୍ରହ କରାଯାଇପାରିବ ସେଥିନେଇ ସହରର ବୁଦ୍ଧିଜିବୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଛି।

ବୌଦ୍ଧ ଅତିଥି ଭବନଠାରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜିବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।
ବୌଦ୍ଧ ସଂଗ୍ରହାଳୟରେ ପୁରାତନ ଗଡଜାତର ବିଭିନ୍ନ ସ୍ମୃତି ଚିହ୍ନ ସ୍ଥାନପାଇବ। ଏହାସହିତ ପୁରାତନ ଗଡଜାତର ଦସ୍ତାବିଜ, ତାଳପତ୍ର ପୋଥି, କଳା, ସଂସ୍କୃତି ଓ ପର୍ଯ୍ୟଟନ ସମ୍ପର୍କରେ ସମସ୍ତ ତଥ୍ୟକୁ ସଂଗୃହୀତ କରି ରଖାଯିବ। ବୌଦ୍ଧ ଜିଲାର ବଦାନ୍ୟ ବ୍ୟକ୍ତିବିଶେଷଙ୍କ ନିକଟରେ ରହିଥିବା ପୁରାତନ ସ୍ମୃତି ଚିହ୍ନଗୁଡିକୁ ଏହି ସଂଗ୍ରହଳାୟକୁ ଦାନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଏହି ସୂଚନା ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସଂଗ୍ରହାଳୟ ମଧ୍ୟରେ ସ୍ଥାନ ପାଇବାକୁଥିବା ସାମଗ୍ରୀ ଗୁଡିକରେ ସଂଗ୍ରହାଳୟକୁ ଦାନ କରିଥିବା ବ୍ୟକ୍ତିବିଶେଷଙ୍କ ନାମ ଉଲ୍ଲେଖ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ବୈଠକରେ ଅତିଥି ଭାବରେ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ କହିଥିଲେ ଯେ ବୌଦ୍ଧ ଜିଲାରେ ‘ବୌଦ୍ଧ ସଂଗ୍ରହଳାୟ’ ସ୍ଥାପନ ନିଷ୍ପତ୍ତି ଅତ୍ୟନ୍ତ ପ୍ରଶଂସନିୟ। ଏହାଦ୍ୱାରା ଆମର ପୁରାତନ ତଥା ଐତିହାସିକ କୀର୍ତ୍ତିରାଜି, କଳା ଓ ସଂସ୍କୃତି ସମ୍ପର୍କରେ ଅନେକ ଜାଣିବାର ସୁଯୋଗ ପାଇବେ। ଏଥିପାଇଁ ଅର୍ଥର ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଥିଲେ।
ଜିଲା ପ୍ରଶାସନର ପ୍ରୟାସକୁ ସମସ୍ତେ ପ୍ରଶଂସା କରିବା ସହିତ ବୌଦ୍ଧ ସଂଗ୍ରହାଳୟ ରାଜ୍ୟର ଅନ୍ୟ ଜିଲା ତଥା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ପର୍ଯ୍ୟଟନସ୍ଥଳ ଭାବେ ପରିଣତ ହେବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।
ରାଜ ପରିବାରର ସଦସ୍ୟ ରାଏ ସଞ୍ଜୀବ କୁମାର ଦେଓ ବୈଠକରେ ଏକ ପୁରାତନ ପେନସିଲ ପ୍ରଦାନ କରିଥିଲେ। ଏହାସହିତ ତାଙ୍କ ରାଜ ପରିବାର ପାଖରେ ରହିଥିବା ରାଜବଂଶର ଅନେକ ପୁରାତନ ସାମଗ୍ରୀ ସଂଗ୍ରହାଳୟ ପାଇଁ ଦାନ କରିବାକୁ ଜିଲାପାଳଙ୍କୁ ଏକ ତାଲିକା ପ୍ରଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ସଂସ୍କୃତି ଅଧିକାରୀ ଶିଶିର କୁମାର ସାହୁ, ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆଙ୍କ ସମେତ ଓକିଲ ସଂଘ, ସାମ୍ବାଦିକ ସଂଘ, ସାହିତ୍ୟ ଏକାଡେମୀର ପ୍ରତିନିଧି ଏବଂ ଅଞ୍ଚଳର ବୁଦ୍ଧିଜିବୀମାନେ ଯୋଗଦେଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories