www.samajalive.in
Thursday, December 11, 2025
27.1 C
Bhubaneswar

ଶୀତରେ ନିଶ୍ଚୟ ଖାଆନ୍ତୁ ମଟର

ମଟରରେ ବହୁ ପୋଷକ ତତ୍ତ୍ୱ ରହିଛି। ଏହାକୁ ବ୍ୟଞ୍ଜନ ପ୍ରସ୍ତୁତି କରିବା ସହ କଞ୍ଚା ମଧ୍ୟ ଖିଆଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମଟରରେ ଭିଟାମିନ ଏ ବି, ବି-୬, ସି ଓ କେ ଥାଏ। ଏହାସହ ମଟରରେ ଫାଇବର, ପ୍ରୋଟିନ, ମାଙ୍ଗାନିଜ, ଆଇରନ ମଧ୍ୟ ପ୍ରଚୁର ପରିମାଣରେ ରହିଛି।
ମଟର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଯଦି ଆପଣ ଓଜନ ହ୍ରାସ କରିବାକୁ ଇଚ୍ଛୁକ ତେବେ ନିଜ ଖାଦ୍ୟରେ ମଟର ନିଶ୍ଚୟ ସାମିଲ କରନ୍ତୁ। ମଟରରେ ଫାଇବର, ପ୍ରୋଟିନ ଭରପୁର ମାତ୍ରାରେ ରହିଥିବାରୁ ବାରମ୍ବାର ଭୋକ ଅନୁଭବ ହୋଇନଥାଏ। ତେଣୁ ଏହା ଓଜନକୁ ନିୟନ୍ତ୍ରଣ କରିଥାଏ।
ମଟର ହୃଦୟ ଜନିତ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ମଟରରେ ମାଗ୍ନେସିୟମ, ପୋଟାସିୟମ ଏବଂ କ୍ୟାଲସିୟମ ଭଳି ଉତ୍ପାଦନ ରହିଛି। ଏହା ହୃଦୟକୁ ସୁସ୍ଥ ରଖିଥାଏ। ମଟର ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ଅନାବଶ୍ୟକ କୋଲେଷ୍ଟେରୋଲରୁ ମଧ୍ୟ ରକ୍ଷା କରିଥାଏ। ମଟରରେ ଆଣ୍ଟି-ଅକ୍ସିଡ଼ାଣ୍ଟ ମଧ୍ୟ ରହିଛି।
ମଟରରେ ଫାଇବର ଥିବାରୁ ଏହା ହଜମ ପାଇଁ ବେଶ ଲାଭଦାୟକ। ମଟର ଖାଇବା ଦ୍ୱାରା ଶରୀର ପାଇଁ ଆବଶ୍ୟକ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାଏ। ଯାହା ଅନ୍ତନଳୀକୁ ସଠିକ ରଖିବା ସହ କୋଷ୍ଠକାଠିନ୍ୟ ଜନିତ ସମସ୍ୟାକୁ ଦୂର କରିଥାଏ।
ମଧୁମେହ ରୋଗୀଙ୍କ ପାଇଁ ମଟର ଖୁବ ଉପକାରୀ। ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ମଟରରେ ପ୍ରୋଟିନ ଏବଂ ଫାଇବର ମଧ୍ୟ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ୱ ମଧୁମେହ ରୋଗରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
ଏକ କପ ସିଝାଯାଇଥିବା ମଟରରେ ଭିଟାମିନ କେ ରହିଛି। ଏହାସହ ଏହା ହାଡକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।

 

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories