www.samajalive.in
Monday, December 8, 2025
20.1 C
Bhubaneswar

ଖରିଫ ଋତୁରେ ଉପକୃତ ହେଲେଣି ୩୩ଲକ୍ଷରୁ ଊର୍ଦ୍ଧ୍ବ ଧାନ ଚାଷୀ

ଚଳିତ ଖରିଫ୍‍ ଋତୁରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଚାଷୀମାନଙ୍କ ଠାରୁ ଶସ୍ୟ ସଂଗ୍ରହ କରୁଛନ୍ତି। ସୂଚନା ଅନୁଯାୟୀ ଏଥିରେ ୩୩ ଲକ୍ଷରୁ ଊର୍ଦ୍ଧ୍ବ ଧାନ ଚାଷୀ ଉପକୃତ ହୋଇଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଆକଳନ ୬୩ ହଜାର ୫୬୩ କୋଟି ଅତିକ୍ରମ କରିଛି।

- Advertisement -

କୃଷି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଚଳିତ ଖରିଫ୍‍ ଋତୁରେ ଓଡ଼ିଶା ସମେତ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡିଗଡ଼, ଜାମ୍ମୁ ଏବଂ କାଶ୍ମୀର, କେରଳ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ବିହାରରୁ ଖରିଫ୍‍ ଫସଲ ସଂଗ୍ରହ କରାଯାଇଛି। ସଂଗ୍ରହ କରାଯାଇଥିବା ୩୩୬ ଲକ୍ଷ ମେଟ୍ରିକ୍‍ ଟନ୍‍ ଶସ୍ୟ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨.୭୭ ଲକ୍ଷ ମେଟ୍ରିକ୍‍ ଟନ୍‍ ଶସ୍ୟ ସଂଗ୍ରହ କରାଯାଇଥିବା କୃଷି ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ୍‍ ସଂଗ୍ରହ ପରିମାଣର ଏହା ୬୦ ପ୍ରତିଶତରୁ ଅଧିକ ବୋଲି କୁହାଯାଇଛି।

ମନ୍ତ୍ରଣାଳୟ କହିଛି, ଓଡ଼ିଶା ସମେତ ୧୦ଟି ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ଚଳିତ ଖରିଫ୍‍ ଋତୁରେ ୪୫ ଲକ୍ଷ ମେଟ୍ରିକ୍‍ ଟନ୍‍ ଡାଲି ଜାତୀୟ ଓ ତୈଳବିଜ ସଂଗ୍ରହ ସମ୍ପର୍କୀତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories