www.samajalive.in
Monday, December 8, 2025
13.1 C
Bhubaneswar

ରକ୍ତହୀନତା ମୁକ୍ତ ବ୍ଲକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ

ନବରଙ୍ଗପୁର: ରକ୍ତହୀନତା ମୁକ୍ତ ବ୍ଲକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଲାକୁ ରକ୍ତହୀନତା ମୁକ୍ତ ଜିଲ୍ଲା କରିବା ଲକ୍ଷ ନେଇ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ମିଳିଥିବା ଅନୁଦାନରେ ଆଜି ଜିଲ୍ଲାର ଝରିଗାଁ ବ୍ଲକ୍ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ରକ୍ତହିନତା ମୁକ୍ତ ବ୍ଲକ୍ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାରେ ରକ୍ତହିନତା ଶତକଡ଼ା ୭୩% ଥିବାବେଳେ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ସର୍ବାଧିକ ୯୬%, ରାଇଘର ବ୍ଲକ୍ ରେ ୮୩% ଏବଂ ଝରିଗାଁ ବ୍ଲକ୍ ରେ ୭୭% ଭାଗ ରକ୍ତହିନତାର ଶିକାର ରହିଥିବାରୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ନବଜାତ ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁ ହେଉଥିବା ପୂର୍ବରୁ ନଜିର ରହିଛି । ଏହାକୁ ରୋକିବା ସହ ଜିଲ୍ଲାର ଏହି ତିନି ଗୋଟି ବ୍ଲକକୁ ସମ୍ପୁର୍ଣ୍ଣ ରକ୍ତହିନତା ମୁକ୍ତ ବ୍ଲକ୍ କରିବା ନିମନ୍ତେ ନୀତି ଆୟୋଗ ପକ୍ଷରୁ ମିଳିଥିବା ଅନୁଦାନରେ ଆସନ୍ତା ଦୁଇ ବର୍ଷ ପର୍ୟ୍ୟନ୍ତ ଲୋକଙ୍କୁ ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ସଚେତନ କରିବା ସହ ଔଷଧ ପ୍ରଦାନ କରି ସେମାନଙ୍କୁ ରକ୍ତହିନତାରୁ ମୁକ୍ତ କରିବାକୁ ଧାର୍ୟ୍ୟ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। କାର୍ୟ୍ୟକ୍ରମକୁ ସଫଳ କରାଇବା ନିମନ୍ତେ ସମସ୍ତଙ୍କୁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ ଏବଂ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ରାଇଘର, ଝରିଗାଁ ଓ ନନ୍ଦାହାଣ୍ଡି ବ୍ଲକ୍ ସହ ସମଗ୍ର ଜିଲ୍ଲାକୁ ରକ୍ତହିନତା ମୁକ୍ତ କରାଯାଇପାରିବ ବୋଲି ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼କ୍ଟର ସଭାରାଣୀ ମିଶ୍ର, ଅତିରିକ୍ତ ମହିଳା ଓ ଶିଶୁ ସମାଜ ମଙ୍ଗଳ ଅଧିକାର ମନହର ସିଂ, ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଦୁରୁଆ, ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ, ଏମପି ପ୍ରତିନିଧି ପ୍ରିୟ ରଞ୍ଜନ ଦାସଙ୍କ ସହ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories