www.samajalive.in
Tuesday, December 9, 2025
17.1 C
Bhubaneswar

ଖାପ ନେତାଙ୍କ ଚରମ ପଦକ୍ଷେପ, ହରିୟାଣା ଉପମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦଙ୍କୁ କଲେ ସାମାଜିକ ବାସନ୍ଦ

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ହରିୟାଣାର ଖାପ ନେତାମାନେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଏବଂ ହିସାରରୁ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂଙ୍କୁ ସାମାଜିକ ବହିଷ୍କାର ଘୋଷଣା କରିଛନ୍ତି। ଦୈନିକ ଇଂରାଜୀ ସମ୍ବାଦପତ୍ର ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ କ୍ରୋଧିତ ଖାପ ନେତାମାନେ ଶନିବାର ଦିନ ଉଚାନାରେ ମିଳିତ ହୋଇ କୃଷକ ଆନ୍ଦୋଳନକୁ ସମର୍ଥନ ବିଷୟ ଜଣାଇଛନ୍ତି।

ଦୁଷ୍ୟନ୍ତ ହେଉଛନ୍ତି ଉଚାନା ବିଧାନସଭା ନିର୍ବାଚନମଣ୍ଡଳୀର ଜଣେ ବିଧାୟକ ଯାହାକି ହିସାର ସଂସଦ ନିର୍ବାଚନମଣ୍ଡଳୀର ଏକ ଅଂଶ। ଏଥି ସହ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂଙ୍କ ପିତା ଚୌଧୁରୀ ବିରେନ୍ଦର ସିଂ ହରିୟାଣା ବିଧାନସଭାରେ ଉଚାନା ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁଥର ପ୍ରତିନିଧିତ୍ୱ କରିଛନ୍ତି। ବ୍ରିଜେନ୍ଦ୍ର ସିଂଙ୍କ ସହ ଖାପ ନେତାମାନେ ସେମାନଙ୍କ ପିତା ତଥା ବିଜେପିର ବରିଷ୍ଠ ନେତା ବିରେନ୍ଦ୍ର ସିଂଙ୍କୁ ମଧ୍ୟ ସାମାଜିକ ବାସନ୍ଦ ଘୋଷଣା କରିଛନ୍ତି।

- Advertisement -

ଜଣେ ଖାପ ନେତା ବଲୱାନ ପହଲୱାନ କହିଛନ୍ତି, ‘ଆମେ ସର୍ବସମ୍ମତି କ୍ରମେ ବିଜେପି ସରକାରକୁ ସମର୍ଥନ କରୁଥିବା ଜିନ୍ଦ ଅଞ୍ଚଳର କିଛି ନେତାଙ୍କୁ ବୈଠକକୁ ଡାକିବାକୁ ନିଷ୍ପତ୍ତି ନେଇଛୁ। ଯଦି ସେମାନେ ଆମ ଅଞ୍ଚଳକୁ ଆସନ୍ତି, ତେବେ ଆମେ ସେମାନଙ୍କୁ କଳା ପତାକା ଦେଖାଇବୁ। ଆମେ ସେହି ନେତାଙ୍କ ସହ କଥାବାର୍ତ୍ତା କରିବୁ ନାହିଁ ବୋଲି ସେ କହିଛନ୍ତି।’

ଅନ୍ୟ ପକ୍ଷରେ କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏନସିପି ମୁଖ୍ୟ ଶରଦ ପାୱାର ଡିସେମ୍ବର ୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶରେ କ୍ରମାଗତ ୧୧ ଦିନ ପାଇଁ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ସିଙ୍ଗୁ, ଟିକ୍ରି, ଦିଲ୍ଲୀ-ଗାଜିଆବାଦ, ଚିଲା ଏବଂ ଅନ୍ୟାନ୍ୟ ସୀମାରେ କୃଷକମାନେ ଅଟକି ରହିଛନ୍ତି। ଶନିବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନାରୁ କିଛି ମଧ୍ୟ ନିଷ୍କର୍ଷ ବହାରି ନାହିଁ। ଏଥିସହ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ତରବରିଆ କାରଣରୁ ଏହି ସମସ୍ୟା ଉପୁଜିଛି। ସରକାର କୃଷକମାନଙ୍କ କଥା ଶୁଣୁନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories