www.samajalive.in
Tuesday, December 9, 2025
17.1 C
Bhubaneswar

ବିଜୟ ମାଲ୍ୟାଙ୍କ ଫ୍ରାନ୍ସ ସମ୍ପତ୍ତି ଜବତ କଲା ପ୍ରବର୍ତନ ନିର୍ଦେଶାଳୟ; ମୂଲ୍ୟ ୧.୬ ନିୟୁତ ୟୁରୋରୁ ଅଧିକ

ପ୍ୟାରିସ: ଋଣ ଜାଲିଆତିରେ ସଂପୃକ୍ତ ଓ ଦେଶରୁ ପଳାୟନ କରିଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଫ୍ରାନ୍ସରେ ଥିବା ସମ୍ପତି ଜବତ କରିଛି ପ୍ରବର୍ତନ ନିର୍ଦେଶାଳୟ । ଏହାର ମୂଲ୍ୟ ୧.୬ ନିୟୁତ ୟୁରୋ ହେବ ବୋଲି ଆକଳନ କରାଯାଇଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୪ କୋଟି ଟଙ୍କାରୁ ଅଧିକ ହେବ ।   ପ୍ରବର୍ତନ ନିର୍ଦେଶାଳୟର  ଅନୁରୋଧ କ୍ରମେ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ୟାରିସରେ ଥିବା  ୩୨ ଆଭେନ୍ୟୁ FOCH ରେ ଅବସ୍ଥିତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ହୋଇଥିବା ସୂଚନା ମିଳିଛି ।

ସମ୍ପ୍ରତି ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁସାରେ କିଙ୍ଗଫିସର ଏୟାର ଲାଇନ୍ସ, ବିଜୟ ମାଲ୍ୟା ଓ ଅନ୍ୟମାନଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତନ ନିର୍ଦେଶାଳୟ ମାମଲା ରୁଜୁ କରିଛି ଓ ତଦନ୍ତ ଆରମ୍ଭ ହୋଇଛି । ୨୦୧୬ ମସିହାରୁ ଏହି ତଦନ୍ତ ଚାଲିଛି। ବିଜୟ ମାଲ୍ୟାଙ୍କ ଉପରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ବର୍ତମାନ ୧୧୨୩୧ କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତନ ନିର୍ଦେଶାଳୟ ଜବତ କରି ସାରିଲାଣି ।

- Advertisement -

ଅନ୍ୟପକ୍ଷରେ  ଅଭିଯୁକ୍ତ ବିଜୟ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ବୋଲି ଘୋଷଣା କରିବାକୁ ନିର୍ଦ୍ଧାରିତ କୋର୍ଟରେ ଏକ ଆବେଦନ ମଧ୍ୟ କରାଯାଇଥିଲା। ସ୍ପେଶାଲ କୋର୍ଟ (FEO ଆକ୍ଟ), ମୁମ୍ବାଇ ଗତ ୨୦୧୯ ଜାନୁଆରୀ ମାସରେ ତାଙ୍କୁ ଅର୍ଥନୈତିକ ଅପରାଧୀ ଓ ପଳାତକ ଭାବରେ ଘୋଷଣା କରିଛି ।

ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ବ୍ରିଟେନ୍ ସରକାରଙ୍କୁ ଭାରତ ସରକାର ଅନୁରୋଧ କରିଛନ୍ତି ।   ପଶ୍ଚିମବଙ୍ଗର ମାଜିଷ୍ଟ୍ରେଟ କୋର୍ଟ୨୦୧୮ ଡ଼ିସେମ୍ବର ମାସରେ  ମନି ଲଣ୍ଡରିଂ ଅଭିଯୋଗରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ରାୟ ଦେଇଛନ୍ତି। ଏହା ବିରୋଧରେ ବିଜୟ ମାଲ୍ୟା  ବ୍ରିଟେନ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ବିଜୟ ମାଲ୍ୟାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories