www.samajalive.in
Monday, December 8, 2025
20.1 C
Bhubaneswar

ପୁରୁଷ ବନ୍ଧ୍ୟାକରଣ ଏକ ଫଳପ୍ରଦ ଜନ୍ମନିରୋଧ ଉପାୟ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରରେ ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ପୁରୁଷ ବନ୍ଧ୍ୟାକରଣ ପକ୍ଷ ଡିସେମ୍ବର ୪ ତାରିଖରେ ଧାଇପୁର ପଞ୍ଚାୟତର ସୁଧାଂଶୁମୋହନପୁରଠାରେ ଉଦ୍‍ଯାପିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ୧୫ଦିନିଆ କାର୍ଯ୍ୟକ୍ରମକୁ ୨ ଭାଗରେ ବିଭକ୍ତ କରି ନଭେମ୍ବର ୨୧ରୁ ୨୭ ତାରିଖ ସଚେତନତା ସପ୍ତାହ ଓ ନଭେମ୍ବର ୨୮ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସେବା ପ୍ରଦାନ ସପ୍ତାହ ଭାବେ ପାଳନ କରାଯାଇଥିଲା। ପ୍ରଥମ ସପ୍ତାହରେ ମେଘା ସେକ୍ଟରର ୩୫ଟି ଗାଁ କଲ୍ୟାଣ ସମିତି ମାଧ୍ୟମରେ ୪୮ଟି ଗ୍ରାମରେ ପୁରୁଷ ବନ୍ଧ୍ୟାକରଣ(ଏନଏସଭି) ସଂପର୍କରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ପକ୍ଷର ୨ୟ ସପ୍ତାହରେ ବିଭିନ୍ନ ଶିବିର ମାଧ୍ୟମରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଓ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା। ସୁଧାଂଶୁମୋହନପୁରଠାରେ ଆଜି (ଶୁକ୍ରବାର) ଏହ୍‍ି ପକ୍ଷ ପାଳନ କାର୍ଯ୍ୟକ୍ରମର ଉଦ୍‍ଯାପନୀ ଦିବସରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ପୁରୁଷ ବନ୍ଧ୍ୟାକରଣ ଏକ ଫଳପ୍ରଦ ତଥା ସୁରକ୍ଷିତ ଜନ୍ମନିରୋଧ ଉପାୟ ଏବଂ ଏଥିପାଇଁ ପୁରୁଷଙ୍କ ଶରୀରରେ ବେଶୀ କଟାକଟି ବା ସିଲେଇର ଆବଶ୍ୟକତା ନଥାଏ ବୋଲି ପ୍ରକାଶ କରିଥିଲେ। ଏହି ଅସ୍ତ୍ରୋପଚାର ପରେ ପୁରୁଷ ଲୋକ ନିଜର ସମସ୍ତ କାର୍ଯ୍ୟ ସ୍ୱଭାବିକ ଭାବେ କରିପାରିବେ ବୋଲି ସେ କହିଥିଲେ। ଏଥି ସହିତ ଏହି ଅସ୍ତ୍ରୋପଚାର କରାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ। ଏହି ପଦ୍ଧତି ଗ୍ରହଣ କରିବା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର, ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଶୁକ୍ରବାର କଟକ ସିଟି ହାସପାତାଳରେ ଅନୁଷ୍ଠିତ ଏନଏସଭି ଶିବିରରେ ସୁଧାଂଶୁମୋହନପୁରର ଜଣେ ୪୫ବର୍ଷ ବୟସ୍କ ପୁରୁଷଙ୍କର ଏନଏସଭି ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି। ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ଆଶାକର୍ମୀ ବନିତା ରାଉତ, ଗାଁ କଲ୍ୟାଣ ସମିତିର ସଭ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories