www.samajalive.in
Tuesday, December 9, 2025
16.1 C
Bhubaneswar

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚାର ବିକ୍ଷୋଭ; ଅରୁଣଙ୍କ ବାସଭବନ ଘେରାଉ

 ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ
 ପରୀ ଘଟଣା ସିବିଆଇ ଦ୍ୱାରା ତଦନ୍ତ କରାଯାଉ

ଭୂବନେଶ୍ୱର:ଅଦ୍ଭୁତପୂର୍ବ ସୁରକ୍ଷା। ସାମାନ୍ୟ ପିମ୍ପୁଡିଟିଏ ମଧ୍ୟ କଡା ସୁରକ୍ଷା ବଳୟକୁ ଭେଦ କରିବାକୁ ସକ୍ଷମ ନୁହେଁ। ବାସଭବନକୁ ଚତୁଃପାର୍ଶ୍ବରୁ ଘେରି ରହିଥିଲେ ପ୍ଲାଟୁନ ପ୍ଲାଟୁନ ପୋଲିସ ଓ ସୁରକ୍ଷାକର୍ମୀ। କିନ୍ତୁ ବିଡମ୍ବନାର ବିଷୟ ଯେ, ଏହି ସୁରକ୍ଷା ବଳୟ ସୃଷ୍ଟି ହୋଇଥିଲା ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ଓ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ରାଜ୍ୟର ପ୍ରଭାବଶାଳୀ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ। ସମଗ୍ର ଅଂଚଳକୁ ବ୍ୟାରିକେଡ ଦ୍ୱାରା ଆବଦ୍ଧ କରାଯାଇ ସାଧାରଣ ଜନତାଙ୍କ ଯାତାୟତ ଉପରେ ନିଷେଧ କରାଯାଇଥିଲା। ରାଜ୍ୟର ମାଁ, ଭଉଣୀ ଓ କୋମଳମତୀ ଶିଶୁଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଏତିକି ତତ୍ପରତା ଓ ଚିନ୍ତିତ ଥିଲେ, ପରୀ ହତ୍ୟାକାଣ୍ଡ ଭଳି ଘଟଣାମାନ ରାଜ୍ୟରେ ହୁଅନ୍ତା ନାହିଁ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି। ଇସ୍ତଫା ଦାବି ନେଇ ଆଜି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଘେରାଓ କରିଥିଲେ। ମାତ୍ର ରାଜ୍ୟ ସରକାର ପୋଲିସ ଓ ପ୍ରଶାସନ କଳକୁ ଅପବ୍ୟବହାର କରି ମହିଳା କାର୍ଯ୍ୟକର୍ତାଙ୍କୁ ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଭାବେ ଜୋର ଜବରଦସ୍ତି ଗିରଫ କରିଲେ, ଏହା ଦ୍ୱାରା ସତ୍ୟକୁ କେବେହେଲେ ରୋକାଯାଇ ପାରିବେ ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

- Advertisement -

ପରୀ ଗରିବ ଅଟୋ ଡ୍ରାଇଭରର ଝିଅ। ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା ? ଦୀର୍ଘ ୪ ମାସ ଧରି ପୋଲିସ କ’ଣ ତଦନ୍ତ କରୁଥିଲା ? ପରୀର ବାପା, ମାଁ ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ବାରମ୍ବାର କହିବା ସତ୍ୱେ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ? କାହାର ପ୍ରରୋଚନାରେ ପୋଲିସ ପ୍ରଶାସନ ପରୀର ବାପା, ମାଁଙ୍କୁ ୫ ଲକ୍ଷ ଟଙ୍କା ଯାଚିବା ସହ ବିଭିନ୍ନ ପ୍ରଲୋଭନ ଦେଇ ମାମଲାକୁ ଚାପି ଦେବାର ପ୍ରୟାସ କରାଯାଉଛି ? ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ଅଛନ୍ତି। ପରୀର ବାପା, ମାଁ ବାବୁଲି ନାୟକଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି। ଏ ସମସ୍ତ ଘଟଣାର ସତ୍ୟାସତ୍ୟ ପର୍ଦ୍ଦାଫାଶ ହେବା ନିହାତି ଜରୁରୀ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି। ନିଜ ଭାବମୂର୍ତିରେ କଳା ଲାଗିଲେ  ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାରର ଯଥାସମ୍ଭବ ରଣକୈାଶଳ ଆପଣାଇ ଏଭଳି ସ୍ପର୍ଶକତା ଘଟଣାମାନକୁ ଚାପି ଦେବାର ହୀନ କଳା କୈାଶଳ ପନ୍ଥା ଆପଣାଇ ଥାଆନ୍ତି। ପରୀ ପ୍ରସଙ୍ଗରେ ମଧ୍ୟ ଶାସକ ବିଜେଡି ସେହି ସମାନ ରଣକୈାଶଳ ଆପଣାଇଛି। ମାତ୍ର ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ନିଜ ପୁଲିସ ବିଭାଗ ବିଫଳ ବୋଲି ପରୋକ୍ଷରେ ସରକାର ସ୍ୱୀକାର କରିଛନ୍ତି। ଅନ୍ୟ ପଟେ, ମନ୍ତ୍ରୀ ପଦରେ ରହି ସମଗ୍ର ତଦନ୍ତ ପ୍ରକ୍ରିୟାକୁ ମନ୍ତ୍ରୀ ଅରୁଣ ସାହୁ ପ୍ରଭାବିତ କରିବେ ବୋଲି ଆଜିର ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ତେଣୁ ରାଜ୍ୟ ସରକାର ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ଓ ନିରପେକ୍ଷ, ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ଏବଂ ସର୍ବୋପରୀ ପରୀକୁ ନ୍ୟାୟ ପାଇଁ ସିବିଆଇ ଦ୍ୱାରା ତଦନ୍ତ ଦାବୀ କରୁଛୁ। ନଚେତ ରାଜ୍ୟ ସରକାରଙ୍କ ସ୍ୱଚ୍ଛେଚାରିତା ମନୋଭାବ ଓ ଆଚରଣ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।  ଆଜିର ଏହି ବିକ୍ଷୋଭ ଓ ଘେରାଓ କାର୍ଯ୍ୟକ୍ରମରେ ବିଧାୟିକା କୁସୁମ ଟେଟେ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ପ୍ରବକ୍ତା ସୋନାଲୀ ସାହୁଙ୍କ ସମେତ ଇରାନୀ ରାୟ, କାନନବାଲା ପଟ୍ଟନାୟକ, କସ୍ତୁରୀ ମିଶ୍ର, ରଶ୍ମୀରେଖା ଦାଶ, ମନ୍ଦାକିନୀ ପାତ୍ର, ସୁବାଷିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ପବୀଣା ମହାପାତ୍ର, ପ୍ରବିଣା ଭଞ୍ଜଦେଓ, ଯାଜ୍ଞସେନୀ ଜେନା, ହରପ୍ରିୟା ସାହୁ, ପ୍ରିୟଦର୍ଶିନୀ ନନ୍ଦ, ମିନାଲତା ମହାନ୍ତି, ନିରୋଜ ନାଲିନୀ ମହାଲିକ ଓ ଶତାଧିକ ମହିଳା କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories