www.samajalive.in
Wednesday, December 10, 2025
18.1 C
Bhubaneswar

ହସିଲେ ଖୋଲିବ ଫ୍ରିଜ୍

ହସିବା ଆମ ସ୍ବାସ୍ଥ୍ୟ ପାଇଁ ଭଲ। ବିଶେଷଜ୍ଞ ଦଳ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ଏ ବାବଦରେ ସଚେତନ କରାଉଛନ୍ତି। କାମର ଚାପରେ ଆମେମାନେ ଏତେ ବ୍ୟସ୍ତ ରହୁଛୁ ଯେ ହସିବା, ଖେଳିବା, ଥଟ୍ଟା କରିବାକୁ ଯେପରି ଭୁଲିଯାଉଛେ। ମନୁଷ୍ୟର ଦୈନନ୍ଦିନ ପରିବର୍ତ୍ତିତ ଜୀବନଶୈଳୀକୁ ଲକ୍ଷ୍ୟ କରିବା ପରେ ଜାପାନ ବିଶେଷଜ୍ଞ ଦଳ ୨୦୧୨ରେ ‘ସ୍ମାଇଲ୍ ରେଫ୍ରିଜରେଟର୍’ର ତିଆରି କରିଥିଲେ। ଏହି ଫ୍ରିଜ୍ ଏବେ ଜାପାନ, ଇଉରୋପ ବଜାରରେ ଉପଲବ୍ଧ। ଜଣେ ବ୍ୟକ୍ତି ଫ୍ରିଜ୍ ସମ୍ମୁଖରେ ହସିଲେ ହିଁ ଫ୍ରିଜ୍‌ର ଲକ୍ ଆପେଆପେ ଖୋଲିଯାଏ। ସେନ୍‌ସର୍‌ଯୁକ୍ତ ଏଇ ଫ୍ରିଜ୍‌ କେବଳ ସମ୍ମୁଖରେ ଥିବା ବ୍ୟକ୍ତିର ହସକୁ ହିଁ ଖୋଲିବାର ଚାବି କାଠି ଭାବେ କାମ କରୁଥିବାର କମ୍ପାନୀ ତରଫରୁ କୁହାଯାଇଛି। ବ୍ୟସ୍ତ ଜୀବନଶୈଳୀରୁ ବାହାରି କିଛି ମୁହୂର୍ତ୍ତ ହସିବା ମନୁଷ୍ୟ ପାଇଁ ଜରୁରୀ, ଏହି କାମକୁ ସହଜ କରାଇବାରେ ଫ୍ରିଜ୍‌ ହିଁ ସାହାଯ୍ୟ କରିବ। ଜାପାନର ବଡ଼ବଡ଼ କମ୍ପାନୀରେ ଏହି ‘ସ୍ମାଇଲ୍ ଫ୍ରିଜ୍’ ରହିଥିବାବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଉନ୍ନତ ଜ୍ଞାନକୌଶଳର ଫ୍ରିଜ୍‌ କିଣି ବ୍ୟବହାର କରୁଥିବାର ଦେଖାଯାଉଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories