www.samajalive.in
Wednesday, December 10, 2025
18.1 C
Bhubaneswar

ପୁରୀ ହାଜତ ମୃତ୍ୟୁ: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ

ପୁରୀ: ପୁରୀ ହାଜତ ମୃତ୍ୟୁ ମାମଲାରେ ଓଡିଶା ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ହାଇକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦେଶ ଅନୁସାରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ଗତ ନଭେମ୍ବର୧୯ ତାରିଖରେ ରେ ପୁରୀ ସହରର ଲୋକନାଥ ରୋଡ ଅଞ୍ଚଳର ୩୩ ବର୍ଷିୟ ତେଲୁଗୁ ଯୁବକ କେ ରମେଶଙ୍କୁ କିଛି ପୁରୁଣା ମାମଲାରେ ପୋଲିସ ଉଠାଇ ନେଇଥିଲା।

- Advertisement -

ସେ ସେଠାରେ ପୁଲିସ କର୍ମଚାରୀଙ୍କ ସହ  ଝଗଡ଼ା କରିଥିବା ଅଭିଯୋଗ ହୋଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ପରିବାର ସଦସ୍ୟ ଅଭିଯୋଗ ଅନୁସାରେ ରମେଶଙ୍କୁ ପୁଲିସ ପିଟିପିଟି ମାରି ଦେଇଥିଲା ଏବଂ ତାଙ୍କ ମୃତଦେହ ସେମାନଙ୍କୁ ହସ୍ତାନ୍ତର କରାଯାଇ ନ ଥିଲା । ଏହାକୁ ନେଇ ତୁମ୍ଭୀତୋଫାନ ସୃଷ୍ଟି ହୋଇଥିଲା ଓ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଦାୟୀ କରିଥିଲେ ।

ଏହାପରେ ପୁରୀ ଏସପିଙ୍କୁ ସରକାର ବଦଳି କରିଥିଲେ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଅଧିକାରୀଙ୍କ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories