www.samajalive.in
Monday, December 8, 2025
17.1 C
Bhubaneswar

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଚାଳକ, ଗର୍ଭବତୀଙ୍କୁ ୨କିମି ଭାରରେ ବୋହିଲେ

ଗୁଣୁପୁର/ରାମନାଗୁଡ଼ା: ମାନବିକତା ଦେଖେଇଲେ ଜଣେ ଆମ୍ବୁଲାନ୍ସ ଚାଳକ । ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଭାରରେ ବୋହି ଦୀର୍ଘ ୨କିଲୋମିଟର ଚାଲିଚାଲି ନିଜ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ଡାକ୍ତରଖାନାରେ ପହଞ୍ଚାଇଥିଲେ। ରାୟଗଡା ଜିଲା ରାମନାଗୁଡା ବ୍ଲକ ନିଲମଗୁଡା ପଞ୍ଚାୟତ ଅନ୍ତର୍ଗତ ଡୁମୁରିଗୁଡା ଗ୍ରାମର କୁନି ଶବର ନାମକ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୨ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଚାଳକ କମଳାକାନ୍ତ ପାଢ଼ି ଗାଡ଼ି ନେଇଯାଇଥିଲେ। ଉକ୍ତ ଗ୍ରାମକୁ ରାସ୍ତା ନ ଥିବାରୁ ଗାଡ଼ି ଯାଇପାରି ନ ଥିଲା। ବାଧ୍ୟହୋଇ ଚାଳକ ଶ୍ରୀ ପାଢ଼ୀ ଚାଲିଚାଲି ସେଠାରେ ପହଞ୍ଚି ଉକ୍ତ ମହିଳାଙ୍କ ସ୍ବାମୀ ଲକ୍ଷ୍ମୀ ନାରାୟଣ ଶବରଙ୍କ ସହାୟତାରେ ଭାର କରି ଦୁଇ କିଲୋମିଟର ଚାଲିଚାଲି ଭାରରେ ଗାଡ଼ି ପର୍ଯ୍ୟନ୍ତ ବୋହି ଆଣିଥିଲେ। ବାଟରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମହିଳା ଓ ପୁତ୍ର ସନ୍ତାନକୁ ରମାନଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଉଭୟେ ସୁସ୍ଥ ଥିବା ଜଣାପଡିଛି । ଆମ୍ବୁଲାନ୍ସ ଚାଳକଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ା

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories