www.samajalive.in
Thursday, December 11, 2025
23.1 C
Bhubaneswar

ବିପୁଳ ପରିମାଣର ମହୁଲ ପୋଚ ଓ ମହୁଲି ମଦ ଜବତ, ୪ଗିରଫ

ଦେବଗଡ଼ : ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ ଥାନା ଅନ୍ତର୍ଗତ ଗୌଡନାଳି, କାଲକାଠ, ମୋହିନୀପୁର ଓ ଦେବଗଡ ପୌରାଂଚଳର ପୁରୁଣାଗଡ ଅଂଚଳରେ ଚଢଉ କରାଯାଇ ୬୫୦ କିଲୋ ମହୁଲ ପୋଚ ଓ ୪୧ ଲିଟର ମହୁଲି ମଦ ଜବତ କରାଯାଇଛି। ଏଥିସହ ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୌଡନାଳି, କାଲକାଠ, ମୋହିନୀପୁର ଓ ପୁରୁଣାଗଡର ବିଭିନ୍ନ ସ୍ଥାନରେ ବେଆଇନ ମଦ କାରବାର ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ର ସମ୍ପୃକ୍ତ ଅଂଚଳରେ ଚଢଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ଉପନିରୀକ୍ଷକ ପ୍ରଦ୍ୟୁମ୍ନ ସାହୁ ଓ ସହକାରୀ ଉପ ନିରୀକ୍ଷକ ଦିଲ୍ଲିପ କୁମାର ଶତପଥି ଏ.ପି.ଆର୍. ପୁଲିସ ଫୋର୍ସ ସହାୟତାରେ ଉପରୋକ୍ତ ଅଂଚଳରେ ସଦଳବଳେ ଚଢଉ କରିଥିଲେ। ଚଢଉ ସମୟରେ ଗୌଡନାଳି ଗ୍ରାମର ସୁଲୋଚନା ବଳୁଆଙ୍କ ଘରୁ ୬୦ କିଲୋ ମହୁଲ ପୋଚ ଓ ୪ ଲିଟର ମହୁଲି ମଦ, ଉକ୍ତ ଗ୍ରାମର  ପୁଷ୍ପାଂଜଳି କିସାନଙ୍କ ଘରୁ ୮୦ କିଲୋ ମହୁଲ ପୋଚ ଓ ୮ ଲିଟର ମହୁଲି ମଦ ଜବତ କରାଯାଇଥିଲା। ଏଥିସହ  ସୁଲୋଚନା ଓ ପୁଷ୍ପାଂଜଳୀଙ୍କୁ ଗିରଫ କରାଯାଇଥିଲା। ଅନୁରୂପ ଭାବେ ମୋହିନୀପୁର ଗ୍ରାମର ସୌଦାମିନୀ ସୁହୁଳାଙ୍କ ଘରୁ ୯ ଲିଟର ମହୁଲି ମଦ ଓ ପୁରୁଣାଗଡର ରଶ୍ମିତା ବାଦୀଙ୍କ ଘରୁ ୫ଲିଟର ମହୁଲି ମଦ ଜବତ କରାଯିବା ସହ ସୌଦାମିନୀ ଓ ରଶ୍ମିତାଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ଗୌଡନାଳି ଗ୍ରାମର ମକୁନ୍ଦ ବଳୁଆଙ୍କ ଘରୁ ୧୨୦ କେଜି ମହୁଲ ପୋଚ ଓ ପୁରୁଣାଗଡର ସୁନିତା ହସ୍ତୀଙ୍କ ଘରୁ ୩୯୦ କିଲୋ ମହୁଲ ପୋଚ ଓ ୧୫ ଲିଟର ମହୁଲି ମଦ ଜବତ କରାଯାଇଥିଲା। ମାତ୍ର ମକୁନ୍ଦ ଓ ସୁନିତା ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନଥିଲା।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories