www.samajalive.in
Monday, December 8, 2025
27.1 C
Bhubaneswar

ଅରୁଣଙ୍କ କୁଶପୁତଳିକା ଦାହ କଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ମନ୍ତ୍ରୀ ପଦରୁ ବହିଷ୍କାର ଦାବି

ଭୁବନେଶ୍ୱର : ନୟାଗଡ଼ର ଯଦୁପୁର ଗ୍ରାମର ୫ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ସହ ପରୀକୁ ଉପଯୁକ୍ତ ନ୍ୟାୟ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ଭୁବନେଶ୍ୱର ମହିଳା କଂଗ୍ରେସ ସଭାନେତ୍ରୀ  ଗୀତାଞ୍ଜଳି ଦାସଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ମହିଳା ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ କରିଛନ୍ତି। ଏହା ସହ ସେମାନେ ମନ୍ତ୍ରୀମଣ୍ଡଳରୁ ଅରୁଣଙ୍କୁ ବହିଷ୍କାର କରାଯିବାକୁ ମଧ୍ୟ ଦାବି କରିଛନ୍ତି ।  ଅରୁଣ ସାହୁଙ୍କ ଘନିଷ୍ଠ ସହଯୋଗୀ ବାବୁଲି ନାୟକ ହିଁ ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଅପରାଧୀଙ୍କୁ ଘଂଟ ଘୋଡ଼ାଇବା ସହ ଏହି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

- Advertisement -

ସେଥିପାଇଁ ୪ ମାସ ପରେ ମଧ୍ୟ ପୁଲିସ କିଛି ପଦକ୍ଷେପ ନନେଇ ଚୁପଚାପ ବସିଯାଇଛି।  ମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ତ୍ରୀଙ୍କୁ ଘଂଟ ଘୋଡାଉଛନ୍ତି। ଏଣୁ ରାଜ୍ୟ ସରକାର ପରୀ ଘଟଣାକୁ ଚପାଇ ଦେବାକୁ ହୀନ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଦାଶ। ଜଣେ ମନ୍ତ୍ରୀ ଅଭିଯୁକ୍ତ ଥାଇ ଯଦି  ପଦରେ ରୁହେ ତେବେ ତଦନ୍ତରେ ବାଧା ଉପୁଯିବାର ଆଂଶକା କରାଯାଉଛି। ତେଣୁ କଂଗ୍ରେସ ଦଳ ସିବିଆଇ ତଦନ୍ତ ସହ ପରୀ ହତ୍ୟା ଘଟଣାର ତଦନ୍ତ ନ ସରିଲା ପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର କୁଶପୁତଳିକା ଦାହ କରାଯାଇଥିଲା। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମୋହନ ଜେନା, ଅଶୋକ ଦାସ, ଏସ୍‍କେ ଆପତାବ ଅଲ୍ଲୀ, ରାଜୀବ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ମିହରି ଆ•ର୍ଯ୍ୟ, ଯୋଗୀନାଥ ନାୟକ, ଶ୍ରୀୟା ମହାନ୍ତି, ୟାସିର ନୱାଜ, ରଞ୍ଜିତ ପାତ୍ର, ଅକ୍ଷୟ ଦାସ, କ୍ଷୀରୋଦ ବେହେରା, ମନୋଜ ସାହୁ, ନିରୋଜମଞ୍ଜରୀ ଗଡ଼ନାୟକ, ନିରୁପମା ପାତ୍ର, ଦେବରାଜ ମିଶ୍ର, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ଏସ୍ କେ ତାକ୍ୟୁୟିନ, ଅନିଲ ଦାସ, ଶୁଭ୍ରଜ୍ୟୋତି ଲେଙ୍କାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories