www.samajalive.in
Thursday, December 11, 2025
18.1 C
Bhubaneswar

ଆଜି ଭାରତ ବନ୍ଦ

ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାରଙ୍କ ସମୟରେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଲାଣି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି। ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ଓ ଚାଷୀ ବିରୋଧୀ ୩ଟି କୃଷି ଆଇନ ବାତିଲ ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି ଶ୍ରମିକ ସଂଗଠନ ସିଟୁ ପକ୍ଷରୁ କୁହାଯାଇଛି। ଆମ୍ବୁଲାନ୍ସ ଭଳି ଅତ୍ୟାବଶ୍ୟକ ସେବା ପ୍ରତି ସଂଗଠନ ଦୃଷ୍ଟି ଦେବ ବୋଲି ଶ୍ରମିକ ନେତାମନେ କହିଛନ୍ତି।
ଭାରତ ବନ୍ଦ ପାଇଁ ସିପିଆଇ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା କରାଯାଇଛି। ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟସ୍ତରରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ, ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ୍‍, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ସେୱା, ଏଆଇସିସିଟିୟୁ, ଏଲପିଏ, ଓୟୁଟିୟୁସି ତଥା ବ୍ୟାଙ୍କ, ବୀମା, ରାଜ୍ୟ ସରକାରୀ କର୍ମଚାରୀ, କେନ୍ଦ୍ର ସରକାରୀ କର୍ମଚାରୀ, ରେଳବାଇ, ପ୍ରତିରକ୍ଷା ଓ କୋଇଲା ଆଦି ସଂସ୍ଥାର ସ୍ୱାଧୀନ ଫେଡେରେସନ କୃଷକ ସଂଘର୍ଷ ସମିତି ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଜାତୀୟ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ, ଫେଡ଼େରେସନ ସମୂହ ଏବଂ କୃଷକ-କ୍ଷେତ ମଜଦୁର ସଂଗଠନମାନଙ୍କର ୩୦୦ରୁ ଊର୍ଦ୍ଧ୍ବ ସଂଗଠନ ଏହି ସର୍ବଭାରତୀୟ ସାଧାରଣ ଧର୍ମଘଟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଦେଶର ୨୨ଟି ଶ୍ରମ ଆଇନରୁ ବାତିଲ କରି ୪ଟି ଶ୍ରମ କୋଡ଼ରେ ପରିଣତ କରିଦେବା ଫଳରେ ଶ୍ରମିକମାନେ ଯାହାକିଛି ଅଧିକାର ପାଉଥିଲେ ସେଥିରୁ ବଞ୍ଚିତ ହେବେ।
ରେଳବାଇ, କୋଇଲା, ପ୍ରତିରକ୍ଷା, ସମେତ ବ୍ୟାଙ୍କ, ବୀମା ଭଳି ଆର୍ଥିକ କ୍ଷେତ୍ର, ତୈଳ ଓ ବାଷ୍ପ, ବନ୍ଦର ଆଦି ଲାଭଜନକ ରାଷ୍ଟ୍ରାୟତ୍ତ ଓ ସରକାରୀ ବିଭାଗଗୁଡ଼ିକର ବିକ୍ରି/ଘରୋଇକରଣ ବନ୍ଦ କରିବା, ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କୁ ଚାକିରିରୁ ଛଟେଇ ପାଇଁ ଉଦ୍ଦିଷ୍ଟ ସର୍କୁଲାର ପ୍ରତ୍ୟାହାର, ସମସ୍ତଙ୍କୁ ପେନ୍‌ସନ୍‍, ଏନ୍‍ପିଏସ ବାତିଲ, ଇପିଏସ୍‍-୯୫ରେ ଉନ୍ନତି ଆଦି ଦାବିନେଇ ଏହି ଧର୍ମଘଟ ଡାକରା ଦିଆଇଛି ବୋଲି ଆଇଏନ୍‌ଟିୟୁସିର ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ମହାପାତ୍ର, ସନାତନ ପାତ୍ର, ଅଶୋକ ପ୍ରଧାନ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶଙ୍କର ସାହୁ, ଶ୍ରୀକାନ୍ତ ମହାନ୍ତି, ପ୍ରଫୁଲ୍ଲ ସାମନ୍ତରା, ରଘୁନାଥ ଦାସ, ନରେନ୍ଦ୍ର ମହାନ୍ତି ପ୍ରମୁଖ ବନ୍ଦ ସଫଳ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। କଂଗ୍ରେସ ସମେତ ବାମଦଳଗୁଡ଼ିକ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଧର୍ମଘଟକୁ ନଜରରେ ରଖି ପୁଲିସ ମଧ୍ୟ ଧର୍ମଘଟକାରୀଙ୍କ ଉପରେ ନଜର ରଖିବାକୁ ପ୍ରସ୍ତୁତି ଚଳାଇଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories