www.samajalive.in
Friday, December 12, 2025
19.1 C
Bhubaneswar

ବାର୍‌କ୍ଲେ ଆଇସିସିର ନୂତନ ଅଧ୍ୟକ୍ଷ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ନୂତନ ଅଧ୍ୟକ୍ଷ ଭାବେ ନ୍ୟୁଜିଲାଣ୍ଡର ଗ୍ରେଗ୍‌ ବାର୍‌କ୍ଲେ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଆଇସିସିର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବାର୍‌କ୍ଲେ ସିଙ୍ଗାପୁରର ଇମ୍ରାନ୍ ଖାୱାଜାଙ୍କୁ ୧୧-୫ ଭୋଟ୍‌ରେ ପରାସ୍ତ କରିଥିଲେ। ଏହି ନିର୍ବାଚନରେ ୧୬ଜଣ ଭୋଟ୍‌ ଦେବାର ଅଧିକାର ପାଇଥିଲେ। ବାର୍‌କ୍ଲେଙ୍କୁ ୧୧ଟି ଭୋଟ୍ ମିଳିଥିଲା, ଯାହାକି ଆଇସିସିର ନିୟମ ଅନୁଯାୟୀ ଦୁଇ-ତୃତୀୟାଂଶ ଭୋଟ୍‌। ମଙ୍ଗଳବାର କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ପ୍ରତିନିଧିଙ୍କ ଭୋଟ୍‌ ବାର୍‌କ୍ଲେଙ୍କ ସପକ୍ଷରେ ଯିବାରୁ ତାଙ୍କ ବିଜୟ ସୁଗମ ହୋଇଥିଲା ବୋଲି ଆଲୋଚନା ହେଉଛି।
ସୂଚନାଥାଉକି କିଛିଦିନ ତଳେ ଅନୁଷ୍ଠିତ ପ୍ରଥମ ରାଉଣ୍ଡ ଭୋଟ୍‌ରେ ବାର୍‌କ୍ଲେଙ୍କୁ ୧୦ଟି ଭୋଟ୍‌ ମିଳିଥିବା ବେଳେ ଖାୱାଜାଙ୍କୁ ୬ଟି ଭୋଟ୍ ମିଳିଥିଲା। ଆଇସିସି ନିୟମ ଅନୁଯାୟୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ବାର୍‌କ୍ଲେଙ୍କୁ ୧୧ଟି ଭୋଟ୍‌ ଆବଶ୍ୟକ ଥିବାରୁ ପ୍ରଥମ ରାଉଣ୍ଡରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଦ୍ବିତୀୟ ରାଉଣ୍ଡ ଭୋଟ୍‌ ଅନୁଷ୍ଠିତ ହୋଇଥିଲା। ବାରକ୍ଲେଙ୍କୁ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ସମର୍ଥନ ମିଳିଥିବା କୁହାଯାଉଛି। ଅନ୍ୟପକ୍ଷରେ ଖାୱାଜାଙ୍କ ପ୍ରତି ପାକିସ୍ତାନ କ୍ରିକେଟ୍ ବୋର୍ଡର ସମର୍ଥନ ଥିଲା। ଅକ୍‌ଲାଣ୍ଡରେ ଜନ୍ମିତ ବାର୍‌କ୍ଲେ ପେସାରେ ଜଣେ ଆଇନଜୀବୀ। ସେ ୨୦୧୨ରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ଆସୋସିଏସନ୍‌ର ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି। ସେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ଅନେକ କମ୍ପାନୀର ମ୍ୟାନେଜମେଣ୍ଟରେ ନିର୍ଦେଶକ ପଦରେ ଅଛନ୍ତି।
ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ନିଜ ପ୍ରତିକ୍ରିୟାରେ ବାର୍‌କ୍ଲେ କହିଛନ୍ତି ଏହା ତାଙ୍କ ପାଇଁ ବେଶ୍‌ ସମ୍ମାନର ବିଷୟ। ସମସ୍ତଙ୍କ ସହଯୋଗ ନେଇ ଆଇସିସି ଅଧ୍ୟକ୍ଷ ଭାବେ କାମ କରିବା ସହ କ୍ରିକେଟ୍‌କୁ ବିଶ୍ବସ୍ତରରେ ଅଧିକ ଲୋକପ୍ରିୟ ଓ ପ୍ରଚାର-ପ୍ରସାର ପାଇଁ ଉଦ୍ୟମ କରିବେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories