www.samajalive.in
Tuesday, December 9, 2025
16.1 C
Bhubaneswar

ହାତୀସରା ହତ୍ୟା ମାମଲା ; ହତ୍ୟାକାରୀ ପର୍ଯ୍ୟନ୍ତ ପହଞ୍ଚିପାରୁନି ପୁଲିସ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଗୁପ୍ତଧନ ନେଉଛି ଜୀବନ! ଆଜି ବି ମଣିଷ ଅନ୍ଧବିଶ୍ୱାସର ଅନ୍ଧଗଳିରେ ବଞ୍ଚୁଥିବା ବେଳେ ଗୁପ୍ତଧନକୁ ନେଇ ହେଉଥିବା ହତ୍ୟା ମାମଲାକୁ ସମାଧାନ କରିବାରେ ପ୍ରାୟତଃ ପୁଲିସ ବିଫଳ ହେଉଥିବା ଅଭିଯୋଗ। ଗତ ପ୍ରାୟ ୧୮ ଦିନ ପୂର୍ବରୁ ଦେଓଗାଁ ଥାନା ହାତୀସରା ଗାଁର ନିଖୋଜ ହୋଇଥିବା ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ହତ୍ୟା ପଛରେ ଗୁପ୍ତଧନ କାରଣ ରହିଥିବା ଆଲୋଚନା ହେଉଥିବା ବେଳେ ପୂର୍ବରୁ ଗୁପ୍ତଧନ ଲୋଭରେ ଏହି ଥାନା ଅନ୍ତର୍ଗତ ସିଲେଟକାନୀ ଗାଁରେ ଜଣେ ନାବାଳକକୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ସେହି ଘଟଣାରେ ହତ୍ୟାକାରୀ ପାଖରେ ପୁଲିସ ପହଞ୍ଚିପାରି ନଥିବା ବେଳେ ହାତୀସରା ହତ୍ୟା ମାମଲାରେ ମଧ୍ୟ ପୁଲିସକୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ସୁରାକ ମିଳି ନଥିବା ନିଜେ ଥାନା ଅଧିକାରୀ କହିଛନ୍ତି ।

ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁର ନାବାଳକ ବବଲୁ ବଗର୍ତ୍ତି । ଗତ ଜାନୁୟାରୀ ୨୧ ତାରିଖରେ ସେ ନିଖୋଜ ହୋଇଥିଲେ । କିଛି ଦିନ ପୁଲିସ ଖୋଜାଖୋଜି କରିବା ପରେ ବବଲୁର କିଛି ଖବର ମିଳି ନଥିଲା। ଫେବୃୟାରୀ ୫ ତାରିଖରେ ସୋନଗଡ ନଦୀରୁ ବବଲୁଙ୍କ ଶବ ମିଳିଥିଲା । ଗୁପ୍ତଧନ ଲୋଭରେ ବବଲୁଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ପୁଲିସ ହାତରେ ଏପର୍ଯ୍ୟନ୍ତ ହତ୍ୟାକାରୀ ଲାଗି ନଥିବା ଜଣାପଡିଛି । ଏହି ହତ୍ୟା ମାମଲାକୁ ସମାଧାନ କରିବାରେ ପୁଲିସ ସଂପୂର୍ଣ୍ଣ ଭାବେ ହାର ମାନିଥିବା ବେଳେ ଏହି ଘଟଣା ବିଧାନସଭାରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେହିପରି ଗତ ୫ ତାରିଖରେ ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ଗଜାନନ ମେହେର ପାଟଣାଗଡ ଯିବାକୁ କହି ନିଖୋଜ ହୋଇଥିଲେ। ନିଖୋଜ ହେବାର ପ୍ରାୟ ୧୭ ଦିନ ପରେ ତାଙ୍କ ମୃତଦେହ ଚିପାକାନୀ ନିକଟସ୍ଥ ଜଙ୍ଗଲରୁ ମିଲିଥିଲା । ଘଟଣାସ୍ଥଳରେ ବାଇକ, ମାସ୍କ ଭଳି ଅନ୍ୟ ସାମଗ୍ରୀ ପୁଲିସ ଜବତ କରିଥିଲା। ୫ ତାରିଖରେ ମୃତ ଗଜାନନଙ୍କ ସହିତ ଶିର ରଣା ନାମକ ଜଣେ ଯୁବକ ଯାଇଥିବା ବେଳେ ସେ ମଧ୍ୟ ସେହି ଦିନ ଠାରୁ ନିଖୋଜ ଥିବା ଆଲୋଚନା ହେଉଛି । କିନ୍ତୁ ଶିର ରଣାଙ୍କ ନିଖୋଜ ନେଇ କୌଣସି ଅଭିଯୋଗ ହୋଇ ନାହିଁ। ତେବେ ସିର ରଣା ଗୁପ୍ତଧନ ପଛରେ ପଡିଥିବା ବେଳେ ଏହାକୁ ନେଇ ହିଁ ଗଜାନନର ହତ୍ୟା ହୋଇଥିବ ବୋଲି ଲୋକେ ଆଲୋଚନା କରୁଛନ୍ତି । ପାରିପାର୍ଶ୍ବିକ ପରିସ୍ଥିତିରୁ ମଧ୍ୟ ଏହା ସ୍ପଷ୍ଟ ଯେ ଗଜାନନଙ୍କୁ ସେହି ସ୍ଥାନରେ ହିଁ ହତ୍ୟା କରାଯାଇଛି ।

- Advertisement -

ଗୁପ୍ତଧନ ହିଁ ହତ୍ୟାର କାରଣ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଉ କିଛି ଏହାର ପଛରେ ପ୍ରେମ ବ୍ୟାପାର ଥାଇପାରେ ବୋଲି ଆଲୋଚନା କରୁଛନ୍ତି। ଗଜାନନଙ୍କୁ ୩୨ ବର୍ଷ ହୋଇଥିବା ବେଳେ ସେ ବାହା ହୋଇ ନଥିଲେ । ଗଜାନନ ହତ୍ୟା ଘଟଣାରେ ପୁଲିସ ୨ଜଣଙ୍କୁ ବନ୍ଧପଡ଼ା ଫାଣ୍ଡିରେ ଅଟକ ରଖି ପଚାରଉଚୁରା କରୁଥିବା ସୂଚନା ମିଳିଥିବା ବେଳେ ଦେଓଗାଁ ପୁଲିସ ସଂପୂର୍ଣ୍ଣ ଭାବେ ଏହାକୁ ଅସ୍ୱୀକାର କରିଛି। ସ୍ଥାନୀୟ ଭାରାପ୍ରାପ୍ତ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ କହିବା ଅନୁସାରେ ଗଜାନନଙ୍କୁ ହତ୍ୟା କରାଯାଇଛି ତାହା ଘଟଣାସ୍ଥଳରୁ ସ୍ପଷ୍ଟ ହେଉଥିବା ବେଳେ ଏହାର ପଛର କାରଣ ଜଣାପଡିନାହିଁ । ଗୁପ୍ତଧନ ଏବଂ ପ୍ରେମ ସଂପର୍କ ସେ ନେଇ ସ୍ପଷ୍ଟ କରିବା ପାଇଁ ପୁଲିସ ହାତରେ କିଛି ସୁରାକ ନଥିବା ସେ କହିଛନ୍ତି । ଏପର୍ଯ୍ୟନ୍ତ କାହାକୁ ଅଟକ ରଖାଯାଇନାହିଁ। କେବଳ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଗୁଜବ ବୋଲି ଶ୍ରୀ ବରିହା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories