www.samajalive.in
Tuesday, December 9, 2025
16.1 C
Bhubaneswar

୩୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପିପିଲି: ପିପିଲି ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳେ ସାତଶଙ୍ଖ ମେଡିକାଲ ଛକ ନିକଟରେ ଚଢାଉ କରାଯାଇ ୩୩ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଜଣକୁୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ଅର୍ଜୁନ ବେହେରା (୨୬) ଓ ତାର ଘର ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁକେରା ଗ୍ରାମରେ ହୋଇଥିବା ସୂଚନା ମିଳିଛି।

ସାତଶଙ୍ଖ ବଜାର ସ୍ଥିତ ମେଡିକାଲ ଛକ ଓ ମେଳଣପଡ଼ିଆ ନିକଟରେ ପ୍ରତ୍ୟହ ବ୍ରାଉନସୁଗାର କାରବାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ତେବେ ସାତଶଙ୍ଖ ମେଡିକାଲ ଛକ ଠାରେ ବ୍ରାଉନସୁଗାର ବିକ୍ରି ଚାଲିଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଅବକାରୀଟିମ୍‍ ଆଜି ସକାଳ ସାଢେ ୮ଟାରେ ସେଠାରେ ଚଢାଉ କରିଥିଲା। ଚଢାଉ ସମୟରେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୁକ୍ତ ଅର୍ଜ୍ଜୁନକୁ ଗିରଫ କରାଯାଇଥିବା ବେଳେ ତା’ନିକଟରୁ ୩୩ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଜବତ ବ୍ରାଉନସୁଗାରର ମୂଲ୍ୟ ୩ଲକ୍ଷ ୩୦ହଜାର ଟଙ୍କା ଅଟେ। ଏନେଇ ପିପିଲି ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଚଢାଉରେ ଶ୍ରୀମଲ୍ଲିକଙ୍କ ସମେତ ଅବକାରୀ ଏଏସ୍‍ଆଇ ସୁଶାନ୍ତ କୁମାର ମହାପାତ୍ର, କନେଷ୍ଟବଳ ସନ୍ତୋଷ କୁମାର ନାୟକ, ଦୀନବନ୍ଧୁ ବାରିକ, ତପନ କୁମାର ପ୍ରଧାନ ଓ ମିନତୀ ପରିଡା ପ୍ରମୁଖ ସାମିଲ ଥିବା ସୂଚନା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories