www.samajalive.in
Tuesday, December 9, 2025
15.1 C
Bhubaneswar

୮୩ତମ ସୋପାନରେ ପହଁଚିଲା ଜେ.ଏନ. କଲେଜର ୱେବିନାର ଆଲୋଚନା ଚକ୍ର

ଇଛା ଥିଲେ ଉପାୟ ଆସେ ଓ ପ୍ରୟାସ ସଫଳ କରିବାକୁ ହେଲେ ସତ୍ୟନିଷ୍ଠ ଭାବେ କାର୍ଯ୍ୟ କରିବାକୁ ହୁଏ, ଏକଥାକୁ ଅକ୍ଷରେ ଅକ୍ଷରେ ପାଳନ କରି କଟକ ଜିଲ୍ଲା ମାହାଙ୍ଗା ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ୮୩ଟି ଆଲୋଚନା ଚକ୍ର ସଫଳ ଭାବେ ଆୟୋଜନ କରାଇପାରିଛନ୍ତି। ଏହି ଆଲୋଚନାଗୁଡିକରେ ସମାଜର ସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସମେତ ଦେଶ ଓ ବିଦେଶରୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଛନ୍ତି। ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ନିର୍ଦେଶକ ବିକ୍ରମ କେଶୋରୀ ଜେନାଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନରେ ସାରା ଦେଶରେ ଜବାହରଲାଲ ନେହେରୁ ମହାବିଦ୍ୟାଳୟ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

ଆଜିର ଆଲୋଚନା ଚକ୍ରର ପ୍ରଥମାର୍ଦ୍ଧରେ ମେକ୍ସିକୋ ବିଶ୍ୱବିଦ୍ୟାଳୟର ଆଇନ ଗବେଷକ ପ୍ରଫେସର ମେକ୍ସିକୋ ଆଡଲଫ ଅନ୍ତର୍ଜାତୀୟ କ୍ଷେତ୍ରରେ ଆଇନ ସେବାର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିବା ବେଳେ ମହୀଶୂର ବିଶ୍ୱବିଦ୍ୟାଳୟର ବାୟୋ-କେମିଷ୍ଟ୍ରି ବିଭାଗୀୟ ଅଧ୍ୟାପକ ପ୍ରଫେସର ବି.ଏସ.ବିଶ୍ୱନାଥ ସର୍ପ ଦଂଶନର ଚିକିତ୍ସା ପାଇଁ ଆଦିବାସୀମାନଙ୍କ କୌଶଳ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ।

- Advertisement -

ଆଲୋଚନା ଚକ୍ରର ଦ୍ଵିତୀୟାର୍ଦ୍ଧରେ ତେଜପୁର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ପ୍ରଫେସର ଅଭିଜିତ ବୋରା ଭାରତୀୟ ଚଳଚ୍ଚିତ୍ରର ନୂତନ ଧାରା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଚଳଚ୍ଚିତ୍ର ନିର୍ମାତା ଡଃ ଶତରୁପା ସାନ୍ୟାଲ ସମାଜପ୍ରତି ଚଳଚ୍ଚିତ୍ରର କର୍ତ୍ତବ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ଚକ୍ରର ଅନ୍ୟତମ ଅତିଥି ଭାବେ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗୀୟ ଅଧ୍ୟାପକ ପ୍ରଫେସର ନବୀନ କୁମାର ପ୍ରାକ-ପିଏଚଡ଼ି ତଥ୍ୟ ସଂଗ୍ରହରେ ସଫ୍ଟୱାରର ବ୍ୟବହାର ଉପରେ ତଥ୍ୟ ଉପସ୍ଥାପକ କରିଥିଲେ।

ଏହି ୱେବିନାରରେ କାର୍ଡର ସହ ନିର୍ଦେଶକ ଚିନ୍ମୟ କୁମାର ସାହୁ ଓ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ଦେଇଥିବା ବେଳେ ଅଧ୍ୟାପିକା ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ବାଇଧର ଦାସ ଓ ଅଧ୍ୟାପକ ଶୁଭମ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories