www.samajalive.in
Monday, December 8, 2025
27.1 C
Bhubaneswar

କ୍ରସର ଗୁଣ୍ଡରୁ ଜମି ପଡିଆ, ଧାନର ନଡାକୁ ଖାଉ ନାହାଁନ୍ତି ଗୋରୁ, ଚାଷୀ ମୁଣ୍ଡରେ ଚଡକ

ଗଡ଼଼ମଧୁପୁର : କଥାରେ ଅଛି ଚାଷ ନାହିଁ ଯାର ବାସ ନାହିଁ ତାର। ଚାଷରୁ ଅନେକ ପରିବାରଙ୍କର ଚୁଲି ଜଳୁଥାଏ।  ତେବେ ଏହି ବୃତ୍ତିରୁ ଏବେ ଅନେକ ଲୋକେ ମୁହଁ ଫେରାଉଥିବା ଦେଖାଯାଉଛି। ଧର୍ମଶାଳା ବ୍ଲକ ସମ୍ପାରୁ ପଂଚାୟତର ତୁରଙ୍ଗ ଗ୍ରାମର ଅନେକ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ସେହି ଅଂଚଳରେ ଥିବା କେତେକ ପଥର ଚାଷୀ ଚାଷ ଛାଡିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି।

ଖବର ଅନୁଯାଇ ଏହି ଗାଁର ଶତାଧିକ ଚାଷୀଙ୍କର ଶହ ଶହ ଏକର ଚାଷ ଜମିରେ ଏବେ ପଥର ଗୁଣ୍ଡ ଜମା ହୋଇ ଜମିର ଉର୍ବରତା ନଷ୍ଟ ହେବାରୁ ପଡିଆ ପଡିଥିବା ବେଳେ ଆଉ କିଛି ଜମିରେ ଚାଷ ହୋଇଥିଲେ ମଧ୍ୟ ପାଚଲା ଧାନଗଛ ଉପରେ ପଥର ଗୁଣ୍ଡର ଏକ ଆସ୍ତରଣ ସୃଷ୍ଟି ହୋଇଛି। ପାଇକରାପୁର ମୌଜାରେ ଥିବା ଶହ ଶହ ଏକର ଚାଷଜମି ନିକଟରେ ଏକାଧିକ କ୍ରସର ଦିନ ରାତି ଚାଲିବା ଫଳରେ ଏହି କ୍ରସରରୁ ପଥର ଗୁଣ୍ଡ ଉଡି ନିକଟବର୍ତ୍ତୀ ଚାଷ ଜମି ଉପରେ ପଡୁଛି। ଫଳରେ ଜମି ଉର୍ବରତା ନଷ୍ଟ ହୋଇଥିବା ନେଇ ଚାଷୀମାନେ ଅନେକ ଥର କ୍ରସର ମାଲିକ ମାନଙ୍କୁ ଜଣାଇଥିଲେ ମଧ୍ୟ କ୍ରସର ମାଲିକ କିଛି ଶୁଣୁ ନାହାନ୍ତି। କ୍ରସରରେ ପାଣି ସିଂଚନର ବ୍ୟବସ୍ଥା ନ କରିବା ଫଳରେ ଏଥିରୁ ବାହାରୁ ଥିବା ଗୁଣ୍ଡ ଅନେକ ଦୂର ପର୍ଯ୍ୟନ୍ତ ଉଡୁଛି। ଯେଉଁ ମାନେ ଧାନ ବୁଣିଛନ୍ତି ସେମାନଙ୍କ ଧାନ ଫୁଲହାଟ କରୁଥିବା ସମୟରେ ପଥର ଗୁଣ୍ଡ ଉଡି ଧାନ କ୍ଷେତରେ ପଡିବାରୁ ଫସଲ ହାନି ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ କେହି ଶୁଣୁ ନଥିଲେ। ସେହିପରି ପାଚିଲାଧାନର ନଡା ଉପରେ ପଥରଗୁଣ୍ଡର ଅସ୍ତରଣ ବସି ରହିଥିବା ତଦନ୍ତ କଲେ ଦେଖାଯିବ। ଚଷା ଧାନର ନଡାକୁ ବର୍ଷେ ସାଇତି ଗୋରୁଙ୍କୁ ଖାଇବାକୁ ଦେଇଥାଏ। ଏହି ନଡାରେ ପଥର ଗୁଣ୍ଡ ଲାଗି ରହିଥିବାରୁ ଗୋରୁ ଏହାକୁ ମୁହଁରେ ଦେଉନଥିବାରୁ ଚାଷୀ ଏବେ ଗୋରୁ କଣ ଖାଇବେ ସେହି ଚିନ୍ତାରେ ପଡିଛନ୍ତି।

- Advertisement -

ନିୟମ ଅନୁଯାଇ ଯେଉଁ କ୍ରସରର ପରିସୀମା ନିକଟରେ ଚାଷ ଜମି ରହିଥିବ ସେହି କ୍ରସରକୁ ଏନଓସି ମିଳିବ ନାହିଁ। କିନ୍ତୁ ଏହି ସବୁ କ୍ରସରକୁ କିପରି ଅଭିଯୋଗ ନଥିବା ପ୍ରମାଣ ପତ୍ର ମିଳିଛି ତାକୁ ନେଇ ସେହି ଚାଷୀମାନେ ପ୍ରଶ୍ନ ଉଠାଉଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ କରୁନାହିଁ। ଅହେତୁକ ଅନୁକମ୍ପା ଦେଖାଇ ଚାଷୀଙ୍କ ଦାବିକୁ ଚାପି ଦିଆଯାଉଛି ବୋଲି କହନ୍ତି ସେହି ମୌଜାର ଚାଷି ଅକ୍ଷୟ କୁମାର ଜେନା, ଭ୍ରମର ବର ସାମଲ, ପ୍ରହଲ୍ଲାଦ ସ୍ୱାଇଁ, ଶତୃଘନ ଜେନା, ନବଘନ ଜେନା, ବିଭୁତି ଭୁଷଣ ସ୍ୱାଇଁ, ଯୁଗଳ କିଶୋର ଖଟୁଆ, ପ୍ରଭାତ ଖଟୁଆ, ହରେକୃଷ୍ଣ ନାୟକ, ନୃସିଂହ ସାମଲ, ଧୃବ ମଳିକ, ଗୋଲଖ ବିହାରୀ ନାୟକ ପ୍ରମୁଖ । ଏହି ମୌଜାରେ ୫୦୦ଏକରରୁ ଉର୍ଦ୍ଧ୍ବ ଜମି ଏହି କ୍ରସର ମାଲିକଙ୍କ ଦୌରାତ୍ମ୍ୟରୁ ପଥର ଗୁଣ୍ଡ ପଡି ନଷ୍ଟ ହୋଇଥିବା ଅକ୍ଷୟ କୁମାର ଜେନା କହନ୍ତି। ଏଥି ସହିତ ଉତ୍କଳ ହାଇୱେଜ ନାମକ କ୍ରସରରୁ ପଥର ଗୁଣ୍ଡ ଉଡି ତାଙ୍କ ଜମି ସମେତ ଶହେ ଏକରରୁ ଅଧିକ ଜମି ନଷ୍ଟ ହୋଇଥିବା କହନ୍ତି। ତେବେ ଏହିସବୁ କ୍ରସରର ବୈଧତାକୁ ନେଇ ସେ ପ୍ରଶ୍ନ କରିବା ସହିତ କିପରି ଭାବରେ ପ୍ରଶାସନ ତାଙ୍କୁ ଏନନଓସି ଦେଇଛି ତାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ପ୍ରଶାସନିକ ଅଧିକାରୀ ଓ କ୍ରସର ମାଫିଆଙ୍କ ମଧ୍ୟରେ ହୋଇଥିବା ଅସାଧୁମେଣ୍ଟ ପଦାକୁ ଆସିପାରିବ ବୋଲି କହିଛନ୍ତି। ଏହି କ୍ରସର ଆଜକୁ ଦୀର୍ଘ ବର୍ଷ ଧରି ସରକାରୀ ଜମି ନିଜ ଦଖଲରେ ରଖି କ୍ରସର କାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ଡରାଇ ରଖିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଏକେପି, ମାରୁତି, ମଧୁସ୍ମିତା, ବାବା, ଉତ୍କଳ ହାଞୱେଜ ଆଦି କ୍ରସର ଏହି ମୌଜାରେ କ୍ରସର ଚଳାଇ ଅନେକ ଚାଷିଙ୍କ ଜୀବନ ଜୀବିକା ଉପରେ  ପ୍ରଭାବ ପକାଇଛନ୍ତି। ତୁରନ୍ତ ଏହି କ୍ରସରର ଏନଓସି ପ୍ରତ୍ୟାହର କରି କ୍ରସରକୁ ବନ୍ଦ ନକଲେ କିମ୍ବା ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମି ଦିନରେ ଚାଷ ବୁଡିବା ସହିତ ଚାଷି ବୁଡିବେ ବୋଲି କହିଛନ୍ତି। ପ୍ରଶାସନ ଏହା ଉପରେ ଗୁରୁତ୍ୱ ନଦେଲେ ଆଗାମି ଦିନରେ ଚାଷିମାନେ ମିଳିତ ଭାବରେ ରସ୍ତାରୋକ କରିବାକୁ ନିଷ୍ପତି ନିଆଯିବ ବୋଲି କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories