ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା ; କରୋନାରେ ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ପାଉଥିଲେ ମଧ୍ୟ ଥମୁନି କରୋନା ମୃତକଙ୍କ ସଂଖ୍ୟା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ମୃତକଙ୍କ ସଂଖ୍ୟା ୧୬୫୭ରେ ପହଞ୍ଚିଛି। ୭,୧୦୬ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଲେଖାଏଁ, ସମ୍ବଲପୁରରୁ ୩, ଝାରସୁଗୁଡ଼ା ଓ ବରଗଡରୁ ୨ ଲେଖାଏଁ , ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.