www.samajalive.in
Sunday, December 7, 2025
26.1 C
Bhubaneswar

ଶୀତଦିନେ ଖାଆନ୍ତୁ ବାଦାମ

ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ବାଦାମ ମଞ୍ଜିର ଉପଯୋଗିତା ଅଧିକ ହୋଇଥାଏ। ସେଇ ପ୍ରାନ୍ତର ଲୋକେ ବାଦାମ ତେଲକୁ ରନ୍ଧା ତେଲ ଭାବେ ବ୍ୟବହାର କରିଥାନ୍ତି। ପୋଷକତତ୍ତ୍ବ ଭରପୂର ବାଦାମକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ସହ ଶୀତରେ ନିୟମିତ ଖାଇବା ଭଲ। ପ୍ରୋଟିନ୍, ଲୌହ, କ୍ୟାଲସିୟମ୍ ଭରପୂର ଏଇ ବାଦାମ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ବିଭିନ୍ନ ସଂକ୍ରମଣ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ହୋଇଥାଏ।

-ଲୌହ ତତ୍ତ୍ବ ଥିବା ବାଦାମ ଖାଇଲେ ଶରୀରରେ ଲାଲ ରକ୍ତକୋଷିକା ବୃଦ୍ଧି ପାଏ। ବିଶେଷଜ୍ଞଙ୍କ ମତରେ ଲାଲ କୋଷିବା ବଢ଼ିବା ଦ୍ବାରା ଶରୀରର ହାଡ଼ ଶକ୍ତ ହୁଏ। ବୟସ୍କ ପିଢ଼ି ଅଳ୍ପ ପରିମାଣର ଭଜା ବାଦାମ ନଚେତ୍ ବାଦାମ ଚଟଣି ଦ୍ବିପହର ଭୋଜନରେ ଖାଇବାର ଅଭ୍ୟାସ କରିବା ସ୍ବାସ୍ଥ୍ୟ ପାଇଁ ଭଲ।
-ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ଭଜା ବାଦାମ ପ୍ରତିଦିନ ଖାଉଥିବା ଲୋକଙ୍କ ଠାରେ ମଧୁମେହ ହେବାର ଆଶଙ୍କା ଅପେକ୍ଷାକୃତ କମ୍।
-ବାଦାମରେ ଥିବା ଟ୍ରିପ୍ଟୋଫାନ୍ ନାମକ ଏମିନୋ ଏସିଡ୍ ଆମ ମାନସିକ ସ୍ଥିତିକୁ ଭଲ ରଖିବାରେ ସହାୟକ ହୋଇଥାଏ। ଅବସାଦଗ୍ରସ୍ତ ଲୋକ ନିୟମିତ ବାଦାମ ଖାଇଲେ ସେମାନଙ୍କ ସ୍ଥିତି କ୍ରମଶଃ ଭଲ ହୋଇଥାଏ।
-ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଭରପୂର ବାଦାମ ଖାଇଲେ ଆମ ତ୍ବଚାରେ ବୟସର ଛାପ କମ୍ ହେବା ସହ କେଶଜନିତ ସମସ୍ୟା ମଧ୍ୟ ଦୂର ହୁଏ।
-ଅମ୍ଳ, କୋଷ୍ଠକାଠିନ୍ୟ ସମସ୍ୟା ଉପୁଜୁଥିଲେ, ବାଦାମ ଭଜା ପ୍ରତିଦିନ ଅଳ୍ପ ପରିମାଣର ଖାଇବା ଭଲ। ବିଶେଷଜ୍ଞଙ୍କ ମତରେ ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧି ନିମନ୍ତେ ବାଦାମର ଭୂମିକା ଗୁରୁତ୍ବପୂର୍ଣ୍ଣ। ଭିଟାମିନ୍ ବି-୩ ଭରପୂର ବାଦାମ ଖାଇଲେ ପିଲାଙ୍କ ହଜମ କ୍ଷମତା ମଧ୍ୟ ଭଲ ହୋଇଥାଏ।
-ଶୀତଦିନେ ତ୍ବଚା ଶୁଷ୍କ ହୋଇଯିବାର ସମସ୍ୟା ଦେଖାଯାଏ। ବାଦାମ କିମ୍ବା ଏହା ତେଲ ପ୍ରସ୍ତୁତ ଖାଦ୍ୟ ଖାଇଲେ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ବ ମିଳୁଥିବାର ବିଶେଷଜ୍ଞ ଅନୁସନ୍ଧାନରୁ ପ୍ରକାଶ।
-ବାଦାମ ଖାଇବା ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବା ଜରୁରୀ। ଥାଇରଏଡ୍ ରୋଗୀ ବାଦାମ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଅଧିକ ପରିମାଣରେ ବାଦାମ ଖାଇଲେ, ତାହା ଅନେକ ସମୟରେ ହଜମ ହୋଇନଥାଏ। କେତେଜଣ ବାଦାମ ଖାଇଲେ, ତ୍ବଚାରେ ଆଲର୍ଜି ହୋଇଯାଏ। ଏହି ବର୍ଗର ଲୋକ ବାଦାମ ନ ଖାଇବା ଭଲ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories