www.samajalive.in
Monday, December 8, 2025
13.1 C
Bhubaneswar

ରାସ୍ତା କଡରେ ଗଦା ହୋଇଥିବା ଧାନ ଫସଲକୁ ହାତୀ କବଳରୁ ରକ୍ଷା କରିବା ପାଇଁ ୨ ଗ୍ରାମବାସୀଙ୍କ ପଇଁତରା

ଭଂଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ ପ୍ରାୟ ୧୮ ପଟ ହାତୀ ଗାଁ ମୁହାଁ ହୋଇଥିବାର ଜଣାପଡିଛି। ହାତୀପଲ ମହାଗୁଡା, ଡାଂଗୁଆପଲ୍ଲି ପ୍ରଭୃତି ଜଙ୍ଗଲାଞ୍ଚଳ ଗ୍ରାମମାନଙ୍କର ଧାନ କ୍ଷେତରେ ପଶି ଧାନ ଫସଲ କ୍ଷତି ଘଟାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣୀ ସୃଷ୍ଟି କରିଛି। ରବିବାର ଡାଙ୍ଗୁଆପଲ୍ଲି ଓ ମହାଗୁଡା ଗ୍ରାମର ପ୍ରାୟ ୫ ଶହରୁ ଊର୍ଦ୍ଧ୍ବ ଲୋକ ମୁଖ୍ୟ ରାସ୍ତା କଡରେ ଜଗି ରହିଛନ୍ତି। ବିଭାଗୀୟ କର୍ମଚାରୀ ଓ ଗ୍ରାମବସୀଙ୍କ ଉଦ୍ୟମ କ୍ରମେ ହାତୀଘଉଡା ଅଭିଯାନ ଯୋରଦାର କରାଯାଇଥିଲା। ଫଳରେ ହାତୀପଲ ଜଙ୍ଗଳ ଭିତରକୁ ଚାଲି ଯାଇଥିବା ବେଳେ ଅଦିନିଆ ମେଘ ଓ ବର୍ଷା ଆଶଙ୍କା କରି ଗ୍ରାମବାସୀ କ୍ଷେତରେ ପଡିଥିବା ଧାନ କଳେଇକୁ ରାସ୍ତା ଉପରକୁ ନେଇ ଆସିଥିଲେ। କିନ୍ତୁ ହାତୀପଲ ଜଙ୍ଗଲ ଭିତରୁ ବାହାରି ଆସି ରାସ୍ତା ଉପରେ ଗଦା ହୋଇଥିବା ଧାନ କଳେଇ ସବୁକୁ ଫିଙ୍ଗା ଫୋପଡା ଓ ନଷ୍ଟ କରିବାର ଆଶଙ୍କା ନେଇ ଗ୍ରାମବାସୀ ଆଜି ଦିନ ତମାମ ଏହି ଜଙ୍ଗଲ ରାସ୍ତା ଉପରେ ଜଗି ରହିଥିଲେ। ହାତରେ ନିଆଁ ହୁଳା ଓ ବାଣ ଫୁଟାଇବା ସହ ହାହୋଲା ଚଳାଇ ଜଙ୍ଗଲ ଭିତରୁ ହାତୀ ଯେପରି ପଦାକୁ ନ ଆସିବ ସେହି ଦିଗରେ ଗ୍ରାମବାସୀ ଅଧିକ ସଜ୍ଜାଗ ହୋଇ ରହିଥିଲେ। ଧାନ ଫସଲକୁ ହାତୀ ପଲ କବଳରୁ ରକ୍ଷା କରିବା ନିମନ୍ତେ ଉଭୟ ଗ୍ରାମବାସୀ ଏହା ମୁକାବିଲାତ୍ମକ ଯୁଦ୍ଧ ଅଭିଯାନ ପରି ମନେ ହୋଇଥିଲା। ତେବେ ଶୀତ କାକଳ ରାତିରେ ମଧ୍ୟ ଗ୍ରାମବାସୀ ଏହି ଜଙ୍ଗଲ ରାସ୍ତାରେ ପଡି ରହି ହାତୀ କବଳରୁ ଫସଲର ସୁରକ୍ଷା ପାଇଁ ଜଗି ରହିଥିବା ବେଳେ ଏମାନଙ୍କ ସହ ଜଙ୍ଗଲ କର୍ମଚାରୀ ମଧ୍ୟ ଉପସ୍ଥିତ ଥିବା କଥା ବନପାଳ ସୁକାନ୍ତ କୁମାର ନାୟକ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରିୟ ବନାଞ୍ଚର ଦୁମିଦୁମି ଜଙ୍ଗଲରେ ହାତୀପଲ ରହି ଗୁଡିବନ୍ଧ, ସିଆରିମାଳ ଓ ପଳାସପଲ୍ଲି ଗ୍ରମାବାସୀଙ୍କ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବାରୁ ବିଭାଗୀୟ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀଘଉଡା ଅଭିଯାନ ଚାଲୁ ରହିଥିବା କଥା ରେଂଜର କୁମର ବେହେରା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ହାତୀ ପାଇଁ ଜଙ୍ଗଳରେ ଉପଯୁକ୍ତ ଖାଦ୍ୟର ଅଭାବ ତଥା ବାଉଁଶ ବଣର ବ୍ୟାପକ ଅବକ୍ଷୟ ଯୋଗୁଁ ହାତୀପଲ ଏବେ ଗାଁ ମୁହାଁ ହୋଇଥିବାର ଜଣାପଡିଛି। ଫଳରେ ନିଜ ନିଜର ଜୀବନ ଜୀବିକା ନିର୍ବାହ ପାଇଁ ଏବେ ହାତୀ-ମଣିଷର ଲଢେଇ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷିରେ ଫସଲର ସୁରକ୍ଷା ସହ ହାତୀର ସୁରକ୍ଷା ନେଇ ଏବେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜି ଯାଇଛି। ଯେହେତୁ, ଜଙ୍ଗଲରେ ବିଚରଣ କରୁଥିବା ବହୁ ପରିମାଣରେ ବାରାହ କବଳରୁ ଫସଲକୁ ରକ୍ଷା କରିବା ନେଇ କିଛି ଚାଷୀ ବିଦ୍ୟୁତ ସଂଯୋଗ ଜିଆଇ ତାର ନିଜ କ୍ଷେତର ଚତୁପାର୍ଶରେ ବିଛୁରିତ କରିଥିବା ବେଳେ ଭୁଲବଶତଃ ହାତୀ ଓ ମଣିଷ ସେଥିରେ ଛନ୍ଦି ହୋଇ ଜୀବନ ଚାଲି ଯାଇଛି। ସେହିପରି କିଛି ଅସମାଜିକ ବ୍ୟକ୍ତି ବାରାହା ଓ ହରିଣ ଶିକାର ଉଦେ୍ଧ୍ୟଶରେ ବିଦ୍ୟୁତ ସଂଯୋଗ ଜିଆଇ ତାର ଜଙ୍ଗଲରେ ବିଛରିତ କରି ରଖିଥିବା ବେଳେ ବାରାହା ବଦଳରେ ହାତୀ ଶିକାର ହୋଇଥିବାର ଅତୀତରେ ବହୁ ଦୃଷ୍ଟାନ୍ତ। ଏହି ସବୁ ଦୃଷ୍ଟାନ୍ତକୁ ଆଖି ଆଗରେ ରଖି ଫସଲ କ୍ଷତିର ପ୍ରାପ୍ୟ ଜଙ୍ଗଲ ବିଭାଗ ଦେବାକୁ ପ୍ରସ୍ତୁତ କିନ୍ତୁ ବନ୍ୟ ଜନ୍ତୁ ଉପରେ ଆକ୍ରମଣ ନ କିରିବାକୁ ଜଙ୍ଗଲାଞ୍ଚଳର ଗାଁ ଗାଁରେ ବନ କର୍ମଚାରୀମାନେ ସଚେତନତା ସୃଷ୍ଟି କରିଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories