www.samajalive.in
Tuesday, December 9, 2025
16.1 C
Bhubaneswar

ଆବାସ ଯୋଜନା ତାଲିକାରେ ଦୁଇ ମହଲା କୋଠା ଵାଲା , ସ୍ପଷ୍ଟ ବାରି ହେଉଛି ଦୁର୍ନିତୀର ଗନ୍ଧ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଲାଳମେଣ୍ଟ ପଞ୍ଚାୟତରେ ଆବାସ ଯୋଜନା ପାଇଁ ଲାଞ୍ଚ ଦାବି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଆବାସ ଯୋଜନା ହାତେଇବା ପାଇ ସରପଞ୍ଚଙ୍କୁ ଲାଞ୍ଚ ପ୍ରଦାନ ଅଭିଯୋଗ ଥିବା ଲାଞ୍ଚ ପ୍ରଦାନକାରୀ ବିଜୟ ପ୍ରଧାନ ଏବଂ ବାବୁନାଥ ପ୍ରଧାନଙ୍କ ଦୁଇ ମହଲା ବିଶିଷ୍ଟ ଜଣଙ୍କର ପକ୍କାଘର ଏବଂ ଅନ୍ୟ ଜଣଙ୍କ ଏକ ମହଲା ପକ୍କାଘର ଥାଇ ସୁଦ୍ଧା ସେମାନଙ୍କ ନାମ ଆବାସ ଯୋଜନା ତାଲିକାରେ  ୩୬ ଏବଂ ୩୭ ସିରିଏଲ୍ ନମ୍ବରରେ ରହିଛି ଏହାକୁ ନେଇ ସରପଞ୍ଚଙ୍କ ଲାଞ୍ଚ ଦାବି ଘଟଣା ଏବେ ସନ୍ଦେହ ଘେରକୁ ଆସିଛି। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ବିଷୋୟୀଙ୍କ ମତାମତ ଲୋଡ଼ିବାରୁ ସେ କହିଛନ୍ତି ତାଲିକାରେ ରହିବାକୁ ହିତାଧିକାରୀ ଆବେଦନ କରିଥାନ୍ତି। ଆବେଦନ ମୁତାବକ ବର୍ତ୍ତମାନର ତାଲିକାର ପ୍ରସ୍ତୁତି ବେଳେ ବ୍ଳକର ୧୨ ଜଣ ଜିଆରଏସ ଉପସ୍ଥିତ ରହି ଏହି ତାଲିକା‌ ତିଆରି କରିଥିଲେ। କେବଳ ସେଇ ଦୁଇଜଣ ନୁହଁନ୍ତି , ଆହୁରୀ ଅନେକ ଥିବାବାଲାଙ୍କ ନାଁ ମଧ୍ୟ ତାଲିକାରେ ଅଛି ।ମୋତେ ଅନ୍ୟ ପଞ୍ଚାୟତର ଦାୟିତ୍ୱ ଦିଆ ଯାଇଥିବା ହେତୁ ମୁଁ ଏହି ତାଲିକା ତିଆରି ବେଳେ ଉପସ୍ଥିତ ନଥିବା ସେ କହିଛନ୍ତି।

ବିଗତ ଦିନରେ ଜିଲ୍ଲା ପ୍ରଶାସନ ନିକଟରେ ଲାଲମେଣ୍ଟ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ ଆବାସ ଯୋଜନା ପାଇଁ ଲଲମେଣ୍ଟ ଗ୍ରାମର ବିଜୟ ପ୍ରଧାନ ଓ ବାବୁନଥ ପ୍ରଧାନଙ୍କ ଠାରୁ ଲାଞ୍ଚ ଦାବି ଅଭିଯୋଗ ହେଇଥିଲା। ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ତଦନ୍ତ ଦାୟିତ୍ୱ ଲାଲାମେଣ୍ଟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଥିଲା । ଅଧିକାରୀ ରମେଶ ବିଶୋୟୀ ତଦନ୍ତ କରି ଏହି ଘଟଣାର ସତ୍ୟତା ନଥିବା ନେଇ ପ୍ରଶାସନ କୁ ରିପୋର୍ଟ୍ ଦାଖଲ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ତଦନ୍ତ ରିପର୍ଟରେ ସରପଞ୍ଚଙ୍କୁ ନିର୍ମଳ ଭାବମୂର୍ତ୍ତିର ଆଖ୍ୟା ଦେବା ପରେ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମୁଁ କାହାଠୁ ଲାଞ୍ଚ ନିଏ ନି, କି କାହାକୁ ଦିଏନି ବୋଲି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories