www.samajalive.in
Monday, December 8, 2025
20.1 C
Bhubaneswar

କ.ନୂଆଗାଁ ଥାନା ପକ୍ଷରୁ ଅପରେସନ କ୍ଳିନ୍‍

ଫୁଲବାଣୀ/କ.ନୂଆଗାଁ: କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଗଂଜେଇ ପାଇଁ ଅପରେସନ କ୍ଳିନ୍‍। ଏଥି ପାଇଁ ପ୍ରତ୍ୟେକ ଦିନ କୌଣସି ନା କୌଣସି ଥାନା ପକ୍ଷରୁ ଜାରି ରହିଛି ଚଢାଉ। ଏଭଳି ସ୍ଥଳେ ଗତ ୫ ଦିନ ମଧ୍ୟରେ କନ୍ଧମାଳ ଜିଲାର କ.ନୂଆଗାଁ ପୁଲିସ୍‍ ୮୨ କୋଟି ଟଙ୍କାର ଗଂଜେଇ ଗଛକାଟି ନଷ୍ଟ କରିଥିବାର ଥାନା ଅଧିକାରୀ ଶ୍ରୀନିବାସ ସାମଲ୍‍ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ଅବକାରି ଓ ପୁଲିସ୍‍ ବିଭାଗ ମିଳିତ ଭାବେ ଏହି ଅଭିଯାନରେ ସାମିଲ୍‍ ଥିବା ବେଳେ କ.ନୂଆଗାଁ ଥାନାର କୁଡ଼ିତୁଳି ପଂଚାୟତ ଅନ୍ତର୍ଗତ ସିକାସାରୁ, ସାରେକେତା ଓ ଡ଼ାକରଗାଁ ଅଞ୍ଚଳରେ ବେଆଇନ ଭାବେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ପ୍ରାୟ ୧୦୦ ଏକର ଜମିରୁ ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବା ବେଳେ ଉକ୍ତ ପଂଚାୟତ ଅନ୍ତର୍ଗତ କୁଡ଼ିତୁଳି , ଜାମାପଦର ଓ ଜାନାଗୁଲେ ଆଦି ଅଞ୍ଚଳରେ ଲାଗିଥିବା ୧୭୦ ଏକର ଜମିରୁ ମଧ୍ୟ ଗଂଜେଇ ଗଛକାଟି ନଷ୍ଟ କରାଯାଇଛି। ସେହିଭଳି ସାଇନପଡ଼ା ପଂଚାୟତ ଅନ୍ତର୍ଗତ କାଲିଜୋଡ଼ି ଓ ଦାଉଙ୍ଗିଆ ଆଦି ଅଞ୍ଚଳରେ ବେଆଇନ୍‍ ଭାବେ ଲାଗିଥିବା ୧୭୫ ଏକର ଜମିରୁ ଗଂଜେଇ ଗଛକାଟି ନଷ୍ଟ କରାଯାଇଛି। ସେହିଭଳି ସାଇନପଡ଼ା ପଂଚାୟତ ଅନ୍ତର୍ଗତ ମୁଣ୍ଡାଗାଁ ଓ ମାନାକାଡ଼ାସୁଗା ଆଦି ଅଞ୍ଚଳରୁ ୧୮୫ ଏକର ଜମିରୁ ବେଆଇନ ଲାବେ ଲାଗିଥିବା ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବା ବେଳେ ଉକ୍ତ ପଂଚାୟତ ଅନ୍ତର୍ଗତ ଜାରଙ୍ଗ ଆଦି ଅଞ୍ଚଳରୁ ମଧ୍ୟ ୧୯୦ ଏକର ଜମିରୁ ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବାର ଜଣାଯାଇଛି। ଗତ ୫ ଦିନ ମଧ୍ୟରେ ସର୍ବମୋଟ ୮୨୦ ଏକର ସଂରକ୍ଷିତ ଜମିରୁ ୮୨ କୋଟି ଟଙ୍କାର ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବାର ସୂଚନା ଦିଆଯାଇଛି। ତେବେ ବିଶେଷ କରି ଏହି ଥାନା ଅନ୍ତର୍ଗତ ସାଇନପଡ଼ା ଓ କୁଡ଼ୁତୁଳି ପଂଚାୟତ ଅଞ୍ଚଳରେ ଗଂଜେଇ ଚାଷ ବ୍ୟାପକ ହୋଇଥିବା ବେଳେ ଅନ୍ୟ ଅଞ୍ଚଳମାନଙ୍କରେ ମଧ୍ୟ ସୂଚନା ପ୍ରକାରେ ଚଢାଉ ଜାରି ରହିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories