www.samajalive.in
Monday, December 8, 2025
20.1 C
Bhubaneswar

ନବରଙ୍ଗପୁର ମେଡିକାଲରେ ଅବ୍ୟବସ୍ଥା ; ଆମ୍ବୁଲାନ୍ସରେ ପ୍ରସବ ମହିଳାଙ୍କୁ ନେବା ପାଇଁ ଷ୍ଟେଚର ଅଭାବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଅବ୍ୟବସ୍ଥା ଯୋଗୁଁ ଗୁରୁତର ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବ ରବିବାର ରାତ୍ର ୧୧ଟା  ସମୟରେ ଉମରକୋଟ ମେଡିକାଲରୁ ନବରଙ୍ଗପୁର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହେଉଥିବା ଜଣେ ଗର୍ଭବତୀ ମହିଳା ଜଣଙ୍କ ନବରଙ୍ଗପୁର ମେଡିକାଲରେ ପହଞ୍ଚିବାର ୨୦୦ ମିଟର ପୂର୍ବରୁ ପ୍ରସବ କରିଥିଲେ।

ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଗର୍ଭବତୀ ଓ ପ୍ତସ୍ତୁତି ବିଭାଗ ନିକଟରେ ପହଞ୍ଚି ଗୁରୁତର ଗର୍ଭବତୀ ଏବଂ ନବଜାତକକୁ ଶୀଘ୍ର ନେବା ପାଇଁ କହିଥିଲେ। କିନ୍ତୁ ପ୍ରସ୍ତୁତି ମହିଳାଙ୍କର ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ଥିବାବେଳେ ମାତ୍ର ୨ ଜଣ ମହିଳା ମେଡିକାଲ କର୍ମଚାରୀ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ନବଜାତ ଶିଶୁଟିକୁ ନେଇଯିବା ବେଳେ ମହିଳାଙ୍କୁ ନେବାପାଇଁ ଷ୍ଟେଚର କିମ୍ବା ହୁଇଲ ଚେୟାର ନଥିବା ଯୋଗୁଁ ମହିଳାଙ୍କୁ ତଳେ ପଡି ରହିଥିବା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ସିକୁରିଟି ଗାର୍ଡଙ୍କ ସହାୟତାରେ ମହିଳାଙ୍କୁ ବିଳମ୍ବରେ ମେଡିକାଲରେ ଭର୍ତି କରାଯାଇଛି |

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories