www.samajalive.in
Tuesday, December 9, 2025
17.1 C
Bhubaneswar

ଶୀତଦିନରେ ସୁପରଫୁଡ୍‌ ’ଆମଲା’ : ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ବାୟୁ ପ୍ରଦୂଷଣରୁ ଫୁସଫୁସକୁ କରିଥାଏ ରକ୍ଷା

ଆମଲାକୁ ଶୀତକାଳୀନ ସୁପରଫୁଡ୍ କୁହାଯାଏ, କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଶରୀରର ସ୍ୱାସ୍ଥ୍ୟ ସମସ୍ୟାକୁ ଠିକ କରିବାରେ ଆମଲା ରାମବାଣ ଠାରୁ କମ୍‌ ନୁହେଁ। ଭିଟାମିନ୍ ସି, ଆଇରନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୂର ଆମଲା, ଆଇରନ୍‌ ଅଭାବ, ରକ୍ତହୀନତା କିମ୍ବା କମ୍ ହେମୋଗ୍ଲୋବିନ୍ ଭଳି ଅନେକ ସମସ୍ୟାରେ ଅତ୍ୟନ୍ତ ପ୍ରଭାବଶାଳୀ। ଏଥିରେ ମିଳୁଥିବା ପୋଷକ ତତ୍ତ୍ୱ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏବଂ ଫୁସଫୁସକୁ ବାୟୁ ପ୍ରଦୂଷଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଆଜି ଆମେ ଆପଣଙ୍କୁ ଏଠାରେ ଆମଲାର ଅନେକ ବିଶେଷ ଲାଭ ବିଷୟରେ କହିବୁ।

  • ଫଙ୍ଗଲ ଇମ୍ଫେସନ୍ ଏବଂ ଜୀବାଣୁ ସହିତ ଲଢିବାର ଶକ୍ତି ଆମଲାରେ ରହିଛି। ଏଥି ସହିତ ଏହା ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ (ଟକସ୍କିନ୍‌)କୁ ବାହାର କରିବାରେ ସହାୟକ ହୋଇଥାଏ ।
  • ଆମଲା ଖାଇବା ଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ, ଯାହା ଅନେକ ରୋଗକୁ ଦୂରେଇ ରଖିଥାଏ । ଏହାକୁ ଖାଇବା ଦ୍ୱାରା ଥଣ୍ଡା, ଅଲସର ଏବଂ ପେଟ ସଂକ୍ରମଣରୁ ମୁକ୍ତି ମିଳିଥାଏ ।
  • ମଧୁମେହ ରୋଗୀଙ୍କ ପାଇଁ ଆମଲା ମଧ୍ୟ ବହୁତ ଲାଭଦାୟକ ଅଟେ । ଆମଲାରେ ମିଳୁଥିବା କ୍ରୋମିୟମ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହି ଗୁଣ ଯୋଗୁଁ ମଧୁମେହ ରୋଗୀଙ୍କୁ ଆମଲା ଖାଇବାକୁ ପରାମର୍ଶ ଦିଆଯାଏ।
  • ଆମଲା ଖାଇବା ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ମୋତିଆବିନ୍ଦୁ, ରଙ୍ଗ ଅନ୍ଧତା କିମ୍ବା ଦୁର୍ବଳ ଆଖି ପାଇଁ ଆମଲା ଅତ୍ୟନ୍ତ ଲାଭଦାୟକ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
  • ଶୀତଦିନେ ପ୍ରାୟ ସମସ୍ତଙ୍କର ରୁପି ସମସ୍ୟା ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଆମଲା ଅନ୍ତର୍ଭୁକ୍ତ କରନ୍ତୁ । ଆମଲା ଖାଇବା ଦ୍ୱାରା କେଶ ଏବଂ ଚର୍ମର ଗୁଣ ଉନ୍ନତ ହୋଇଥାଏ ।
  • ଆମଲା ସାହାଯ୍ୟରେ ଅମ୍ଳତା ଏବଂ ହଜମ ସମସ୍ୟାକୁ ମଧ୍ୟ ସଂଶୋଧନ କରାଯାଇପାରିବ । ଯେଉଁମାନଙ୍କର ପେଟରେ ଅଲସର ସମସ୍ୟା ରହିଛି ସେମାନେ ମଧ୍ୟ ଆମଲା ବ୍ୟବହାର କରିପାରିବେ ।
  • ଆମଲା ରକ୍ତ ସଫା କରିବାର ଗୁଣ ରହିଛି । ତ୍ୱଚା ପାଇଁ ଏହାର ଗ୍ରହଣ ମଧ୍ୟ ବହୁତ ଭଲ । ଆମଲା ଚେହେରାକୁ ସଫା କରି ଏହାକୁ ଉଜ୍ଵଳ କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories