www.samajalive.in
Wednesday, December 10, 2025
26.1 C
Bhubaneswar

ବିଧାନସଭା ସମ୍ମୁଖରେ ଧାରଣା ଦେଇଥିବା ବିସ୍ଥାପିତଙ୍କୁ ଭେଟିଲେ ପିସିସି ସଭାପତି

ଭୁବନେଶ୍ୱର: କାନପୁର ବୃହତ ଜଳସେଚନ ପ୍ରକଳ୍ପ, ବାସୁଦେବପୁର ଦ୍ୱାରା ଚମକପୁର, କଣ୍ଡରା, ବିରିକଳା ଗ୍ରାମପଂଚାୟତରେ ୧୬ଗୋଟି ବିସ୍ଥାପିତ ପରିବାରମାନଙ୍କୁ ଓଡ଼ିଶା ରାଜ୍ୟସରକାରଙ୍କ  ନିର୍ଦ୍ଦେଶନାମା ଅନୁଯାୟୀ ଉଚିତ୍‍ ପ୍ରାପ୍ୟ ଓ ମୌଳିକ ସୁବିଧାରୁ ବଂଚିତ କରାଯାଇ ଏବଂ ଖଣି ଅଂଚଳର ଆଦିମ ଅଧିବାସୀଙ୍କ ଆସ୍ଥା ଓ ବିଶ୍ୱାସକୁ କୁଠାରଘାତ କରି ୧୩୨ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ଦ୍ୱାରଶୁଣୀ, ମା ବାସୁଳି, ମା କୁଆଁରି ଓ ଅନ୍ୟ ୩୨ଟି ଦେବୀ ପୀଠଶାଳାକୁ ପୁଲିସ ଦ୍ୱାରା ଜୋରଜବରଦସ୍ତି ବିସ୍ଥାପନ କରିବା ପ୍ରତିବାଦକୁ ବିରୋଧ କରି ଗୁରୁବକ୍ସ ସିଂ ଆଲୁଆଲିଆଙ୍କ ନେତୃତ୍ୱରେ ଶତାଧିକ ମହିଳା, ଯୁବକ ମାନେ ଲୋୟର ପିଏମଜି ଠାରେ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ। ଏଇ ଧାରଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ସରକାରଙ୍କ ଉପରେ ବର୍ଷିଥିଲେ।

ଉକ୍ତ ଦାବିଗୁଡ଼ିକ ଉପରେ ସରକାର ଦୃଷ୍ଟି ଦେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ।  ଦାବିଗୁଡ଼ିିକ ମଧ୍ୟରେ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଦଣ୍ଡାପାଟ ଚମକପୁର ଗ୍ରାମର ୧୩୨ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ଦ୍ୱାରଶୁଣୀ, ମା ବାସୁଳି, ମା କୁଆଁରୀ ଓ ଅନ୍ୟ ୩୨ଟି ଦେବୀଙ୍କ ପୀଠସ୍ଥଳୀକୁ ଏବଂ କାନପୁର ଜଳପ୍ରକଳ୍ପର ସମସ୍ତ ବୁଡ଼ିଅଂଚଳ ଗ୍ରାମରେ ଥିବା ଦେବୀ ପୀଠସ୍ଥଳକୁ ଅଦିମ ଆଦିବାସୀଙ୍କ ପରମ୍ପରା ଓ ରୀତିନୀତ ଅନୁଯାୟୀ ଏବଂ ୧୩୨ ଗ୍ରାମବାସୀଙ୍କ ମତାମତ ଓ ସହଯୋଗ ଦ୍ୱାରା ସ୍ଥାନନ୍ତରିତ କରାଯାଉ । ୧.୧.୨୦୧୮ ସୁଦ୍ଧା ସାବାଳକ ଓ ସାବାଳିକାଙ୍କୁ ଚିହ୍ନଟ କରାଯାଇ ସହାୟତା ରାଶି ପ୍ରଦାନ କରାଯାଉ। ପୁରୁଷ ପୁରୁଷ ଧରି ସରକାରଙ୍କ ଜମି ଉପରେ ଘରକରି ରହିଆସୁଥିବା ପରିବାର ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ପ୍ରକାର କ୍ଷତିପୂରଣ ପ୍ରଦାନ କରାଯାଉ। ଯେଉଁ ବ୍ୟବସ୍ଥାପିତ ପରିବାର ସରକାରଙ୍କ ସହାୟତା ଦ୍ୱାରା ଘରଡିହ ଓ ଚାଷଜମି ନେଇ ଥଇଥାନ ହେବାକୁ ଉଛୁକ ତାଙ୍କୁ ଯଥାଶୀଘ୍ର ଜମିଯୋଗାଇ ଥଇଥାନ କରାଯାଉ। ସରକାରଙ୍କର (ଆର ଆଣ୍ଡ ଆର) ୨୦୦୬ ନୀତି ଅନୁଯାଇ ପ୍ରତ୍ୟେକ ୨ ବର୍ଷରେ ଥରେ ସହାୟତା ରାଶିକୁ ଉଚିତ୍‍ ଆକଳନ କରାଯାଇ ବର୍ଦ୍ଧିତ ସହାୟତା ରାଶି ପ୍ରଦାନ କରାଯାଉ, ଯାହାକି ୨୦୧୨ ମସିହାରୁ ବନ୍ଦ ଅଛି। ନୂତନ ଥଇଥାନ କଲୋନୀରେ ଥଇଥାନ ହେବା ପୂର୍ବରୁ ସମସ୍ତ ମୌଳିକ ସୁବିଧା ଯଥା ପିଇବା ପାଣି, ରାସ୍ତା, ବିଦ୍ୟାଳୟ, ଶ୍ମସାନ, ତୁଠଘାଟ, ଗୋଚରଜମି ଇତ୍ୟାଦିର ବ୍ୟବସ୍ଥା କରାଯାଉ। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଂଚଳର ଯୁବକ ଯୁବତୀ ମାନଙ୍କୁ ଟିଭି କରାଇବା ସତ୍ୱେ ବର୍ତମାନ ସୁଦ୍ଧା ନିଯୁକ୍ତିର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ବର୍ତମାନ ସୁଦ୍ଧା କୌଣସି ବିସ୍ଥାପିତ ପରିବାରକୁ ବିସ୍ଥାପନର ପ୍ରମାଣପତ୍ର ଯୋଗାଇ ଦିଆଯାଇ ନଥିବାରୁ ଅନେକ ଅସୁବିଧାରେ ସମ୍ମୁଖୀନ ପରିବାରଙ୍କ ନ୍ୟାୟଚିତ ସମସ୍ୟା ଗୁଡ଼ିକର ସମାଧାନ ନହୋଇଛି ରାଜ୍ୟ ସରକାର ପୋଲିସ୍‍କୁ ହାତବାରିଶି କରି ଅଗଣତାନ୍ତ୍ରିକ ଭାବରେ କରୁଥିବା ଜୁଲମକୁ ତୁରନ୍ତ ସ୍ଥଗତି କରାଯାଉ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories