www.samajalive.in
Friday, December 12, 2025
19.1 C
Bhubaneswar

 କଂଗ୍ରେସ  ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରବିରୋଧୀ  ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି : ଅପରାଜିତା 

ଭୁବନେଶ୍ୱର: ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ ଉଚ୍ଛେଦ କରାଗଲା। ଏହା ଦ୍ୱାରା ଜାମ୍ମୁ ଓ କାଶ୍ମୀର ଏବଂ ଲଦ୍ଦାଖ ପୃଥକ ଭାବେ କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା ପାଇଲା। ଏହା ଭିତରେ ଉଭୟ କେନ୍ଦ୍ରଶାସିତ ରାଜ୍ୟକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଓ ସହାୟତା ପ୍ରଦାନ କରାଯାଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରାଯାଇଛି। ମାତ୍ର ନିଜ ହୀନ ସ୍ୱାର୍ଥ ହାସଲ ପାଇଁ କିଛି ରାଷ୍ଟ୍ରବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ଦେଶବିରୋଧୀ ଅଭିମୁଖ୍ୟ ଗ୍ରହଣ କରିବା, ଦେଶବିରୋଧୀ ବକ୍ତବ୍ୟ ଦେବା ଆଦି ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦାୟକ। ଅନ୍ୟ ପକ୍ଷରେ ଏହି ରାଷ୍ଟ୍ରବିରୋଧୀ ଦଳମାନଙ୍କ ସହ ଭାରତୀୟ କଂଗ୍ରେସ ଦଳ ସାମିଲ ହେବା ଆହୁରି ଅଧିକ ନିନ୍ଦନୀୟ ଏବଂ ଲଜ୍ଜାଜନକ। ଗୁପକର ଗଠବନ୍ଧନରେ କଂଗ୍ରେସ ଦଳର ଭୁମିକା ବିରାଟ ଦ୍ବନ୍ଦ୍ବ ସୃଷ୍ଟି କରିଛି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀ କହିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ, ପିପୁଲ୍ସ ମୁଭମେଂଟ, ମାର୍କ୍ସସବାଦୀ କମୁନିଷ୍ଟ ପାର୍ଟୀ, ପିପୁଲ୍ସ ୟୁନାଇଟେଡ ଫ୍ରଂଟ, ପେନ୍ଥର୍ସ ପାର୍ଟୀ ଏବଂ ଜମ୍ମୁ କାଶ୍ମୀର ଆବାମୀ ନ୍ୟାସନାଲ କନଫରେନ୍ସ ଭଳି ୮ଟି ରାଜନୈତିକ ଦଳ ଏକାଠି ହୋଇ ଗତ ଅଗଷ୍ଟ ମାସରେ ଗୁପକର ଗଠବନ୍ଧନ ଗଠନ କରି ଧାରା ୩୭୦ ଏବଂ ୩୫(କ)କୁ ପୁନଃସ୍ଥାପିତ କରିବାର ଘୋଷଣା କଲେ।
ଜାମ୍ମୁ କାଶ୍ମୀର  ଡ଼ିଷ୍ଟ୍ରିକ୍ଟ ଡେଭେଲପମେଂଟ କାଉନସିଲ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଂଗ୍ରେସ ଦଳ ଗୁପକାର ଗଠବନ୍ଧନ ସହ ମେଂଟ କରି ପ୍ରଥମ ଦୁଇଟି ନିର୍ବାଚନ ପାଇଁ ୩ଟି ପ୍ରାର୍ଥୀ ଅବତୀର୍ଣ୍ଣ କରିଛି। କଂଗ୍ରେସ ଦଳ ଗୁପକାର ଗଠବନ୍ଧନର ଅଭିନ୍ନ ଅଙ୍ଗ ହୋଇ ରାଷ୍ଟ୍ରବିରୋଧୀ ତତ୍ୱମାନଙ୍କ ସହ ହାତ ମିଳାଇବା ସହ ତାଙ୍କ ହୀନ ଉଦ୍ଦେଶ୍ୟକୁ ସମର୍ଥନ ଜଣାଇଛି। ଦିଲ୍ଲୀରେ ନିଜକୁ ଜାତୀୟ ଦଳ ବୋଲି କହୁଥିବା କଂଗ୍ରେସ ଦଳ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରବିରୋଧୀ ଦଳ ସାଜି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରି କହିଛନ୍ତି।
କଂଗ୍ରେସ ଦଳ ଆଜି ନିଜ ସ୍ଥିତି ହରାଇ ବସିଛି। ଗୁପକର ଗଠବନ୍ଧନ ସହ ସାମିଲ ହୋଇ କଂଗ୍ରେସ ଦଳ ବର୍ତମାନ ଚୀନ ଏବଂ ପାକିସ୍ଥାନରେ ନିଜ ସ୍ଥିତିକୁ ଜାହିର କରିବାର ପ୍ରୟାସ ଆରମ୍ଭ କରିଦେଇଛି। ଧାରା ୩୭୦ ଏବଂ ୩୫(କ)କୁ ପୁନଃସ୍ଥାପିତ କରିବା ପାଇଁ ଚୀନର ସାହାଯ୍ୟ ନେବୁ ବୋଲି ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା କହୁଥିବାବେଳେ ଅନ୍ୟ ପଟେ ଭାରତୀୟ ପତକା ଉଡାଇବାକୁ ଦେବୁ ନାହିଁ ବୋଲି ରାଷ୍ଟ୍ରବିରୋଧୀ ବକ୍ତବ୍ୟ ପିଡିପି ନେତା ମୁଫ୍‍ତି ମହମ୍ମଦ ଖୋଲାଖୋଲି କହିଛନ୍ତି। ଗତ କାଲି ଜାମ୍ମୁ ଓ କାଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କଠାରୁ ମିଳିଥିବା ଅସ୍ତ୍ରଶସ୍ତ୍ର ଚାଇନା ନିର୍ମିତ ବୋଲି ଲେଖାହୋଇଛି। କଂଗ୍ରେସ ଦଳ ଏହି ଗଠବନ୍ଧନରେ ସାମିଲ ହୋଇ ନିଜକୁ ରାଷ୍ଟ୍ରବିରୋଧୀ ବୋଲି ପ୍ରମାଣିତ କରିସାରିଛି ବୋଲି ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି। ଦେଶର ସମ୍ବିଧାନ ବିରୁଦ୍ଧରେ ଯାଇ ପି.ଚିଦାମ୍ବରମ, ଗୁଲାମ ନବୀ ଆଜାଦ ପ୍ରମୁଖଙ୍କ ଭଳି କଂଗ୍ରେସ ଦଳର ବରିଷ୍ଠ ନେତା ଧାରା ୩୭୦ ଏବଂ ୩୫(କ)କୁ ପୁନଃସ୍ଥାପିତ କରିବା ପାଇଁ ଘୋଷଣା ପାଇଁ ଆହ୍ୱାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।
ସବକା ସାଥ୍‍, ସବକା ବିକାଶ, ସବକା ବିଶ୍ୱାସର ନାରା ଦେଇ ବିକାଶର କାର୍ଯ୍ୟ କରୁଥିବା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ରାଷ୍ଟ୍ରବିରୋଧୀ ତତ୍ୱମାନଙ୍କ ସହ ହାତ ମିଳାଇ କଂଗ୍ରେସ ଦଳ ବିଛିନ୍ନତାବାଦୀଙ୍କୁ ପ୍ରତ୍ୟକ୍ଷ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories