www.samajalive.in
Wednesday, December 10, 2025
18.1 C
Bhubaneswar

ସମାଜ ପୋର୍ଟାଲ ପ୍ରଭାବ; ଅସହାୟ ତିନି ଭଉଣୀ ଙ୍କ ନିକଟରେ ପହଞ୍ଚିଲା ଦଳିତ ଆଦିବାସୀ ବିକାଶ ସଂସ୍ଥାନ, ସରକାରୀ ସହାୟତା କେବେ ?

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ଅସହାୟ ଅବସ୍ଥାରେ ଥିବା ତିନି ଭଉଣୀଙ୍କ ସମ୍ପର୍କ ରେ ଗତ ୧୭ ତାରିଖରେ ସମାଜ ପୋର୍ଟାଲ ରେ ଖବର ପ୍ରକାଶ ପାଇବା ପରେ ଦଳିତ ଆଦିବାସୀ ବିକାଶ ସଂସ୍ଥାନ ପକ୍ଷରୁ ଏକ ପ୍ରତିନିଧି ଦଳ ବାପ ମାଆ ଛେଉଣ୍ଡ ତିନି ନାବାଳିକା ସ୍ମୃତିରେଖା(୧୭) , ସୁପ୍ରିୟା (୧୫) ଓ ପୁଷ୍ପଶ୍ରୀ (୧୧) ଙ୍କୁ ଭେଟିବା ସହ ସେମାନଙ୍କ ବୃଦ୍ଧା ଜେଜେମା ଚନ୍ଦ୍ରମଣୀ ଙ୍କ ସହ ଆଲୋଚନା କରିଛନ୍ତି । ସଂସ୍ଥାନ ତରଫରୁ ତାଙ୍କୁ ତତ୍କାଳ ଏକ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହି ତିନି ନାବାଳିକା ଙ୍କ ସାମାଜିକ ସୁରକ୍ଷା କୁ ନିଶ୍ଚିତ କରିବା ପାଇଁ ସଂସ୍ଥାନ ତରଫରୁ ସବିଶେଷ ତଥ୍ୟ ସମ୍ବଳିତ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳ , ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଦିଆ ଯିବ ବୋଲି ସଂସ୍ଥାନର ଅଧ୍ୟକ୍ଷ ରମାକାନ୍ତ ପାତ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳ ରେ ଅଧ୍ୟକ୍ଷ ଙ୍କ ବ୍ୟତୀତ ସଂସ୍ଥାନର ମନ୍ଦୋଦରୀ ପାତ୍ର , ପ୍ରହଲ୍ଲାଦ ମହାନ୍ତ, ବଙ୍ଗାଳୀ ଚରଣ ନାଏକ , ନିରାକାର ପାତ୍ର , ପର୍ଶୁରାମ ମହାନ୍ତ ଙ୍କ ସହ ସାମାଜିକ କର୍ମୀ ବଳଭଦ୍ର ମହାନ୍ତ ପ୍ରମୁଖ ସାମିଲ ଥିଲେ ।

ବାପା ମରିଗଲା ପରେ ମାଆ ଘର ଛାଡିଲା, ଏବେ ଅସହାୟ ଅବସ୍ଥାରେ ତିନି ଭଉଣୀ

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories