www.samajalive.in
Monday, December 8, 2025
17.1 C
Bhubaneswar

ଘରକୁ ଫେରିଲେ ଅପହୃତ କ୍ରସର ମାଲିକ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ କ୍ରସର ୟୁନିଟର ଅନୀତି ଦୂରରୁ ଅପହରଣ ହୋଇଥିବା କ୍ରସର ମାଲିକ ପ୍ରଦୀପ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଛନ୍ତି। ତେବେ ଅପହରଣ ବିଷୟରେ କିଛି ମୁଁହ ଖୋଲିନାହାନ୍ତି। ଗତ ଶନିବାର ବିଳମ୍ବିତ ରାତିରେ  ତାଙ୍କୁ ଅପହରଣ କରାଯାଇଥିଲା

ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲରୁ ଗତ ଶନିବାର ବିଳମ୍ବିତ ରାତିରେ ଜୈନିକ କ୍ରସର ମାଲିକଙ୍କ ଅପହରଣ ମାମଲା  ଜଣାପଡ଼ିବା ପରେ ଏହାକୁ ନେଇ ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି ହୋଇଥିଲା। ଏ ସଂପର୍କରେ ଅପହୃତ ହୋଇଥିବା କ୍ରସର ମାଲିକଙ୍କ ଭାଇ ବୀରମିତ୍ରପୁର ଥାନାରେ ଲିଖିତ ରିପୋର୍ଟ ଦେବାରୁ ପୁଲିସ ତନାଘନା ଆରମ୍ଭ କରିଥିଲା। ଅପରପକ୍ଷରେ କ୍ରସର ୟୁନିଟଠାରୁ ଅଳ୍ପ ଦୂରରେ କ୍ରସର ମାଲିକଙ୍କ ଚାବି ଲଗା କାର ଓ ତାଙ୍କ ମୋବାଇଲ ଫୋନକୁ ପୁଲିସ ଜବତ କରିଥିବାରୁ ଏହା ଏକ ଅପହରଣ ମାମଲା ବୋଲି ସ୍ପଷ୍ଟ ହୋଇଥିଲା।  ଏ ସଂପର୍କରେ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ପୁଲିସ ଏ ଘଟଣାକୁ ଗୁରୁତର ସହ ନେଇ ଘଟଣାର ସମଗ୍ର ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ଏପରିକି ଜିଲା ପୁଲିସର ଦୁଇଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼କୁ ଜିଲା ବାହାରକୁ ପଠାଯାଇ ଅପହରଣକାରୀଙ୍କୁ ଗିରଫ କରିବା ଓ ଅପହୃତ କ୍ରସର ମାଲିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଥିଲା। ଅଭିଯୁକ୍ତଙ୍କ ସଂପର୍କରେ ପୁଲିସ ପ୍ରାଥମିକ ତଦନ୍ତରୁ କିଛିଟା ସୁରାକ ପାଇଥିଲେ ହିଁ ତଦନ୍ତରେ ବ୍ୟାଘତ ହେବା ଦୃଷ୍ଟିରୁ ତାହାର ସଂପୂର୍ଣ୍ଣ ବିବରଣୀ ଦିଆଯାଇନଥିଲେ ମଧ୍ୟ ମୋଟା ରକମର ଦାଦାବଟି ଆଦାୟକୁ କେନ୍ଦ୍ର କରି ଅପହରଣ କରାଯାଇଛି ବୋଲି ପୁଲିସର ସନ୍ଦେହ ଦୃଢ଼ିଭୂତ ହୋଇଥିଲା ।

- Advertisement -

ସୂଚନାଯୋଗ୍ୟ, ଅପହୃତ କ୍ରସର ମାଲିକ ପ୍ରଦୀପ କୁଣ୍ଡୁ(୫୧) ପ୍ରତ୍ୟକ ଦିନ ଭଳି ଗତକାଲି ନିଜ କ୍ରସର ୟୁନିଟକୁ ଆସିବା ସହ କର୍ମଚାରୀ ଓ ମଜୁରିଆଙ୍କୁ ସାପ୍ତାହିକ ପାଉଣା ପ୍ରଦାନ କରିଥିଲେ। ପରେ ୟୁନିଟ ଅଞ୍ଚଳରୁ ସେ ମୁଖ୍ୟରାସ୍ତାକୁ ନିଜ କାରରେ ଆସୁଥିବା ବେଳେ କେତେକ ଲୋକ ତାଙ୍କ ଗାଡ଼ିକୁ ଅଟକାଇଥିଲେ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଥିଲା। ଏହା ପରେ ଶ୍ରୀ କୁଣ୍ଡୁଙ୍କ କୌଣସିି ପତ୍ତା ନଥିବା ବେଳେ ଘଟଣାସ୍ଥଳରେ ତାଙ୍କ ଚାବି ଲଗା କାର ଓ ମୋବାଇଲ ଫୋନ ସେହିଠାରେ ଥିଲା। ସ୍ୱଭାବିକ ସମୟ ଅତିବାହିତ ହୋଇଯିବା ପରେ ପରିବାର ଲୋକ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ବିଳମ୍ବିତ ରାତିରେ ଏ ସଂପର୍କରେ ତାଙ୍କ ଭାଇ ପ୍ରଥମେ କୁଆରମୁଣ୍ଡା ଫାଣ୍ଡିରେ ସୂଚନା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ବୀରମିତ୍ରପୁର ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଟିମ କ୍ରସର ୟୁନିଟ ଓ ଆଖପାଖ ଜଙ୍ଗଲିଆ ଅଞ୍ଚଳରେ ତଳାସୀ ଆରମ୍ଭ କରିଦେଇଥିବା ବେଳେ ରାସ୍ତାକଡ଼ରୁ ତାଙ୍କ କାର ଓ ମୋବାଇଲ ଫୋନ ଉଦ୍ଧାର କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories