www.samajalive.in
Monday, December 8, 2025
27.1 C
Bhubaneswar

ଶୋଇବା କକ୍ଷର ବିଛଣା ଓ ବାସନକୁ ସର୍ବଦା ସଫାସୁତୁରା ରଖିବା ଉଚିତ

ବହୁ ସମୟରେ ଏପରି ଦେଖାଯାଏ, ଯେ ଟଙ୍କା ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇପାରିନଥାଏ ଓ ଟଙ୍କାପଇସାର ଅଭାବ ଲାଗି ରହେ। ଶାସ୍ତ୍ରରେ ଏପରି କିଛି କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ କାରଣରୁ ଏଭଳି ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ ଏହା ବିଷୟରେ…..
ଗୁରୁଜନଙ୍କ ଅପମାନ କରିବା ଦ୍ୱାରା –
ଯେଉଁମାନେ ବଡ଼ମାନଙ୍କର ଅପମାନ କରିଥାଆନ୍ତି ଓ ଖରାପ ବ୍ୟବହାର କରିଥାଆନ୍ତି। ସେମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ରହିନଥାଏ। ଶାସ୍ତ୍ରରେ କୁହାଯାଇଛି, ବଡ଼ମାନଙ୍କୁ ସମ୍ମାନ କରୁଥିବା ବ୍ୟକ୍ତି ଜୀବନରେ ଅଧିକ ଉନ୍ନତି କରିଥାଆନ୍ତି। ଭଗବାନଙ୍କ ଆଶାର୍ବାଦ ସର୍ବଦା ସେମାନଙ୍କ ଉପରେ ରହିଥାଏ।
ସକାଳୁ ଉଠିବା ପରେ ଏହା ଦେଖିବା ଅନୁଚିତ –
ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ।
ଶୋଇବା କକ୍ଷର ବିଛଣା ସର୍ବଦା ସଫାସୁତୁରା ରଖିବା ଉଚିତ। ବିଛଣା ଅପରିଷ୍କାର ହେଲେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।
ଗୃହର ସମ୍ମୁଖରେ ଜୋତାଚପଲ ଏଣେତେଣେ ପକାଇବା ଉଚିତ ନୁହେଁ। ଏହାଛଡ଼ା ଘରର ବାହାରକୁ ପିନ୍ଧି ଯାଉଥିବା ଜୋତା ଘର ଭିତରେ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରେ ଥିବା ବାସନକୁ ସର୍ବଦା ସଫା ରଖନ୍ତୁ। ବାସନ ଅପରିଷ୍କାର ହେଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଇଛି। ଏହାର ପ୍ରଭାବରେ ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।
ଘରେ କେବେ ମଧ୍ୟ ଭଙ୍ଗା କିମ୍ବା ଫଟା ବାସନ ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ସୁଖସମୃଦ୍ଧି ହ୍ରାସ ପାଇଥାଏ।
କାର୍ୟ୍ୟରେ ସଫଳତା ମିଳିନଥାଏ।
ମାନସମ୍ମାନ ହାନି ହୋଇଥାଏ।
ଭଙ୍ଗା ଓ ଫଟା ବାସନକୁ ଘରେ ମଧ୍ୟ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ଦରିଦ୍ରତା ପ୍ରବେଶ କରିଥାଏ। ଆଶାନୁରୂପକ ସଞ୍ଚୟ ମଧ୍ୟ ହୋଇପାରିନଥାଏ।
ଘରେ ଚାନ୍ଦିର ବାସନ ରଖିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories