www.samajalive.in
Monday, December 8, 2025
27.1 C
Bhubaneswar

ପୁନଃ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ନୂଆପଦର ପଞ୍ଚାୟତରେ ପୂର୍ବରୁ ନିର୍ବାଚିତ ହୋଇଥିବା ସରପଞ୍ଚ ଲାଲୁ କହଁରଙ୍କ ନାମରେ ଗତ ଦିନରେ ହୋଇଥିବା ଅଭିଯୋଗ ପ୍ରକାରେ କନ୍ଧମାଳ ଜିଲାପାଳ ଏହାର ଶୁଣାଣି କରି ସରପଞ୍ଚ ୨ଟି ସନ୍ତାନରୁ ଅଧିକ ଥିବାର ପ୍ରମାଣିତ ହେବା ପରେ ଜିଲାପାଳ ସରପଞ୍ଚକୁ ଗତ ୨୦୧୯ ନଭେମ୍ବର ୮ ତାରିଖରେ ଅଯୋଗ୍ୟ ଘୋଷଣା କରିଥିଲେ। ସେହିଦିନଠାରୁ ଉକ୍ତ ସରପଞ୍ଚ ପଦବି ଖାଲିଥିବା ବେଳେ ବର୍ତ୍ତମାନ ଉକ୍ତ ପଞ୍ଚାୟତର ନାଏବ ସରପଞ୍ଚ ଉକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏଳଭି ସ୍ଥଳେ ଉକ୍ତ ପଞ୍ଚାୟତରେ ପୁନଃ ସରପଞ୍ଚ ନିର୍ବାଚନ କରିବା ଦାବିକରି ଉକ୍ତ ପଞ୍ଚାୟତର ରଘୁପତି କହଁର, ଘାସିରାମ କହଁର, ମହେନ୍ଦ୍ର କୁମାର ମଲିକ, ବିଦ୍ୟାଧର କହଁର, ନିତୁ କହଁର, ପିତବାସ କହଁରଙ୍କ ଭଳି ବହୁ ବ୍ୟକ୍ତି ବିଶେଷ ଏକ ଦାବିପତ୍ର ରାଜ୍ୟ ନିର୍ବାଚନ କମିଶନରଙ୍କ ସମେତ କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରିବା ସହିତ ତୁରନ୍ତ ପଦକ୍ଷେପ ପାଇଁ ଦାବି କରାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories