www.samajalive.in
Monday, December 8, 2025
14.1 C
Bhubaneswar

ଶେଷରେ ମାନିଲା ପାକିସ୍ତାନ: ମୁମ୍ବାଇ ଆକ୍ରମଣରେ ସାମିଲ ଥିଲେ ୧୧ ଲସ୍କର ଆତଙ୍କବାଦୀ

କରାଚି: ପାକିସ୍ତାନର ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ବୁଧବାର (୧୧ ନଭେମ୍ବର) ସ୍ୱୀକାର କରିଛି ଯେ ଭାରତର ଆର୍ଥିକ ରାଜଧାନୀର ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ମୁମ୍ବାଇର ତାଜ ହୋଟେଲ ଉପରେ ୧୧ ଲସ୍କର ଆତଙ୍କବାଦୀ ଆକ୍ରମଣ କରିଥିବା ଏଫ୍‌ଆଇ ସ୍ୱୀକାର କରିଛି। ସେଥିପାଇଁ ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ ଏହି ଆତଙ୍କବାଦୀଙ୍କୁ ମଷ୍ଟ ୱାଣ୍ଟେଡ଼୍ ଘୋଷଣା କରିଛି । ପାକିସ୍ଥାନ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି  ପ୍ରସ୍ତୁତ କରିଥିବା ଆତଙ୍କବାଦୀଙ୍କ  ତାଲିକାରେ ମୁମ୍ବାଇ ଆକ୍ରମଣରେ ଜଡିତ ୧୧ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

- Advertisement -

ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ଡଙ୍ଗା କିଣିଥିବା ଆତଙ୍କବାଦୀ ମୁଲତାନର ମହମ୍ମଦ ଅମଜାଦ ଖାନ ଦେଶରେ ଥିବା କଥା ମଧ୍ୟ ପାକିସ୍ତାନମାନିଛି ।  ଡଙ୍ଗାରେ ୯ ଜଣ ଥିଲେ ଓ ସେମାନେ ତାଜ ଆକ୍ରମଣରେ ସାମିଲ ହୋଇଥିବା ପାକ୍ ସ୍ବୀକାର କରିଛି ।

୨୦୦୮ ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀମାନେ ମୁମ୍ବାଇର ତାଜ ହୋଟେଲ ସମେତ ୬ ଟି ସ୍ଥାନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପ୍ରାୟ ୧୬୦ ଜଣ ପ୍ରାଣ ହରାଇଛନ୍ତି। ଛତ୍ରପତି ଶିବାଜୀ ଟର୍ମିନାସରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୬୦ ଘଣ୍ଟା ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଏଥିରେ ମୁମ୍ବାଇ ପୁଲିସ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ବହୁ ସହିଦ ହୋଇଥିଲେ ।

ଆତଙ୍କବାଦୀଙ୍କ ଏହି ଆକ୍ରମଣକୁ ପ୍ରତିହତ କରିବାକୁ ଦଳର ଅନ୍ୟତମ ନେତା ଥିଲେ ଏଟିଏସ୍ ମୁଖ୍ୟ ହେମନ୍ତ କର୍କାରେ ।ହେମନ୍ତ ତାଙ୍କ ଘରେ  ରାତ୍ରୀ ଭୋଜନ କରୁଥିବା ସମୟରେ ଛତ୍ରପତି ଶିବାଜୀ ଟର୍ମିନାସରେ ଆତଙ୍କବାଦୀମାନେତାଙ୍କୁ ଫୋନ ଯୋଗେ ଆକ୍ରମଣର ଖବର ମିଳିଥିଲା। ସେ ତାଙ୍କ ଡ୍ରାଇଭର ଏବଂ ଅଙ୍ଗରକ୍ଷୀଙ୍କ ସହିତ ଏକ ସମୟରେ ସିଏସଟିକୁ ଯାଇଥିଲେ । ସେଠାରେ ଆତଙ୍କବାଦୀଙ୍କ ମୁକାବିଲା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories