www.samajalive.in
Thursday, December 11, 2025
23.1 C
Bhubaneswar

ବାଲେଶ୍ବରରେ କାମ ଦେଲାନି ବେଣୁ ମଉସାଙ୍କ କେଟଲି, ୨୧ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କେତେ ଭୋଟ ମିଳିଛି ଜାଣନ୍ତୁ

ବାଲେଶ୍ବର : ରାଜ୍ୟର ଦୁଇଟି ବିଧାନସଭା ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନର ଆଜି ଭୋଟ ଗଣତି କରାଯାଉଛି। ଏହାରି ମଧ୍ୟରେ ଉଭୟ ଉପନିର୍ବାଚନୀ କ୍ଷେତ୍ରରେ ୨୦ ରାଉଣ୍ଡ ଭୋଟ ଗଣତି ସରିଲାଣି। ୨୦ ରାଉଣ୍ଡ ସୁଦ୍ଧା ଉଭୟ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳର ପାର୍ଥୀମାନେ ଆଗୁଆ ରହିଛନ୍ତି। ଯଦିଓ ବାଲେଶ୍ବର ସଦର ଭୋଟ ଗଣତିରେ ବିଜୁ ଜନତା ଦଳର ପାର୍ଥୀ ସୁରୂପ ଦାସଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପି ପାର୍ଥୀ ମାନସ ଦତ୍ତ କିନ୍ତୁ ତିର୍ତ୍ତୋଲରେ ବିଜେଡି ବହୁ ଆଗରେ ରହିଛି।

ଏହାରି ମଧ୍ୟରେ ସବୁଆଡେ ଚର୍ଚା ବାଲେଶ୍ବରର ସ୍ବାଧୀନ ପାର୍ଥୀ ବେଣୁଧର ବାରିକ( ବେଣୁ ମଉସା)ଙ୍କୁ ନେଇ । କାରଣ ୯୦ ବର୍ଷ ବୟସରେ ନିର୍ବାଚନ ମଇଦାନକୁ ଓହ୍ଲାଇ ସେ ଯେଉଁଭଳି ଭାବେ ଲୋକମାନଙ୍କ ପାଖରେ ପହଞ୍ଚୁଥିଲେ ତାକୁ ନେଇ ଚର୍ଚାଆଲୋଚନା ଚାଲିଥିଲା। ରାଜନୌତିକ ସମୀକ୍ଷକ ମାନେ ମଧ୍ୟ କହୁଥିଲେ କି ବେଣୁମଉସା ଏକ କି ଫ୍ୟାକ୍ଟର ସାଜିବେ ବାଲେଶ୍ବର ଉପନିର୍ବାଚନରେ । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ।

- Advertisement -

ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ ବହୁ ପଛରେ ପଡିଯାଇଛନ୍ତି ବେଣୁ ମଉସା । ବାଲେଶ୍ୱର ଉପନିର୍ବାଚନ ଭୋଟ ଗଣତିର ୨୧ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମାତ୍ର ୧ ହଜାର ୧୧୪ ଖଣ୍ଡ ଭୋଟ ମିଳିଛି । ଯାହା ଅତ୍ୟନ୍ତ ନୈରାଶ୍ୟ ଜନକ । ପ୍ରଥମ ରାଉଣ୍ଡରେ ୩୦, ୨ୟ ରାଉଣ୍ଡରେ ୪୨, ୩ୟ ରାଉଣ୍ଡରେ ୨୭, ୪ର୍ଥ ରାଉଣ୍ଡରେ ୨୮, ୫ମ ରାଉଣ୍ଡରେ ୩୧, ୬ଷ୍ଠ ରାଉଣ୍ଡରେ ୩୩, ୭ମ ରାଉଣ୍ଡରେ ୨୬, ୮ମ ରାଉଣ୍ଡରେ ୩୩, ୯ମ ରାଉଣ୍ଡରେ ୫୦, ଦଶମରେ ୨୬ । ସେହିପରି ୧୧ରେ ୨୬, ୧୨ରେ ୪୩, ୧୩ରେ ୨୫, ୧୪ରେ ୪୬, ୧୫ ରାଉଣ୍ଡରେ ୫୨ ଏବଂ ୧୬ ରାଉଣ୍ଡରେ ୬୬ ଖଣ୍ଡ ଭୋଟ, ୧୭ ରାଉଣ୍ଡରେ ୬୬, ୧୮ ରାଉଣ୍ଡରେ ୮୮, ୧୯ ରାଉଣ୍ଡରେ ୧୩୬, ୨୦ ରାଉଣ୍ଡରେ ୧୦୪ ଏବଂ ୨୧ ରାଉଣ୍ଡରେ ୭୩ ସହ ମୋଟ ୧ ହଜାର ୧୧୪ ଖଣ୍ଡ ଭୋଟ ପାଇ ଲଢେଇ ଜାରି ରଖିଛନ୍ତି ବେଣୁଧର ।

ସୋସିଆଲ ମିଡିଆରେ ବିଜେଡି ଓ ବିଜେପିଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ମଉସା। ନିର୍ବାଚନୀ ପ୍ରଚାର ସମୟରେ ସମସ୍ତ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ବେଣୁ ମଉସା। ପ୍ରଥମେ ସାଇକେଲ, ତା’ପରେ ଘୋଡାଗାଡି, ରିକ୍ସା ଏବଂ ପରେ ମର୍ସଡିଜରେ ପ୍ରଚାର କରିଥିବା ବେଣୁ ମେଉସା ପ୍ରଚାର ବେଳେ ବେଶ୍ ଚର୍ଚ୍ଚା ସାଉଁଟିଥିଲେ । ଏପରିକି ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଭୋଟ୍‌ ଗଣତିରେ ବେଣୁ ମଉସା ବହୁ ପଛରେ ପଡ଼ିଯାଇଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories