www.samajalive.in
Monday, December 8, 2025
17.1 C
Bhubaneswar

ଅମୃତଭଣ୍ଡା ପରଟା

ଆବଶ୍ୟକ ସାମଗ୍ରୀ
ଅଟା – ୧କପ
ମଇଦା – ୨କପ
ଖାଇବାସୋଡ଼ା – ସାମାନ୍ୟ
ଖିର – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କୋରା ଅମୃତଭଣ୍ଡା – ୨କପ
ପନିର – ୧କପ
ଜିରା – ୧ ଚାମଚ
କଟା କଞ୍ଚା ଲଙ୍କା – ୩ଟି
ଧନିଆପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ମଇଦା, ଖାଇବାସୋଡ଼ା, ଲୁଣ ପକାଇ ମିଶାଇ ଖିରରେ ଏହାକୁ ଚକଟି ଦିଅନ୍ତୁ। ଏହି ଚକଟାକୁ ୧ ଘଣ୍ଟା ରଖି ଦିଅନ୍ତୁ। ଏହା ମଧ୍ୟରେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଜିରା ପକାନ୍ତୁ। ଏହାପରେ କୋରା ଅମୃତଭଣ୍ଡାକୁ ପକାଇ କିଛି ସମୟ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ କଞ୍ଚା ଲଙ୍କା, ପନିର, ଲୁଣ ପକାଇ ପୁଣି କିଛି ସମୟ ଭଲ ଭାବେ ଭାଜି ଗ୍ୟାସ ବନ୍ଦ କରି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଚକଟା ଅଟାରୁ ଗୁଳା କରି ଛୋଟ ରୁଟି ଆକାରର ବୋଲି ଏହା ମଧ୍ୟରେ ପୂର୍ବ ପ୍ରସ୍ତୁତ ପୁରକୁ ରଖି ଗୋଲ କରି ପୁଣି ପରଟା ଆକୃତିର ବୋଲି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ଗରମ କରି ବେଲି ଥିବା ପରଟାକୁ ଭଲ ଭାବେ ସେକି ଦିଅନ୍ତୁ। ଏକ ପାତ୍ରକୁ କାଢି ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅମୃତଭଣ୍ଡା ପରଟା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories