www.samajalive.in
Tuesday, December 9, 2025
16.1 C
Bhubaneswar

ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କୁ ବରଖାସ୍ତ କରିଛନ୍ତି। ଟ୍ୱିଟରରେ ଏହା ଘୋଷଣା କରି ଟ୍ରମ୍ପ କହିଛନ୍ତି ଯେ ଜାତୀୟ ଆତଙ୍କବାଦ ନିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ମିଲର ତୁରନ୍ତ କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ଦାୟିତ୍ୱ ଗ୍ରହଣ କରିବେ। ରାଷ୍ଟ୍ରପତି ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ ଖ୍ରୀଷ୍ଟୋଫର ମିଲର ବହୁତ ଭଲ କାମ କରିବେ। ସେ ମାର୍କ ଏସପରଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ ଜଣାଇ ଟ୍ରମ୍ପ କହିଛନ୍ତି ଯେ ତାଙ୍କୁ ବରଖାସ୍ତ କରାଯାଇଛି।

- Advertisement -

ରାଷ୍ଟ୍ରପତି ଟ୍ରମ୍ପ ବର୍ତ୍ତମାନ ସୁଦ୍ଧା ନବ ନିର୍ବାଚିତ ଜୋ ବାଇଡେନଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ସ୍ୱୀକାର କରିନାହାଁନ୍ତି ଏବଂ କୋର୍ଟରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ଆସନ୍ତା ଜାନୁଆରୀ ୨୦ରେ ନବ ନିର୍ବାଚିତ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ଟ୍ରମ୍ପ ଯେ କୌଣସି ନିଷ୍ପତ୍ତି ନେଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories