www.samajalive.in
Wednesday, December 10, 2025
26.1 C
Bhubaneswar

୧୭୫ ଏକର ସଂରକ୍ଷିତ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ ଏବଂ ଅବକାରୀ ବିଭାଗ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଗ୍ରାମପଞ୍ଚାୟତ ନେଡ଼ିପଙ୍ଗା ଓ ବାଇସିଂ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୭୫ ଏକର ଜମିରୁ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ଗଛ କାଟିବା ସହିତ ପୋଡ଼ି ନଷ୍ଟ କରିଦେଇଛନ୍ତି। ଏହି ଅଭିଯାନରେ ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସବଇନିସ୍ପେକ୍ଟର ଅଜୟ କୁମାର ଓରାମଙ୍କ ସମେତ ଅବକାରୀ କର୍ମଚାରୀ ଏବଂ ଦୁଇ ପ୍ଲାଟୁନ ସଶସ୍ତ୍ର ପୁଲିସ ଓ ୪୦ ଜଣ ଶ୍ରମିକ ଏଥିରେ ନିୟୋଜିତ ହୋଇଥିଲେ। ଏହି ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା ୮୫/୨୦୨୦ ରୁଜ୍ଜୁ କରାଯାଇଥିବା ନେଇ ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ସୁଚନା ଦେଇଛନ୍ତି।

ଅନ୍ୟ ଏକ ଖବର ପ୍ରକାରେ, ଆଜି ସଦର ଏସ୍‍ଡିପିଓ ଏବଂ ସଦରଥାନା ଅଧିକାରୀ କୌଣସି କାର୍ଯ୍ୟରେ ନିଜ ଗାଡ଼ିରେ ଗୁମାଗଡ଼ ପଟେ ଯାଉଥିବା ବେଳେ ପୁଲିସ୍‍ ଗାଡ଼ି ଆଗରେ ଯାଉଥିବା ଏକ କାର ପୁଲିସ୍‍ ଗୋଡ଼ାଉଛି ବୋଲି ଭାବି ସଦରଥାନା ଅନ୍ତର୍ଗତ ଗୁମାଗଡ଼ ରାସ୍ତା କଡ଼ରେ ଗାଡ଼ି ଛାଡ଼ି ୨ ଜଣ ଗାଡ଼ି ଭିତରୁ ନିକଟସ୍ଥ ଜଙ୍ଗଲକୁ ଫେରାର୍‍ ହେବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ତେବେ ପୁଲିସ୍‍ ଗାଡ଼ି ଅନ୍ୟକାମରେ ଯାଉଥିବା ବେଳେ ଉକ୍ତ କାର୍‍ ରାସ୍ତାରେ କାହିଁକ ରଖିବା ଓ ୨ ଜଣ ବାହାରି ଦୌଡ଼ିବା ସନ୍ଦେହ କରି ସଦର ପୁଲିସ ତନଖୀ ବେଳେ ଉକ୍ତ କାର୍‍ରୁ ୨୨ କେଜି ଗଂଜେଇ ଜବତ କରାଯାଇଥିବା ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାସ ସେଠୀ ସୂଚନା ଦେଇଛନ୍ତି। ଏନେଇ ଏକ ମାମଲା ରୁଜୁକରିବା ସହିତ ଗାଡ଼ି ଓ ଗଂଜେଇ ଜବତ କରାଯାଇଥିବା ବେଳେ ଫେରାର୍‍ ମାନଙ୍କୁ ପୁଲିସ୍‍ ଖୋଜିବା ଆରମ୍ଭ କରିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories