www.samajalive.in
Monday, December 8, 2025
13.1 C
Bhubaneswar

ସ୍ମାର୍ଟ ଠକ: ନକଲି ସୁନା ବନ୍ଧକ ଦେଇ ୧୦ ବ୍ୟାଙ୍କରୁ ୪୧ ଥର ଋଣ

ବ୍ୟାଙ୍କରୁ ସାଧାରଣ ଲୋକଟିଏ ଋଣ ପାଇବା କଷ୍ଟ । ଏପରିକି ସୁନା ବନ୍ଧକ ଦେଇ ଋଣ ମିଳିବା ବି ସହଜ ନୁହେଁ । ମାତ୍ର ଗୁଜରାଟରେ ଏମିତି ଏକ ଘଟଣା ଘଟିଛି, ଯାହା ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ୩୦ ଜଣ ଗ୍ରାହକ ନକଲି ସୁନା ଦେଇ ୪୧ ଥର ଋଣ ନେଇ ଯାଇଥିବା ସୂଚନା ମିଳିଛି । ଏବେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଅବଶ୍ୟ ଏହି ଘଟଣାରେ ବିଶାଲ ଭରୱାଡ଼ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ସକ୍ଷମ ହୋଇଛି ।

ଘଟଣା ଘଟିଛି ଆଇସିଆଇସିଆଇ ବ୍ୟାଙ୍କ । ବ୍ୟାଙ୍କ ମାସିକ ଅଡ଼ିଟ୍ ସମୟରେ ଜଣେ ବ୍ୟକ୍ତି ବ୍ୟାଙ୍କର ବିଭିନ୍ନ ଶାଖାରେ ସୁନା ବନ୍ଧକ ଦେଇ ଋଣ ନେଇଥିବା ଜଣା ପଡ଼ିବା ପରେ ଘଣ୍ଟାଚକଟା ଆରମ୍ଭ ହୋଇଥିଲା । ବିଶାଲ ଭରୱାଡ଼ ନାମକ ଏହି ବ୍ୟକ୍ତି ଗତ ଅଗଷ୍ଟ ୧୦ ତାରିଖରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟରେ ୩ଟି ବ୍ୟାଙ୍କରେ ସୁନା ବନ୍ଧକ ଦେଇ ଋଣ ନେଇଥିବାବେଳେ ଯେତେଜଣ ସୁନା ବନ୍ଧକ ଦେଇ ଋଣ ନେଇଥିଲେ ସମସ୍ତଙ୍କ ଯାଞ୍ଚ ଆରମ୍ଭ ହୋଇଥିଲା । ଯାଞ୍ଚ ବେଳେ ବିଶାଳ ନିଜର ସହଯୋଗୀମାନଙ୍କ ଜରିଆରେ  ସୁନା ଦେଇ ପ୍ରାୟ ୪୧ଥର ଋଣ ନେଇଛି ଓ ଏହାର ପରିମାଣ ପ୍ରାୟ ୨.୫୫ କୋଟି ଟଙ୍କା ହେବ । ପ୍ରାୟ ୧୦ଟି ଶାଖାରୁ ଏହି ଋଣ ନିଆଯାଇଥିଲା । ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଧକ ରଖିଥିବା ସୁନାର ଯାଞ୍ଚ ଆରମ୍ଭ କଲେ । ସେତେବେଳେ ଏହି ସୁନା ସବୁ ନକଲି ଥିବା ଜଣାପଡ଼ିଲା । ଏହାକୁ ନେଇ ଋଣ ଦେଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ କ୍ରାଇମବ୍ରାଞ୍ଚ ସନ୍ଦେହ ପରିସରକୁ ଆସିଛନ୍ତି । ପୁଲିସ ଓ କ୍ରାଇମବ୍ରାଞ୍ଚ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories