www.samajalive.in
Wednesday, December 10, 2025
26.1 C
Bhubaneswar

ରାଜଧାନୀରେ ମହିଳା ସୁରକ୍ଷା ବାଟବଣା : ୩ ବର୍ଷ ହେବ ଅଚଳ ‘ଆଇକ୍ଲିକ୍‌’

ଭୁବନେଶ୍ୱର : ମହିଳାଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଇନ୍‌ଷ୍ଟା କମ୍ପ୍ଲେନ ଲଗିଂ ଇଣ୍ଟରନେଟ କିଓସ୍କ (ଆଇକ୍ଲିକ)ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସାଧାରଣ ଭାଷାରେ ଏହାକୁ ମହିଳା ଅଭିେଯାଗ ଏଟିଏମ୍‌ ବୋଲି କୁହାଯାଉଥିଲା। ମାତ୍ର ଏହି ଯୋଜନା ଏବେ କଳଙ୍କି ଲାଗିଗଲାଣି। ରାଜଧାନୀରେ ମହିଳା ଓ ନାବାଳିକା ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏମିତିକି କରୋନା ପରଠାରୁ ମହିଳାମାନେ ଅଧିକ ନିର୍ଯାତିତ ହୋଇଥିବା ଜଣାପଡ଼ିଛି। ଏଟିଏମ୍‌ ଖରାପ ହୋଇପଡ଼ିଥିଲେ ସୁଦ୍ଧା ଏହାକୁ ସଜାଡ଼ିବାକୁ ପ୍ରଶାସନିକ ଅଧିକାରୀଙ୍କର କୌଣସି ଆଗ୍ରହ ନଥିବା କିଛି ସାମାଜିକ କର୍ମୀ କହିଛନ୍ତି।

କମିସନରେଟ ପୁଲିସ ପକ୍ଷରୁ ମହିଳା ସଂକ୍ରାନ୍ତ ଅପରାଧକୁ ରୋକିବା ପାଇଁ ଏହି ନୂତନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମହିଳାମାନେ ଥାନାକୁ ନ ଯାଇ ଅନଲାଇନ ଜରିଆରେ ନିଜର ଅଭିଯୋଗ କରିପାରିବେ। ଏଥିପାଇଁ ବିଭିନ୍ନ ସ୍ଥାନରେ କିଓସ୍କ (ଅଭିେଯାଗ ଏଟିଏମ୍‌) ସ୍ଥାପନ କରାଯାଇଥିଲା। ଏହା ମାଧ୍ୟମରେ ଆକ୍ରମଣ କିମ୍ବା ନିର୍ଯାତନାର ଶିକାର ହେଉଥିବା ମହିଳାମାନେ ଅଭିେଯାଗ କରିପାରୁଥିଲେ। ଏହି ଅଭିେଯାଗ ସିଧାସଳଖ ଭାବେ କମିସନରେଟ ପୁଲିସ ପାଖରେ ପହଞ୍ଚି ପାରୁଥିଲା। ହେଲେ ଗତ ୩ ବର୍ଷ ହେବ ଏହି ଏଟିଏମ୍‌ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି। ଅଭିଯୋଗକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ ବରୋଦା ଏଟିଏମ୍‌ରେ ଏହି କିଓସ୍କ ସୁବିଧା କରାଯାଇଥିଲା, କିନ୍ତୁ ତାହା ଏବେ କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରୁ ନାର୍ହିଁ।

- Advertisement -

ବାଣୀବିହାର ଛକ ସ୍ପର୍ଶ ହସ୍ପିଟାଲ ନିକଟରେ ରହିଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ୍‌ କିଓସ୍କରେ ଏହି ବ୍ୟବସ୍ଥା କମିସନରେଟ ପୁଲିସ ପକ୍ଷରୁ ୨୦୧୪ ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା। ଏଟିଏମ୍‌ ଟଚ୍‌ ସ୍କ୍ରିନ୍‌ରେ କ୍ଲିକ୍‌ କରିବା ମାତ୍ରେ ଅପରାଧ ପଞ୍ଜିକୃତ ହେଉଥିଲା। ମହିଳାଙ୍କ ଅଭିଯୋଗ ଆସିବା ମାତ୍ରେ ପୁଲିସ ମଡର୍ଣ୍ଣ କଣ୍ଟ୍ରୋଲ ରୁମର ପିସିଆର ଭ୍ୟାନ୍‌ ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ତିିନୋଟି ଭାଷାରେ ମହିଳାମାନେ ସେମାନଙ୍କର ଅଭିଯୋଗ ପଞ୍ଜୀକରଣ କରିପାରୁଥିଲେ। ଏବେ ଏହା ପ୍ରହସନରେ ପରିଣତ ହୋଇଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories