www.samajalive.in
Monday, December 8, 2025
14.1 C
Bhubaneswar

ମୋ ବସ୍‌ ସେବାକୁ ଦୁଇବର୍ଷ : ଫେରୁଛି ପୂର୍ବସ୍ଥିତି, ଦୈନିକ ଯାତ୍ରା କରୁଛନ୍ତି ୨୫ ହଜାର ଯାତ୍ରୀ

ଭୁବନେଶ୍ବର : ମୋ ବସ୍‌ ସେବାକୁ ଶୁକ୍ରବାର ଦୁଇବର୍ଷ ପୂରିବ। ୨୦୧୮ ନଭେମ୍ବର ୬ରେ ମୁଖ୍ୟମନ୍ତ୍ରୀ ଏହି ସେବାକୁ ଉଦ୍‌ଘାଟନ କରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ। ପ୍ରଥମ ବାର୍ଷିକ ଉତ୍ସବ ଜୟଦେବ ଭବନରେ ପାଳନ କରାଯାଇଥିବାବେଳେ ବାର୍ଷିକ ଉତ୍ସବ କୋଭିଡ ଯୋଗୁଁ ପାଳନ କରାଯିବ ନାହିଁ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇବର୍ଷ ଭିତରେ ମୋ ବସ୍‌ସେବା ସମସ୍ତଙ୍କ ଦ୍ବାରା ଆଦୃତ ହୋଇ ପାରିଛି। ସହରରେ ୨୦୦ଟି ମୋ ବସ୍‌ ଚଳାଚଳ କରୁ ଥିବାବେଳେ ନଭେମ୍ବର ୨୦୧୮ରେ ୨,୪୮,୯୫୯ ଯାତ୍ରୀଙ୍କୁ ସେବା ପ୍ରଦାନ କରିଥିଲା। କାଳକ୍ରମେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଁ ଏକ ଲକ୍ଷରେ ପହଞ୍ଚି ଥିଲା। ଯାତ୍ରୀଙ୍କ ଦାବିକୁ ଲକ୍ଷ୍ୟ କରି କ୍ରୁଟ୍‌ କର୍ତ୍ତୃପକ୍ଷ ରୁଟ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରିଥିଲେ। ଏପରିକି ୨୦୧୯ ଜାନୁଆରୀରେ ମୋ ବସ୍‌ ୮,୫୧,୩୧୯ ଯାତ୍ରୀଙ୍କୁ ସେବା ପ୍ରଦାନ କରିବାରେ ସକ୍ଷମ ହୋଇଥିଲା। ଯାତ୍ରୀ ସଂଖ୍ୟା ବଢ଼ିବା ଦ୍ବାରା ଜାନୁଆରୀ ୨୦୨୦ରେ ୧୨,୦୨,୨୦୫ ଜଣ ଯାତ୍ରୀ ମୋ ବସ୍‌ରେ ଯାତାୟାତ କରିଥିଲେ।

- Advertisement -

ମାର୍ଚ୍ଚରେ କରୋନା ଫଳରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଘୋଷଣା କରାଯିବା ଦ୍ବାରା ମୋ ବସ୍‌ ସେବାକୁ ବନ୍ଦ କରି ଦିଆଯାଇଥିଲା। କଟକଣା କୋହଳ ହେବାପରେ ମୋ ବସ୍‌ ଚଳାଚଳ ଆରମ୍ଭ କରିଥିଲା। କରୋନା ଭୟ ସତ୍ତ୍ବେ ଏବେ ମୋ ବସ୍‌ ଦୈନିକ ୨୫ ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଛି। ପୁଣି ଯାତ୍ରୀଙ୍କ ଚାହିଦାକୁ ବିଚାର କରି ୧୭ଟି ରୁଟ୍‌ରେ ୧୦୯ ବସ୍‌ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ବରରୁ ପୁରୀ ଏବଂ କୋଣାର୍କକୁ ମଧ୍ୟ ବସ୍‌ସେବା ଆରମ୍ଭ ହୋଇଛି। କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଯାତ୍ରୀଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ ଏକ ମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories