www.samajalive.in
Monday, December 8, 2025
17.1 C
Bhubaneswar

କରୋନା ଆରୋଗ୍ୟ ହାର ୯୨.୨୦ ପ୍ରତିଶତ : ମୃତ୍ୟୁ ସଂଖ୍ୟା୧,୨୪,୩୧୫

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ୩୩୧ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ହାର ୯୨.୨୦ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୭୭ ଲକ୍ଷ ୧୧ ହଜାର ୮୦୯ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ସକ୍ରିୟ କରୋନା ରୋଗୀଙ୍କଠାରୁ ୧୫ ଗୁଣ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୩ ଲକ୍ଷ
୬୪ ହଜାର ୮୬ରେ ପହଞ୍ଚିଛି। ଗୋଟିଏ ଦିନରେ କରୋନା ସଂକ୍ରମଣରେ ୭୦୪ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୋଟ୍‍ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧୫ରେ ପହଞ୍ଚିଛି।
ତେବେ ସାରା ବିଶ୍ୱ ତୁଳନାରେ ଭାରତରେ ମୃତ୍ୟୁହାର ସର୍ବନିମ୍ନ ୧ ଦଶମିକ ୪/୯ ପ୍ରତିଶତ ରହିଛି। ସ୍ୱସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ
ସକ୍ରିୟ ସଂକ୍ରମିତଙ୍କ ହାର ୬.୫ ପ୍ରତିଶତକୁ ହ୍ରାସ ପାଇଛି।
ଅନ୍ୟପକ୍ଷରେ ଭାରତ କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି। ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ପରୀକ୍ଷା ଗାରରେ ୧୨ ଲକ୍ଷ ୧୦ ହଜାର ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହାକୁ ମିଶାଇ ଗୁରୁବାର ସୁଦ୍ଧା ଏହି ସଂଖ୍ୟା ୧୧ କୋଟି ୪୨ ଲକ୍ଷ ଅତିକ୍ରମ କରିଛି। ସମସ୍ତଙ୍କୁ ଏହି ପରୀକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ଦିନକୁ ଦିନ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଘଟୁଛି। ଏବେ ପ୍ରତ୍ୟେକ ଦିନ ୧୫ ଲକ୍ଷ ପର୍ଯ୍ୟନ୍ତ ନମୁନା ପରୀକ୍ଷା କରାଯାଉଛି।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories