www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଡ଼ର: ଜୁଇରେ ଅଧା ଜଳା ଶବ ଛାଡ଼ି ପଳାଇଲେ ସମ୍ପର୍କୀୟ- ବନ୍ଧୁବାନ୍ଧବ

ପାଟନା: କରୋନା ଭୟ ଏବେ ଲୋକମାନଙ୍କୁ ବିବଶ କରିଛି । କେଉଁଠି ପରିବାର ଲୋକ ମୃତକର ଚେହେରା ଦେଖିବାକୁ ଡ଼ରୁଛନ୍ତି ତ କେଉଁଠି ଛୁଇଁବାକୁ । ବିହାରର ପାଟନା ନିକଟରେ ଏମିତି ଏକ ଘଟଣା ଘଟିଛି, ଯେଉଁଥିରେ ଅଧାଜଳା ଶବ ଛାଡ଼ି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଶ୍ମଶାନ ଛାଡ଼ି ପଳାଇ ଆସିଛନ୍ତି । ଶବକୁ ଜୁଇରେ ଲଦାଯାଇ ଅଗ୍ନିି ସଂଯୋଗ ସରିଥିଲା । ଏତିକି ବେଳେ ମୃତକଙ୍କ ପୁଅ ନିକଟକୁ ମୋବାଇଲରେ ସୂଚନା ଆସିଥିଲା ଯେ ତାଙ୍କ ବାପାଙ୍କ ରିପୋର୍ଟ ପଜିଟିଭ୍ ରହିଛି । ବାସ୍ ଏହାପରେ ମୃତଙ୍କ ସଂସ୍କାରରେ ଯୋଗ ଦେଇଥିବା ଲୋକମାନେ ଶ୍ମଶାନରୁ ଦୌଡ଼ି ପଳାଇଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଧନୁରୁଆର ତାରାଭାନ ଗାଁର ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେ ଦିଲ୍ଲୀରୁ ଫେରିଥିଲେ ଓ  ଅସୁସ୍ଥତା ହେତୁ ତାଙ୍କୁ  ପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ନମୁନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା । ମାତ୍ର ଏହି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।  ତାଙ୍କର ପରିବାର, ସମ୍ପର୍କୀୟ, ସାହି ପଡ଼ିଶା ସମସ୍ତେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

- Advertisement -

ଏହି ସମୟ ମଧ୍ୟରେ ତାଙ୍କର ରିପୋର୍ଟ ଆସିଥିଲା ଓ ସେ ପଜିଟିଭ୍ ଥିବା ଜଣା ପଡ଼ିଥିଲା। କରୋନା ପଜିଟିଭ୍ ହେବାର ସୂଚନା ପହଞ୍ଚିବା ମାତ୍ରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା | ଅନେକ ଲୋକ ଭୟଭୀତ ଅବସ୍ଥାରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ତେବେ ଶବ ସଂସ୍କାରରେ ଏତେ ଲୋକ ଯୋଗ ଦେଇଥିବା ସୂଚନା ପାଇବା ପରେ ପ୍ରଶାସନ ପକ୍ଷରୁ ଗାଁରେ ୧୫୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories