www.samajalive.in
Monday, December 8, 2025
24.1 C
Bhubaneswar

ଅଦା ସମ୍ପର୍କିତ ତଥ୍ୟ

ଭାରତୀୟ ବ୍ୟଞ୍ଜନରେ ଅଦାର ସ୍ଥାନ ବେଶ୍ ସ୍ବତନ୍ତ୍ର। ଆମ ଦିନର ଆରମ୍ଭ ଅଦା ଚା’ରେ ହେଉଥିବାବେଳେ ବିଭିନ୍ନ ବ୍ୟଞ୍ଜନରେ ଏହା ଉପଯୋଗ ହୋଇଥାଏ। ବି​‌ଶେଷକରି ନିରାମିଷ ତରକାରିରେ ଖାଦ୍ୟର ସ୍ବାଦକୁ ଏଇ ଅଦା ରସ ଦ୍ବିଗୁଣିତ କରିଥାଏ। ପୋଷକତତ୍ତ୍ବ ଭରି ରହିଥିବା ଏଇ ଅଦାକୁ କିଣିବା ସମୟରେ କେତୋଟି କଥା ଜାଣିରଖନ୍ତୁ।

  •  ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅଦା କିଣିବା ସମୟରେ ଏହାର ଉପରେ ଲାଗିଥିବା ପତଳା ପରସ୍ତକୁ ଛଡ଼ାଇବାକୁ ଚେଷ୍ଟା କରନ୍ତୁ। ତାହା ସହଜରେ ବାହାରିଗଲେ, ଅଦା ସତେଜ ଥିବାର ଜାଣିପାରିବେ। ଶୁଖିଯାଇଥିବା ଅଦାକୁ କେବେହେଲେ କିଣିବେନାହିଁ। ଏଥିରେ ଆଦୌ ପୌଷ୍ଟିକତତ୍ତ୍ବ ନଥାଏ।
  •  ଅଦା ଆଣିବା ପରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଅଦାକୁ ଭିଜାଇ ୨୦ ମିନିଟ୍ ରଖିବେ। ସମସ୍ତ ଅପରିଷ୍କାର ବାହାରିବା ପରେ ଅଦାକୁ ପୁଣି ଭଲରେ ଧୋଇବେ ଓ ଶୁଖିଲା କପଡ଼ାରେ ପୋଛି ଫ୍ରିଜ୍‌ରେ ଏୟାର୍-ଟାଇଟ୍ ଡବାରେ ରଖନ୍ତୁ।
  •  ଅଦାକୁ ଅଧିକଦିନ ଫ୍ରିଜ୍‌ରେ ରଖିବାକୁ ଚାହୁଁଥିଲେ, କଡ଼େଇରେ ହାଲକା ଭାଜି ଥଣ୍ଡା କରିବା ପରେ ଫ୍ରିଜ୍‌ରେ ରଖିପାରିବେ।
  • ଦିନର ଆରମ୍ଭ ଅଦା ମିଶା ଉଷୁମ ପାଣିର ଆରମ୍ଭ କରନ୍ତୁ। ଏପରି କଲେ ଆପଣଙ୍କ ପେଟ ସଫା ରହିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।
  •  ମାନସିକ ଚାପ ରହୁଥିଲେ, ସକାଳ ଜଳଖିଆ ପରେ ଅଦା ଚା’ ପିଇଲେ ମଧ୍ୟ ଆରାମ ଲାଗେ। ମହାମାରୀ ସମୟରେ ଭାରତ ସହ ବିଦେଶୀ ରାଇଜରେ ମଧ୍ୟ ଅଦାର ଆବଶ୍ୟକତା ବଢ଼ିଥିଲା। ଆଜିକାଲି ଭାରତୀୟ ବଜାରରୁ ବହୁଳ ସଂଖ୍ୟାରେ ଅଦା, ଅଦା ଗୁଣ୍ଡ ଇଉରୋପ, ଆମେରିକାକୁ ପ୍ରେରଣ ହେଉଥିବାର ପ୍ରକାଶ।
  •  ଥଣ୍ଡା, ସର୍ଦି ପାଇଁ ଅଦାରସ ମହୌଷଧି ପରି କାମ କରେ। ଇଟାଲୀ, ସ୍ପେନ୍‌ରେ କରୋନା ମହାମାରୀ କଟକଣା କୋହଳ ପରେ ରେସ୍ତାରାଁ, କାଫେମାନ ଖୋଲିଛି। ଅଧିକାଂଶ ଗ୍ରାହକ ସେସବୁ ସ୍ଥାନରେ ଅଦା ଚା’, ଅଦା ବିସ୍କୁଟ୍, ଅଦା ପାଉଁରୁଟି ଏରପିକି ଆଜିକାଲି ଇଟାଲୀରେ ‘ଜିଞ୍ଜର୍ପିଜ୍ଜା’ର ଆଦର ମଧ୍ୟ ବଢ଼ିବାରେ ଲାଗିଥିବାର ପ୍ରକାଶ।
  •  ଅଦାକୁ ଫ୍ରିଜ୍‌ରେ ଅଧିକଦିନ ରଖିବାକୁ ଚାହୁଁଥିଲେ, ପେପର୍‌ ବ୍ୟାଗ୍‌ର ବ୍ୟବହାର କରନ୍ତୁ। ପ୍ରତିଥର ବ୍ୟବହାର ପରେ ଅଦା ଖଣ୍ଡକୁ ଭଲରେ ପୋଛିବା ପରେ ହିଁ ବ୍ୟାଗ୍‌ରେ ରଖିବେ।
  •  ସିନେତାରକାମାନେ ଆଜିକାଲି ଅଦା ଡିଟକ୍ସ ପାଣି ପ୍ରତିଦିନ ପିଇବାକୁ ଗୁରୁତ୍ବ ଦେଉଛନ୍ତି। ଏଇ ଉପାୟରେ ଓଜନ ନିୟନ୍ତ୍ରଣରେ ରହିବା ସହ ଫୂର୍ତ୍ତି ମଧ୍ୟ ଲାଗେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories