www.samajalive.in
Saturday, December 6, 2025
26.1 C
Bhubaneswar

ସୁକତେଲ ପୋଲ ଭଙ୍ଗା ଘଟଣା: ୬ମାସ ପରେ ୪ଜଣଙ୍କ ନାଁରେ ମାମଲା, ସପ୍ତାହକ ମଧ୍ୟରେ ଆସିବେ ବୈଷୟିକ ଟିମ୍‍

ବଲାଙ୍ଗିର/ପାଟଣାଗଡ:ପାଟଣାଗଡ ଉପଖଣ୍ଡର ତମିଆଁ-ମୁଦଲସର ପୋଲ ମରାମତି ସମୟରେ ପୋଲ ଭାଙ୍ଗି ଯିବାରୁ ଆଖି ବୁଜିଥିଲେ ୨ଜଣ ଶ୍ରମିକ। ମାମଲାରେ ଲୋକାୟୁକ୍ତ ହସ୍ତକ୍ଷେପ କରି ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ବଲାଙ୍ଗିର ଭିଜିଲାନ୍ସ ମାମଲା ରୁଜୁ କରିବା ସହ ପ୍ରାଥମିକ ଯାଞ୍ଚ କରିଛି। ଆବଶ୍ୟକ କାଗଜପତ୍ର ଜବତ କରିଥିବା ବେଳେ ୪ଜଣଙ୍କ ନାଁରେ ରୁଜୁ ହୋଇଛି।
୭ କୋଟି ଟଙ୍କାର ତମିଆଁ-ମୁଦଲସର ପୋଲ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୋଲ କାମ ସରିବାରୁ ରାମକୁମାର ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍‍କୁ ପୁରସ୍କାର ବାବଦକୁ ମିଳିଥିଲା ଅତିରିକ୍ତ ୫୬ଲକ୍ଷ ଟଙ୍କା। ହେଲେ ୫ ବର୍ଷ ବି ଗଲାନି ପୋଲ। ଗତ ମାର୍ଚ୍ଚ ମାସରେ ପୋଲର ୨ଟି ସ୍ପାନ୍‍ ଦବିଲା। ବିଭାଗୀୟ ଅଧିକାରୀ ଉଚ୍ଚସ୍ତରୀୟ ଟିମ୍‍ ଡକାଇ ଯାଞ୍ଚ କରାଇଲେ। ଶେଷରେ ସେହି ଠିକା ସଂସ୍ଥା ପୁଣିଥରେ ପୋଲର ଦବି ଯାଇଥିବା ୨ଟି ସ୍ପାନ(ଅଂଶ)କୁ ଭାଙ୍ଗି କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏପ୍ରିଲ ମାସ ଅଘଟଣରେ ୨ଜଣ ଶ୍ରମିକ ଆଖି ବୁଜିବା ପରେ ସରକାର ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କଲେ। ପରେ ଠିକା ସଂସ୍ଥା ପାଇଥିବା ଅନ୍ୟ କାମଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ପାଟଣାଗଡ ଆରଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀ ଅନ୍ଥୋନୀ କିଷାନଙ୍କୁ ନିଲମ୍ବିତ କରିଦେଲେ। ଲରମ୍ଭା ଥାନାରେ ଠିକା ସଂସ୍ଥା ବିପକ୍ଷରେ ମାମଲା ରୁଜୁ ହେଲା। ମାମଲା ଶାନ୍ତି ପଡି ଆସିବା ବେଳକୁ ଲୋକାୟୁକ୍ତ ଭିଜିଲାନ୍ସ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ। ବଲାଙ୍ଗିର ଭିଜିଲାନ୍ସ ମାମଲା ରୁଜୁ କରିଛି। ଏଥିରେ ଠିକା ସଂସ୍ଥାର ମୁଖ୍ୟ ସଞ୍ଜୟ ଅଗ୍ରୱାଲ, ଆର୍‍ଡବ୍ଲ୍ୟଡି ବଲାଙ୍ଗିରର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ତଥା ଏବେ ପୂର୍ତ୍ତ ବିଭାଗ ବଲାଙ୍ଗିର ମଣ୍ଡଳରେ ଏସ୍‍ଇ ଥିବା ଇଂ.ବିଭୁଦେନ୍ଦ୍ର ମେହେର, ପୋଲ ନିର୍ମାଣ ବେଳେ ପାଟଣାଗଡ ନିର୍ବାହୀ ଯନ୍ତ୍ରୀ ଥିବା ଇଂ ସୁଧାଂଶୁ ଶେଖର ମହାପାତ୍ର, ନିଲମ୍ବିତ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଷାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଭିଜିଲାନ୍ସ ଠିକା ସଂସ୍ଥା ସହ ଚୁକ୍ତି, ମାପଚୁପ, ବ୍ୟୟ ଅଟକଳ ଖର୍ଚ୍ଚ ଓ ଠିକା ସଂସ୍ଥାକୁ ଦିଆଯାଇଥିବା ଟଙ୍କାର ହିସାବ କାଗଜପତ୍ର ଜବତ କରି ଖୋଳତାଡ କରୁଛି। ସମ୍ବଲପୁର ଏସ୍‍ପିଙ୍କୁ ବୈଷୟିକ ଟିମ୍‍ ପଠାଇବା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଅନୁମତି ପାଇଁ ଅନୁରୋଧ କରାଯାଇଛି। ସପ୍ତାହେ ମଧ୍ୟରେ ବୈଷୟିକ ଟିମ୍‍ ବଲାଙ୍ଗିର ଆସିବେ ବୋଲି ଜଣାପଡିଛି। ମାମଲାର ଯାଞ୍ଚ ୩ ମାସ ମଧ୍ୟରେ ସାରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପୋଲ ଭାଙ୍ଗିବା ପରେ ବର୍ଷା ଦିନେ ତମିଆଁ-ମୁଦଲସର ପୋଲ ଉପରେ ନିର୍ଭର କରୁଥିବା ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories