www.samajalive.in
Thursday, December 11, 2025
23.1 C
Bhubaneswar

ଲାଭର ଲୋଭ ଦେଖାଇ ୪ ବେପାରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକେଇ

ବରଗଡ଼: ବରଗଡ଼ ଜିଲାରେ ଏକ ବଡ଼ ଧରଣର ସାଇବଲ ଠକେଇ ସାମ୍ନାକୁ ଆସିଛି । କିଛି ବ୍ୟବସାୟୀଙ୍କୁ ସେମାନଙ୍କ ଫେସବୁକ ଆକାଉଣ୍ଟ ଜରିଆରେ ବିଭିନ୍ନ  ବେପାର କରି ଆକର୍ଷଣୀୟ ଲାଭର ଲୋଭ ଦେଖାଇ ୩୨ ଲକ୍ଷ ଟଙ୍କା ଲୁଟି ନିଆଯାଇଛି। ଲୁଟ୍ ଶିକାର ବ୍ୟବସାୟୀ ଏ ସମ୍ପର୍କରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ବମ୍ବେ ଭବାନୀ ଟ୍ରେଡର୍ସ ନାମକ ଜାଲ ଅନଲାଇନ ସଂସ୍ଥା ବରଗଡ଼ର ୪ ଜଣ ବ୍ୟବସାୟୀ ଡ.ସୁନିଲ ବାଗ, ମନୋଜ ମେହେର, ମନୋରଞ୍ଜନ ସାହୁ ଓ ଚନ୍ଦ୍ରଶେଖର ମେହେରଙ୍କୁ ବି-୪ ସଲ୍ୟୁସନ କମ୍ପାନୀର ଔଷଧ ଯୋଗାଇ ଦେବାକୁ କହି ସେମାନଙ୍କୁ ଚୂନା ଲଗାଇଛି। ହ୍ବାଟସ୍‌ଅପ ନମ୍ବର ୪୪୭୪୫୯୫୪୨୧, ୭୦୪୫୯୫୭୯୬୧, ୯୧୪୫୬୦୭୩୭୯, ୭୩୦୩୦୨୩୭୭୫ ରେ ଉଭୟ ପକ୍ଷ ମଧ୍ୟରେ ବ୍ୟବସାୟିକ କାରବାର ବାବଦ ବାର୍ତ୍ତାଳାପ କରାଯାଇଥିଲା । ୪ ବ୍ୟବସାୟୀଙ୍କଠାରୁ ବିଭିନ୍ନ କିସ୍ତିରେ ଆନ୍ଧ୍ର ବ୍ୟାଙ୍କ ଓ କସ୍‌ମସ ବ୍ୟାଙ୍କ ଜରିଆରେ ୩୨ ଲକ୍ଷ ଟଙ୍କା ଠକି ନିଆଯାଇଛି। ଚାରି ବ୍ୟବସାୟୀ କସ୍‌ମସ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୦୨୯୧୦୦୧୦୧୭୦୨୮, ଆଇଏଫସି କୋଡ୍‌ ସିଓଏସ୍‌ବି ୦୦୦୦୦୨୯ ଆକାଉଣ୍ଟ ନମ୍ବରକୁ ଗତ ଜୁନ ୨୨ ତାରିଖରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ୬ଟି କିସ୍ତିରେ ୧୮ଲକ୍ଷ ୬୬ ହଜାର ୬୦୦ ଟଙ୍କା ଜମା କରିଛନ୍ତି। ‌ସେହିପରି ଆନ୍ଧ୍ରବ୍ୟାଙ୍କ ଆକାଉଣ୍ଟ ନମ୍ବର ୦୨୬୭୧୧୧୦୦୦୦୫୪୪୬, ଆଇଏଫସି କୋଡ- ଏଏନବିବି ୦୦୦୦୬୨୭ରେ ଜୁଲାଇ ୧୬ ତାରିଖରୁ ଅଗଷ୍ଟ ୧୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ପଠାଯାଇଛି । ଆହୁରି ଜଣାପଡ଼ିଛି ଯେ ଗ୍ରେସୀ ହୋଲି ନାମକ ଏକ ଜାଲ ଫେସ୍‌ବୁକ ଆକାଉଣ୍ଟକୁ ବମ୍ବେ ଭବାନୀ ଟ୍ରେଡର୍ସ ‘ବି-୪ ସଲ୍ୟୁସନ’ ଔଷଧ ସାମଗ୍ରୀ ଯୋଗାଣ ପାଇଁ ବିଜ୍ଞାପନ ଦେଇଥିଲା।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories